ରାଜ୍ୟ କ୍ଷମତା ହଡ଼ପ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ):କେନ୍ଦ୍ର ସରକାର ରାଜ୍ୟଠାରୁ ଗୋଟିଏ ପରେ ଗୋଟିଏ କ୍ଷମତା ହଡ଼ପ କରିବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। ବିଦ୍ୟୁତ୍‌ ଆଇନ-୨୦୦୩କୁ କେନ୍ଦ୍ର ସରକାର ଏବେ ସଂଶୋଧନ କରି ପ୍ରସ୍ତାବିତ ବିଦ୍ୟୁତ୍‌ ଶକ୍ତି ବିଲ୍‌-୨୦୨୨ ଆଣିବାକୁ ଯାଉଛନ୍ତି। ଫଳରେ ବିଦ୍ୟୁତ୍‌ ସଂକ୍ରାନ୍ତୀୟ ନିଷ୍ପତ୍ତି ଏବେ କେନ୍ଦ୍ର ନିକଟରେ ରହିବ। ଏହାଦ୍ୱାରା ରାଜ୍ୟ ସରକାରଙ୍କ କ୍ଷମତା ସଙ୍କୁଚିତ ହୋଇଯିବ।
ସଂଶୋଧିତ ବିଲ୍‌ ବଳରେ କେନ୍ଦ୍ର ବିଦ୍ୟୁତ୍‌ ନିୟାମକ ଆୟୋଗ ଗୋଟିଏରୁ ଏକାଧିକ ରାଜ୍ୟ ପାଇଁ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡ଼ିକୁ ବଣ୍ଟନ ଲାଇସେନ୍ସ ପ୍ରଦାନ କରିବ। ଏହାଦ୍ୱାରା ନିଜ ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ ଓ ବଣ୍ଟନ କମ୍ପାନୀ ଲାଇସେନ୍ସ ପ୍ରଦାନ ଅଧିକାରକୁ ରାଜ୍ୟଗୁଡ଼ିକ ହରାଇ ବସିବେ। ଏପରି କି ୧ କିଲୋଓ୍ବାଟ ବିଦ୍ୟୁତ୍‌ ଉପଭୋକ୍ତା ମଧ୍ୟ ଆନ୍ତଃରାଜ୍ୟ ବିଦ୍ୟୁତ୍‌ ପରିବହନ ବ୍ୟବସ୍ଥା ସହିତ ଯୋଡ଼ିହେବେ। କେବଳ ସେତିକି ନୁହେଁ, ଏହି ପ୍ରସ୍ତାବିତ ବିଲ୍‌ କେନ୍ଦ୍ର ସରକାରଙ୍କୁ ରାଜ୍ୟ ଭିତର ବିଦ୍ୟୁତ୍‌ କ୍ଷମତା ପରିସରକୁ ବୃଦ୍ଧି କରିବ। ଫଳରେ ରାଜ୍ୟଗୁଡ଼ିକ ସେମାନଙ୍କର କ୍ଷମତା ହରାଇ ବସିବେ। ଏହାଛଡ଼ା କେନ୍ଦ୍ର ସରକାରଙ୍କ ବିଦ୍ୟୁତ୍‌ କ୍ରୟ ଓ ବିକ୍ରୟ ଉପରେ ନିୟନ୍ତ୍ରଣ ବୃଦ୍ଧି ପାଇବା ସହ ନ୍ୟାଶନାଲ ଲୋଡ୍‌ ଡେସ୍‌ପାଚ ସେଣ୍ଟରର ଗୁରୁତ୍ୱ ମଧ୍ୟ ବହୁ ମାତ୍ରାରେ ବଢ଼ିଯିବ। ଏହି ପ୍ରସ୍ତାବିତ ବିଲ୍‌ ଉପଭୋକ୍ତାଙ୍କ ବଦଳରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଙ୍କ ସ୍ବାର୍ଥ ରକ୍ଷା କରିବ।
କେନ୍ଦ୍ର ସରକାରଙ୍କ ଯୁକ୍ତି ହେଲା ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ବିଦ୍ୟୁତ୍‌ ବଜାରରେ ସଙ୍କଟ ଦେଖାଦେଇଛି। ଏହାର ପ୍ରଭାବ ଘରୋଇ ଉପଭୋକ୍ତାଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶ୍ୱରେ ଇନ୍ଧନ ଯୋଗାଣ ବ୍ୟାହତ ହେବା ଯୋଗୁ ବିଦ୍ୟୁତ୍‌ ମୂଲ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି କରିବା ସହ ନୂତନ ଜ୍ଞାନକୌଶଳର ଉପଯୋଗ କରାଯିବ। ପ୍ରସ୍ତାବିତ ସଂଶୋଧିତ ବିଲ୍‌ ଶକ୍ତି କ୍ଷେତ୍ରକୁ ବିଶ୍ୱସ୍ତରୀୟ ଅଂଶୀଦାର ପାଇଁ ସମ୍ପ୍ରାରିତ କରିବାରେ ସହାୟକ ହେବ।
ପୂର୍ବ ପ୍ରଚଳିତ ଆଇନରେ ଦେଶର ବିଦ୍ୟୁତ୍‌ ଚାହିଦା ମେଣ୍ଟାଇବାକୁ ଉପକୂଳ ରାଜ୍ୟର କେତେକ ଶକ୍ତି ଉତ୍ପାଦନ କେନ୍ଦ୍ର ଉପରେ ଚାପ ପଡୁଛି। ଏହାଦ୍ୱାରା ବିଦ୍ୟୁତ୍‌ ଅଦଳବଦଳ କ୍ଷେତ୍ରରେ ଦରବୃଦ୍ଧିକୁ ପ୍ରତିହତ କରୁଛି । ନିର୍ଦ୍ଧାରିତ ସମୟରେ ବିଦ୍ୟୁତ୍‌ ଦେୟ ମିଳୁ ନ ଥିବାରୁ ବିଦ୍ୟୁତ୍‌ ଉତ୍ପାଦନ ଓ ବଣ୍ଟନ କମ୍ପାନୀ ଉପରେ ବୋଝ ବଢ଼ି ବଢ଼ି ଚାଲିଛି। ୨୦୨୧ ଅଗଷ୍ଟରେ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଦେଶର ଅଧିକାଂଶ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ବର୍ଷ ବର୍ଷ ଧରି କ୍ଷତି ସହି ଚାଲିଛନ୍ତି। ୨୦୨୦-୨୧ରେ କମ୍ପାନୀଗୁଡ଼ିକ ପ୍ରାୟ ୯୦ ହଜାର କୋଟି କ୍ଷତି କରିଛନ୍ତି। ଏଥିଯୋଗୁ ବଣ୍ଟନ କମ୍ପାନୀଗୁଡ଼ିକ ଉତ୍ପାଦନ କମ୍ପାନୀକୁ ନିର୍ଦ୍ଧାରିତ ସମୟରେ ବକେୟା ପ୍ରଦାନ କରିପାରୁ ନାହାନ୍ତି। କେବଳ ସେତିକି ନୁହେଁ, ବଣ୍ଟନ କମ୍ପାନୀ ମଧ୍ୟ ଉତ୍ତମ ବିଦ୍ୟୁତ୍‌ ସେବା ପାଇଁ ପୁଞ୍ଜିନିବେଶ କରିପାରୁ ନାହାନ୍ତି। ବିଦ୍ୟୁତ୍‌ ଆଇନ -୨୦୦୩ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଅଧିକାର ଦେଇଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟୁତ୍‌ ସଂସ୍କାର ବାବଦରେ ଅନେକ ଯୋଜନା ଆଣିଛନ୍ତି। ଏହା ସତ୍ତ୍ୱେ ଏହାର କୌଣସି ସୁଫଳ ମିଳିପାରୁ ନାହିଁ। ପ୍ରସ୍ତାବିତ ଆଇନକୁ ସଂଶୋଧନ କରି ରାଜ୍ୟ ସରକାର ବିଶ୍ୱ ଜଳବାୟୁ ପରିବର୍ତ୍ତନ ପାଇଁ ନିଜର ପ୍ରତିବଦ୍ଧତାକୁ ପୂରଣ କରିବା ସହ ଶକ୍ତି ସୁରକ୍ଷା ପାଇଁ ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦେବେ। ତେବେ ପ୍ରସ୍ତାବିତ ବିଲ୍‌ ବଜାରଭିତ୍ତିକ ଶକ୍ତି ବଣ୍ଟନ ଯୁଗ ଆରମ୍ଭ କରିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri