Posted inଜାତୀୟ

କେନ୍ଦ୍ରକୁ ମିଳିବ ଖଣି ନିଲାମ କ୍ଷମତା

ନୂଆଦିଲ୍ଲୀ,୨୦।୩: ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌, ୨୦୨୧ ଶୁକ୍ରବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହା ଆଇନରେ ପରିଣତ ହେଲେ ଖଣି ନିଲାମ ପାଇଁ ତଥା ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ର ବିନିଯୋଗ ନିମନ୍ତେ ନିର୍ଦ୍ଦେଶ ଦେବା ଲାଗି କେନ୍ଦ୍ର ସରକାରଙ୍କୁ କ୍ଷମତା ମିଳିବ। ଦେଶରେ ନିୟମିତ ଭିତ୍ତିରେ କ୍ରମାଗତ ଖଣିଜ ଯୋଗାଣ ଲାଗି ଅଧିକ ସଂଖ୍ୟାରେ ଖଣି ନିଲାମ କରିବା କିମ୍ବା ଉକ୍ତ ଅଞ୍ଚଳ ଉପରେ ବିଜ୍ଞପ୍ତି ପ୍ରକାଶ କରିବାରେ ରାଜ୍ୟ ସରକାର ବିଫଳ ହେଲେ କେନ୍ଦ୍ର ସରକାର ଖଣି ଅଞ୍ଚଳ ଲାଗି ବିଜ୍ଞପ୍ତି ପ୍ରକାଶ କରିବା ସହ ନିଲାମ କରିପାରିବେ। ଉକ୍ତ ବିଲ୍‌ ଅନୁଯାୟୀ ନିଜସ୍ବ ବ୍ୟବହାର ପାଇଁ କୋଇଲା ଖଣି ସମେତ ଅନ୍ୟାନ୍ୟ ଖଣି ନିଲାମ ନେଇଥିବା କମ୍ପାନୀ ଆବଶ୍ୟକତା ପୂରଣ ପରେ ରାଜ୍ୟ ସରକାରଙ୍କୁ ଅତିରିକ୍ତ ଅର୍ଥ ପୈଠ କରି ଉକ୍ତ ଖଣିର ୫୦ ପ୍ରତିଶତ ବିକ୍ରି କରିପାରିବେ। ବର୍ତ୍ତମାନର ଆଇନ ଅନୁଯାୟୀ ନିଜସ୍ବ ବ୍ୟବହାର ପାଇଁ କୋଇଲା ଓ ଅନ୍ୟ ଖଣି ନେଇଥିବା କମ୍ପାନୀଗୁଡ଼ିକ ଉତ୍ତୋଳନ କରୁଥିତ୍ବା ଖଣିଜକୁ କେବଳ ନିଜ ଶିଳ୍ପରେ ବ୍ୟବହାର କରିବା ଲାଗି ଅନୁମତି ପାଉଥିଲେ।
ଲୋକ ସଭାରେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଉପରୋକ୍ତ ବିଲ୍‌ ଆଗତ କରିବା ଅବସରରେ କହିଥିଲେ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଭଳି ଭାରତରେ ପର୍ଯ୍ୟାପ୍ତ ସୁନା ଓ କୋଇଲା ରହିଥିଲେ ହେଁ ଆମକୁ ବିଦେଶରୁ ଆମଦାନି କରିବାକୁ ପଡ଼ୁଛି। ଖଣି ସେକ୍ଟରରେ ସଂସ୍କାର ୫୫ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ। ଖଣିଜ ଉତ୍ତୋଳନ ବଢ଼ାଇବା ଲାଗି ଉନ୍ନତ ପ୍ରଯୁକ୍ତି ଉପଯୋଗ କରୁଥିବା ଘରୋଇ ସେକ୍ଟରକୁ ଅନୁମତି ଦିଆଯିବ। ଲିଜ୍‌ ସମୟସୀମା ଶେଷ ହେବା ପରେ ପରବର୍ତ୍ତୀ ବିଡରକୁ ମଞ୍ଜୁରୀ ସ୍ଥାନାନ୍ତର କରାଯାଇପାରିବ। କୌଣସି କମ୍ପାନୀ ଖଣି ଲିଜ୍‌ ପାଇବା ପରେ ସେଥିରୁ ଖଣିଜ ପଦାର୍ଥ ଉତ୍ତୋଳନ ଆରମ୍ଭ କରିବା ପାଇଁ ପାଖାପାଖି ୨୩ଟି ମଞ୍ଜୁରୀ ଆବଶ୍ୟକ କରିଥାଏ। ଏହିସବୁ ଅନୁମୋଦନ ସଂଗ୍ରହ କରିବା ଲାଗି ବହୁବର୍ଷ ଲାଗିଯାଇଥାଏ। ନୂଆ ଆଇନରେ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପ ଭଳି ନୂଆ ମାଲିକଙ୍କୁ ଖଣି ହସ୍ତାନ୍ତର ବେଳେ ମଞ୍ଜୁରୀ ସ୍ବାଭାବିକ ଭାବେ ସ୍ଥାନାନ୍ତର ହୋଇଯିବ ବୋଲି ମନ୍ତ୍ରୀ ଜୋଷୀ କହିଥିଲେ।
ଖଣି ନିଲାମରେ ଓଡ଼ିଶା ସରକାରଙ୍କ ପ୍ରଦର୍ଶନ ଲାଗି ଜୋଷୀ ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶା ସରକାର ଦେଇଥିବା ଅନେକ ପ୍ରସ୍ତାବକୁ ସଂଶୋଧନ ବିଲ୍‌ରେ ସ୍ଥାନିତ କରାଯାଇଥିବା ସେ କହିଥିଲେ। ତେବେ ଡିଏମ୍‌ଏଫ୍‌ ପାଣ୍ଠିର ବିନିଯୋଗ ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିବା ଏବଂ ରାଜ୍ୟ ସରକାର ଖଣି ନିଲାମ କରି ନ ପାରିଲେ, କେନ୍ଦ୍ର ସରକାର ନିଲାମ ପ୍ରକ୍ରିୟା ହାତକୁ ନେବା କ୍ଷମତା ଉପରେ ବିଜେଡି ପ୍ରତିବାଦ ଜଣାଇଥିଲା। କେନ୍ଦ୍ର ସରକାରଙ୍କୁ ଅତ୍ୟଧିକ କ୍ଷମତା ପ୍ରଦାନ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ ବୋଲି ଲୋକ ସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ମତ ରଖିଥିଲେ। ଖଣି ନିଲାମରେ କେନ୍ଦ୍ର ସରକାର କ୍ଷମତା ପ୍ରୟୋଗ କରିବାରେ ସଂଯମୀ ହେବା ଆବଶ୍ୟକ ଓ ତାହା କେବଳ ଅସାଧାରଣ କ୍ଷେତ୍ରରେ ହେବା ଉଚିତ ବୋଲି ପିନାକୀ କହିଥିଲେ। କେନ୍ଦ୍ର ସରକାର କ୍ରମାଗତ ଭାବେ ଖଣି ସେକ୍ଟରରେ କ୍ଷମତାର ଉପଯୋଗ କରିବା ଏବଂ ସମ୍ବିଧାନ ଅନୁଯାୟୀ ରାଜ୍ୟ ସରକାର ପାଇଥିବା କ୍ଷମତାକୁ ଦୁର୍ବଳ କରିବା ଗ୍ରହଣୀୟ ହୋଇପାରିବ ନାହିଁ ବୋଲି ସେ ମତ ଦେଇଥିଲେ।
ସେହିପରି ସଂଶୋଧନ ବିଲ୍‌ର ଧାରା ୯ବି ଉପରେ ମଧ୍ୟ ବିଜେଡି ନେତା ପ୍ରତିବାଦ ଉଠାଇଥିଲେ। ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ ଲାଗି ନିର୍ଦ୍ଦେଶ ଜାରି କରିବା ନିମନ୍ତେ ଉକ୍ତ ଧାରା କେନ୍ଦ୍ର ସରକାରଙ୍କୁ କ୍ଷମତା ଦେଇଛି। ଏହାଦ୍ୱାରା ରାଜ୍ୟ କ୍ଷମତା ହ୍ରାସ ପାଇବ। ପୂର୍ବରୁ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେଉଥିଲେ। ଉପରୋକ୍ତ ଧାରାକୁ ନେଇ ପ୍ରତିବାଦ କରିବା ସତ୍ତ୍ୱେ ବିଜେଡି ସଂଶୋଧନ ବିଲ୍‌କୁ ସମର୍ଥନ ଜଣାଇଥିଲା ଏବଂ ପ୍ରସ୍ତାବକୁ ବିଚାରକୁ ନେବା ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲା।
ଓଡ଼ିଶାର ଖଣି ବହୁଳ ଜିଲାର ସ୍ଥିତିକୁ ନେଇ କୋରାପୁଟର କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ପ୍ରଶ୍ନ ଉଠାଇଥିଲେ। ପ୍ରଚୁର ଖଣିଜ ସମ୍ବଳ ସତ୍ତ୍ୱେ କୋରାପୁଟ ଓ କେନ୍ଦୁଝର ଜିଲାରେ ଯଥାକ୍ରମେ ୭୯ ଓ ୬୨ ପ୍ରତିଶତ ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଖଣିଜ ଅଞ୍ଚଳର ଅଧିକାଂଶ ଲୋକ ଆଦିବାସୀ ଓ ଅଣକୁଶଳୀ। ଖଣି କମ୍ପାନୀଗୁଡ଼ିକ ସେମାନଙ୍କୁ କାମ ନ ଯୋଗାଇ ଦେଶର ଅନ୍ୟ ଭାଗରୁ କୁଶଳୀ ଲୋକଙ୍କୁ ନିୟୋଜିତ କରୁଥିବା ଉଲାକା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri