ଉନ୍ନତମାନର ରାସ୍ତା ପାଇଁ କେନ୍ଦ୍ର ଦେବ ଅର୍ଥ

କଳିଙ୍ଗନଗର,୧ା୭(ଶୁଭାଶିଷ ରାଉତ): କଳିଙ୍ଗନଗର ଶିଳ୍ପାଞ୍ଚଳର ଜୀବନ ରେଖା ସଦୃଶ ୨ ମୁଖ୍ୟ ରାସ୍ତା ବିଜୁ ପଟ୍ଟନାୟକ ମାର୍ଗ ଓ ଗୋପବନ୍ଧୁ ମାର୍ଗର ସତନ୍ତ୍ର ଉନ୍ନତୀକରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଶିଳ୍ପାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦାୟିତ୍ୱରେ ଥିବା ବିଭାଗ ଉଦାସୀନ ରହୁଥିବା ପ୍ରସଙ୍ଗରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବାବେଳେ ଶିଳ୍ପାଞ୍ଚଳର ଦୁଇ ମୁଖ୍ୟ ସଡ଼କ ନିର୍ମାଣ କାର୍ଯ୍ୟକୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନାରେ ସାମିଲ କରିଥିବା ଜଣାପଡ଼ିଛି।
ତଥ୍ୟ ମୁତାବକ, ପରିବହନରେ ବହୁଳ ବ୍ୟବହାର ହେଉଥିବା ଏହି ରାସ୍ତା ଦ୍ୱୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜେସିଡିଲ ପରିଚାଳନା ଅଧୀନରେ ଥିବା ଏହି ରାସ୍ତାର ରକ୍ଷଣାବେକ୍ଷଣ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଟାଟା ଷ୍ଟିଲ, ଭିସା ଷ୍ଟିଲ, ଜିନ୍ଦଲ ଷ୍ଟେନ୍‌ଲେସ, ବିଆର୍‌ପିଏଲ, ନୀଳାଚଳ ଇସ୍ପାତ, କେଜେ ଇସ୍ପାତ, ରୋହିତ ଫେରୋଟେକ, ମଇଥାନ ଇସ୍ପାତ, ଯାଜପୁର ସିମେଣ୍ଟ, ନ୍ୟୁ ଭିସ୍ତା ସିମେଣ୍ଟ, ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ, ନିଜୋନ, ବେଟ ଓ ଆଦାନୀ ପ୍ରମୁଖ କାରଖାନା ପାଇଁ ଏହି ରାସ୍ତାଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ବ୍ୟବହୃତ ହେଉଛି। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଣଦେଖା କାରଣରୁ ରାସ୍ତା ଦୁଇଟି ଏବେ ଭାଙ୍ଗିରୁଜି ଯାଇଛି। ସମ୍ପୂର୍ଣ୍ଣ ଶିଳ୍ପାଞ୍ଚଳ ନିର୍ଭରଶୀଳ ରହିଥିବା ଏହି ରାସ୍ତାଗୁଡ଼ିକର ଆବଶ୍ୟକତା ଦୃଷ୍ଟିରୁ ପ୍ରଶସ୍ତୀକରଣ ଓ ଉନ୍ନତିକରଣ ନିହାତି ଆବଶ୍ୟକ ହୋଇପଡିଛି।
ଗତ ୩ ମାସ ପୂର୍ବରୁ ରାସ୍ତା ଉନ୍ନତୀକରଣ ପାଇଁ ପୂର୍ତ୍ତ ବିଭାଗ ଟେଣ୍ଡର ଆହ୍ବାନ କରିଥିଲା। ମାତ୍ର ଟେଣ୍ଡର ପ୍ରକ୍ରିୟା ସରିବା ପରେ ତରବରିଆ ଭାବେ ଏହାକୁ ବାତିଲ କରି ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନାରେ ରାସ୍ତା ଦ୍ୱୟ ନିର୍ମାଣ ପାଇଁ ଅର୍ଥ ପ୍ରସ୍ତାବ ଆସିବା ପରେ ଟେଣ୍ଡର ବାତିଲ କରାଯାଇଥିବା କୁହାଯାଉଛି। ପ୍ରଶସ୍ତ ରାସ୍ତା ନ ଥିବାରୁ ଅନେକ ସମୟରେ ଏଠାରେ ଟ୍ରାଫିକ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି। ଏତେ ବଡ଼ ଏକ ଶିଳ୍ପାଞ୍ଚଳରେ ଯାନବାହନ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସ ମୁତୟନ ବ୍ୟବସ୍ଥା ହୋଇନାହିଁ। ପ୍ରତ୍ୟହ ହଜାରହଜାର ସଂଖ୍ୟାରେ ବଡ଼ବଡ଼ ଭାରିଯାନ ଶିଳ୍ପାଞ୍ଚଳ କଞ୍ଚାମାଲ ଓ ଉତ୍ପାଦ ପରିବହନରେ ଲାଗୁଥିବାବେଳେ ଏପର୍ଯ୍ୟନ୍ତ କଳିଙ୍ଗନଗରଠାରେ ଏକ ଟ୍ରକ ଟର୍ମିନାଲ ନିର୍ମାଣ କରାଯାଉ ନାହିଁ, ଯାହାକି ଶିଳ୍ପାଞ୍ଚଳରେ ଦୁର୍ଘଟଣାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri