ରାଜ୍ୟ କ୍ଷମତା ହଡ଼ପ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ):କେନ୍ଦ୍ର ସରକାର ରାଜ୍ୟଠାରୁ ଗୋଟିଏ ପରେ ଗୋଟିଏ କ୍ଷମତା ହଡ଼ପ କରିବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। ବିଦ୍ୟୁତ୍‌ ଆଇନ-୨୦୦୩କୁ କେନ୍ଦ୍ର ସରକାର ଏବେ ସଂଶୋଧନ କରି ପ୍ରସ୍ତାବିତ ବିଦ୍ୟୁତ୍‌ ଶକ୍ତି ବିଲ୍‌-୨୦୨୨ ଆଣିବାକୁ ଯାଉଛନ୍ତି। ଫଳରେ ବିଦ୍ୟୁତ୍‌ ସଂକ୍ରାନ୍ତୀୟ ନିଷ୍ପତ୍ତି ଏବେ କେନ୍ଦ୍ର ନିକଟରେ ରହିବ। ଏହାଦ୍ୱାରା ରାଜ୍ୟ ସରକାରଙ୍କ କ୍ଷମତା ସଙ୍କୁଚିତ ହୋଇଯିବ।
ସଂଶୋଧିତ ବିଲ୍‌ ବଳରେ କେନ୍ଦ୍ର ବିଦ୍ୟୁତ୍‌ ନିୟାମକ ଆୟୋଗ ଗୋଟିଏରୁ ଏକାଧିକ ରାଜ୍ୟ ପାଇଁ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡ଼ିକୁ ବଣ୍ଟନ ଲାଇସେନ୍ସ ପ୍ରଦାନ କରିବ। ଏହାଦ୍ୱାରା ନିଜ ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ ଓ ବଣ୍ଟନ କମ୍ପାନୀ ଲାଇସେନ୍ସ ପ୍ରଦାନ ଅଧିକାରକୁ ରାଜ୍ୟଗୁଡ଼ିକ ହରାଇ ବସିବେ। ଏପରି କି ୧ କିଲୋଓ୍ବାଟ ବିଦ୍ୟୁତ୍‌ ଉପଭୋକ୍ତା ମଧ୍ୟ ଆନ୍ତଃରାଜ୍ୟ ବିଦ୍ୟୁତ୍‌ ପରିବହନ ବ୍ୟବସ୍ଥା ସହିତ ଯୋଡ଼ିହେବେ। କେବଳ ସେତିକି ନୁହେଁ, ଏହି ପ୍ରସ୍ତାବିତ ବିଲ୍‌ କେନ୍ଦ୍ର ସରକାରଙ୍କୁ ରାଜ୍ୟ ଭିତର ବିଦ୍ୟୁତ୍‌ କ୍ଷମତା ପରିସରକୁ ବୃଦ୍ଧି କରିବ। ଫଳରେ ରାଜ୍ୟଗୁଡ଼ିକ ସେମାନଙ୍କର କ୍ଷମତା ହରାଇ ବସିବେ। ଏହାଛଡ଼ା କେନ୍ଦ୍ର ସରକାରଙ୍କ ବିଦ୍ୟୁତ୍‌ କ୍ରୟ ଓ ବିକ୍ରୟ ଉପରେ ନିୟନ୍ତ୍ରଣ ବୃଦ୍ଧି ପାଇବା ସହ ନ୍ୟାଶନାଲ ଲୋଡ୍‌ ଡେସ୍‌ପାଚ ସେଣ୍ଟରର ଗୁରୁତ୍ୱ ମଧ୍ୟ ବହୁ ମାତ୍ରାରେ ବଢ଼ିଯିବ। ଏହି ପ୍ରସ୍ତାବିତ ବିଲ୍‌ ଉପଭୋକ୍ତାଙ୍କ ବଦଳରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଙ୍କ ସ୍ବାର୍ଥ ରକ୍ଷା କରିବ।
କେନ୍ଦ୍ର ସରକାରଙ୍କ ଯୁକ୍ତି ହେଲା ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ବିଦ୍ୟୁତ୍‌ ବଜାରରେ ସଙ୍କଟ ଦେଖାଦେଇଛି। ଏହାର ପ୍ରଭାବ ଘରୋଇ ଉପଭୋକ୍ତାଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶ୍ୱରେ ଇନ୍ଧନ ଯୋଗାଣ ବ୍ୟାହତ ହେବା ଯୋଗୁ ବିଦ୍ୟୁତ୍‌ ମୂଲ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି କରିବା ସହ ନୂତନ ଜ୍ଞାନକୌଶଳର ଉପଯୋଗ କରାଯିବ। ପ୍ରସ୍ତାବିତ ସଂଶୋଧିତ ବିଲ୍‌ ଶକ୍ତି କ୍ଷେତ୍ରକୁ ବିଶ୍ୱସ୍ତରୀୟ ଅଂଶୀଦାର ପାଇଁ ସମ୍ପ୍ରାରିତ କରିବାରେ ସହାୟକ ହେବ।
ପୂର୍ବ ପ୍ରଚଳିତ ଆଇନରେ ଦେଶର ବିଦ୍ୟୁତ୍‌ ଚାହିଦା ମେଣ୍ଟାଇବାକୁ ଉପକୂଳ ରାଜ୍ୟର କେତେକ ଶକ୍ତି ଉତ୍ପାଦନ କେନ୍ଦ୍ର ଉପରେ ଚାପ ପଡୁଛି। ଏହାଦ୍ୱାରା ବିଦ୍ୟୁତ୍‌ ଅଦଳବଦଳ କ୍ଷେତ୍ରରେ ଦରବୃଦ୍ଧିକୁ ପ୍ରତିହତ କରୁଛି । ନିର୍ଦ୍ଧାରିତ ସମୟରେ ବିଦ୍ୟୁତ୍‌ ଦେୟ ମିଳୁ ନ ଥିବାରୁ ବିଦ୍ୟୁତ୍‌ ଉତ୍ପାଦନ ଓ ବଣ୍ଟନ କମ୍ପାନୀ ଉପରେ ବୋଝ ବଢ଼ି ବଢ଼ି ଚାଲିଛି। ୨୦୨୧ ଅଗଷ୍ଟରେ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଦେଶର ଅଧିକାଂଶ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ବର୍ଷ ବର୍ଷ ଧରି କ୍ଷତି ସହି ଚାଲିଛନ୍ତି। ୨୦୨୦-୨୧ରେ କମ୍ପାନୀଗୁଡ଼ିକ ପ୍ରାୟ ୯୦ ହଜାର କୋଟି କ୍ଷତି କରିଛନ୍ତି। ଏଥିଯୋଗୁ ବଣ୍ଟନ କମ୍ପାନୀଗୁଡ଼ିକ ଉତ୍ପାଦନ କମ୍ପାନୀକୁ ନିର୍ଦ୍ଧାରିତ ସମୟରେ ବକେୟା ପ୍ରଦାନ କରିପାରୁ ନାହାନ୍ତି। କେବଳ ସେତିକି ନୁହେଁ, ବଣ୍ଟନ କମ୍ପାନୀ ମଧ୍ୟ ଉତ୍ତମ ବିଦ୍ୟୁତ୍‌ ସେବା ପାଇଁ ପୁଞ୍ଜିନିବେଶ କରିପାରୁ ନାହାନ୍ତି। ବିଦ୍ୟୁତ୍‌ ଆଇନ -୨୦୦୩ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଅଧିକାର ଦେଇଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟୁତ୍‌ ସଂସ୍କାର ବାବଦରେ ଅନେକ ଯୋଜନା ଆଣିଛନ୍ତି। ଏହା ସତ୍ତ୍ୱେ ଏହାର କୌଣସି ସୁଫଳ ମିଳିପାରୁ ନାହିଁ। ପ୍ରସ୍ତାବିତ ଆଇନକୁ ସଂଶୋଧନ କରି ରାଜ୍ୟ ସରକାର ବିଶ୍ୱ ଜଳବାୟୁ ପରିବର୍ତ୍ତନ ପାଇଁ ନିଜର ପ୍ରତିବଦ୍ଧତାକୁ ପୂରଣ କରିବା ସହ ଶକ୍ତି ସୁରକ୍ଷା ପାଇଁ ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦେବେ। ତେବେ ପ୍ରସ୍ତାବିତ ବିଲ୍‌ ବଜାରଭିତ୍ତିକ ଶକ୍ତି ବଣ୍ଟନ ଯୁଗ ଆରମ୍ଭ କରିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri