Central Bank of India Recruitment 2024: ସେଣ୍ଟ୍ରାଲ ବ୍ୟାଙ୍କରେ ବାହାରିଲା ଚାକିରି, ଆଜି ହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ,୨୩।୨: ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ବାହାରିଛି ନିଯୁକ୍ତି। ବ୍ୟାଙ୍କରେ ଖାଲି ପଡ଼ିଛି ୩ ହଜାର ଆପ୍ରେଣ୍ଟିସ ପଦବୀ।
କହିରଖୁଛୁ କି, ଏଇ ମାସ ଅର୍ଥାତ୍‌ ଫେବ୍ରୁଆରୀ ୨୧ରେ ଏହି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ମାର୍ଚ୍ଚ ୬ ପର୍ଯ୍ୟନ୍ତ ଆଶାୟୀମାନେ ଏଥିପାଇଁ ଆବେଦନ କରି ପାରିବେ । ଆସନ୍ତା ମାର୍ଚ୍ଚ ୧୦ରେ ଏହି ପରୀକ୍ଷା ହେବ । ଏହାପରେ ମାର୍ଚ୍ଚ ୩୧ରେ ଏହି ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ ।
ସେଣ୍ଟ୍ରାଲ ବ୍ୟାଙ୍କ୍ର ଅଫିସିଆଲ ୱେବ୍‌ସାଇଟ୍‌ଇଟ nats.education.gov.in. କୁ ଭିଜିଟ୍‌ କରି ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଆପ୍ଲାଏ କରିବା ପରେ ପ୍ରଥମେ ଅନଲାଇନରେ ଲିଖିତ ପରୀକ୍ଷା ଦେବାକୁ ହେବ । ଲିଖିତ ପରେ ଗଣିତ, ଇଂରାଜୀ, ରିଜନିଂ, କମ୍ପ୍ୟୁଟର, ରିଟେଲ ପ୍ରଡକ୍ଟ, ବୀମା ପ୍ରଡକ୍ଟ ଆଦି ବିଷୟରେ ପ୍ରଶ୍ନର ଉତ୍ତର ଦେବାକୁ ହେବ । ଏହି ଚାକିରି ପାଇଁ ପ୍ରାର୍ଥୀ ପୂର୍ବରୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଆପ୍ରେଣ୍ଟିସ ପଦବୀ ପାଇଁ ତାଲିମ ନେଇ ନ ଥିବା ଆବଶ୍ୟକ । ଯଦି କୌଣସି ବ୍ୟକ୍ତି ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଆପ୍ରେଣ୍ଟିସ କରି ସାରିଥିବେ, ସେମାନେ ଅଯୋଗ୍ୟ ବିବେଚିତ ହେବେ । ଆବେଦନ କରୁଥିବା ବ୍ୟକ୍ତିଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ତେବେ ଅନୁସୂଚିତ ଜନଜାତି, ଜନଜାତି, ପଛୁଆ ବର୍ଗ, ଓ ଭିନ୍ନକ୍ଷମଙ୍କ ପାଇଁ ବୟସସୀମା କୋହଳ କରାଯାଇଛି । ସେଣ୍ଟ୍ରାଲ ବ୍ୟାଙ୍କ୍‌ ଆପ୍ରେଣ୍ଟିସ ପାଇଥିବା ଯୁବକ ବା ଯୁବତୀଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ଆକାରରେ ଦିଆଯିବ । ଏହା ଅର୍ବାନ, ମେଟ୍ରୋ ଓ ସେମି ଅର୍ବାନ ବ୍ରାଞ୍ଚ ପାଇଁ ଉଦ୍ଦିଷ୍ଟ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri