କେନ୍ଦ୍ର ଜାରି କଲା ଏସ୍‌ଓପି

ନୂଆଦିଲ୍ଲୀ, ୧୭।୫(ପି.ଟି.): ବିଳମ୍ବରେ ହେଉ ପଛେ ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବାକୁ ଗାଇଡ୍‌ଲାଇନ ଜାରି କରିଛି କେନ୍ଦ୍ର। କରୋନା ଲକ୍ଷଣ ନ ଥିବା ବହୁବିଧ ରୋଗୀ କିମ୍ବା ସାମାନ୍ୟ ଲକ୍ଷଣ ଥିବା ମାମଲା କ୍ଷେତ୍ରରେ ହୋମ୍‌ ଆଇସୋଲେଶନରେ ରହିବା ସମ୍ଭବ ହେଉ ନ ଥିଲେ ଗ୍ରାମାଞ୍ଚଳ ଓ ସହରତଳି ଅଞ୍ଚଳରେ ଅନୂ୍ୟନ ୩୦ ଶଯ୍ୟାବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ଯୋଜନା କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର, ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା ବ୍ୟବସ୍ଥା କରାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
ସହରାଞ୍ଚଳରେ ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଉଥିବାବେଳେ ଏବେ ସହରତଳି ଅଞ୍ଚଳ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବା ଦେଖାଯାଉଛି। ଉକ୍ତ ଅଞ୍ଚଳଗୁଡ଼ିକରେ କୋଭିଡ୍‌ କଣ୍ଟେନମେଣ୍ଟ ଓ ପରିଚାଳନା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର) ଜାରି କରାଯାଇଛି। ଏହାଦ୍ୱାରା ପ୍ରାଥମିକ ସ୍ତରର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ ହେବା ସହ ସବୁସ୍ତରରେ କରୋନା ମୁକାବିଲାକୁ ତ୍ୱରାନ୍ବିତ କରାଯାଇପାରିବ। କୋଭିଡ୍‌ କେୟାର ସେଣ୍ଟର (ସିସିସି)ଗୁଡ଼ିକ ଉଭୟ ସନ୍ଦିଗ୍ଧ ଏବଂ ପଜିଟିଭ୍‌ ମାମଲାକୁ ଅଲଗା ଅଲଗା ରଖିପାରିବେ। ସେମାନଙ୍କ ପାଇଁ ପୃଥକ ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ସେମାନଙ୍କୁ କୌଣସି ପରିସ୍ଥିତିରେ ଏକାଠି ହେବାକୁ ନ ଦେବା ପାଇଁ ଏସ୍‌ଓପିରେ ପରାମର୍ଶ ଦିଆଯାଇଛି।
ଏସ୍‌ଓପି ଅନୁଯାୟୀ ପ୍ରତି ଗ୍ରାମରେ ଆଶା କର୍ମୀମାନେ ଗ୍ରାମ୍ୟ ସ୍ବାସ୍ଥ୍ୟ ପରିମଳ ଓ ପୋଷଣ କମିଟି (ଭିଏଚ୍‌ଏସ୍‌ଏନ୍‌ସି) ସହାୟତାରେ ଇନ୍‌ଫ୍ଲୁଏଞ୍ଜା ଭଳି ରୋଗ କିମ୍ବା ଅତ୍ୟଧିକ ଶ୍ୱାସକ୍ରିୟାଜନିତ ସଂକ୍ରମଣ ଆଦିର ସକ୍ରିୟ ସର୍ଭେ କରିବେ। ଲକ୍ଷଣ ଥିବା ମାମଲାଗୁଡ଼ିକରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ (ସିଏଚ୍‌ଓ)ଙ୍କ ସହ ଟେଲିଫୋନ ଯୋଗେ ଯୋଗାଯୋଗ କରି ଗ୍ରାମାଞ୍ଚଳ ସ୍ତରରେ ପ୍ରାଥମିକ ଚିକିତ୍ସା କରାଯାଇପାରିବ। ଯେଉଁମାନଙ୍କର ଅନ୍ୟାନ୍ୟ ଜଟିଳ ରୋଗ ଥିବ କିମ୍ବା ଅକ୍ସିଜେନ୍‌ ସ୍ତର କମ୍‌ ରହିଥିବ, ସେମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇପାରିବ। ଚିହ୍ନଟ ହୋଇଥିବା ସନ୍ଦିଗ୍ଧ କୋଭିଡ ମାମଲାଗୁଡ଼ିକର ସ୍ବାସ୍ଥ୍ୟକେନ୍ଦ୍ରରେ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା (ଆର୍‌ଏଟି) କରାଯିବ କିମ୍ବା ନମୁନା ସଂଗ୍ରହ କରାଯାଇ ନିକଟବର୍ତ୍ତୀ କୋଭିଡ୍‌-୧୯ ପରୀକ୍ଷା ଲାବରେଟୋରିକୁ ପଠାଯିବ। ସିଏଚ୍‌ଓ ଏବଂ ଏଏନ୍‌ଏମ୍‌ମାନଙ୍କୁ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ତାଲିମ ଦିଆଯିବାକୁ ଏସ୍‌ଓପିରେ କୁହାଯାଇଛି। ସଂକ୍ରମଣ ମାମଲା ବୃଦ୍ଧିକୁ ଦେଖି ଆଇଡିଏସ୍‌ପି ଗାଇଡ୍‌ଲାଇନ ଅନୁଯାୟୀ ଯଥାସମ୍ଭବ କଣ୍ଟାକ୍ଟ ଟ୍ରେସିଂ କରାଯିବ।
ପ୍ରାୟ ୮୦ରୁ ୮୫% ମାମଲାରେ ଲକ୍ଷଣ ନାହିଁ କିମ୍ବା କ୍ୱଚିତ୍‌ ଲକ୍ଷଣ ଦେଖାଯାଇଥାଏ। ସେହି ରୋଗୀମାନେ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ନାହିଁ। ଘରେ କିମ୍ବା କୋଭିଡ୍‌ କେୟାର ସେଣ୍ଟରରେ ସେମାନଙ୍କର ଚିକିତ୍ସା କରାଯାଇପାରିବ ବୋଲି ଏସ୍‌ଓପିରେ କୁହାଯାଇଛି। ତେବେ କୋଭିଡ୍‌ ରୋଗୀଙ୍କ ଅକ୍ସିଜେନ୍‌ ସ୍ତର ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ପ୍ରତି ଗ୍ରାମରେ ପର୍ଯ୍ୟାପ୍ତ ସଂଖ୍ୟାରେ ପଲ୍ସ ଅକ୍ସିମିଟର ଏବଂ ଥର୍ମୋମିଟର ରହିବା ଆବଶ୍ୟକ। କୋଭିଡ୍‌ ପଜିଟିଭ୍‌ ରୋଗୀଙ୍କ ପରିବାରକୁ ଆଶା କିମ୍ବା ଅଙ୍ଗନଓ୍ବାଡ଼ି କର୍ମୀ ଓ ଗ୍ରାମାଞ୍ଚଳ ସ୍ତରର ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଋଣରେ ପଲ୍ସ ଅକ୍ସିମିଟର ଏବଂ ଥର୍ମୋମିଟର ଯୋଗାଇ ଦିଆଯିବା ବ୍ୟବସ୍ଥା କରିବାକୁ ଏସ୍‌ଓପିରେ ସୁପାରିସ କରାଯାଇଛି। ପ୍ରତି ଥର ବ୍ୟବହାର ପରେ ଅକ୍ସିମିଟର ଓ ଥର୍ମୋମିଟରକୁ ଆଲ୍‌କୋହଲଯୁକ୍ତ ସାନିଟାଇଜର ଭିଜା କପଡ଼ା କିମ୍ବା ତୁଳାରେ ସାନିଟାଇଜ୍‌ କରିବାକୁ କୁହାଯାଇଛି।
ଆଇସୋଲେଶନ କିମ୍ବା କ୍ୱାରାଣ୍ଟାଇନ୍‌ରେ ଥିବା ରୋଗୀଙ୍କ ଘରକୁ ଆଗଧାଡ଼ିର କର୍ମୀ/ସ୍ବେଚ୍ଛାସେବୀ/ଶିକ୍ଷକ ଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବେ। ଏଥିପାଇଁ ସେମାନେ ମେଡିକାଲ ମାସ୍କ ବ୍ୟବହାର କରିବା ସହ ଅନ୍ୟାନ୍ୟ ସାବଧାନତା ଅବଲମ୍ବନ କରିବେ। ସବୁ ମାମଲାରେ ହୋମ ଆଇସୋଲେଶନ କିଟ୍‌ ଯୋଗାଇଦିଆଯିବ। ଏଥିରେ ଆବଶ୍ୟକ ଔଷଧ ଯଥା ପାରାସିଟାମଲ ୫୦୦ ମିଲିଗ୍ରାମ, ଇଭରମେକ୍ଟିନ୍‌ ଟାବ୍‌ଲେଟ, କଫ୍‌ ଶିରପ୍‌, ମଲ୍ଟିଭିଟାମିନ ରହିବ। ଏଥିସହିତ ସାବଧାନତା ଓ ଔଷଧ ସେବନ ବିଧି, ହୋମ ଆଇସୋଲେଶନ ବେଳେ ରୋଗୀଙ୍କ ସ୍ଥିତି ଯାଞ୍ଚ କରିବା ଆଦି ବିବରଣୀ ରହିବ।
ସହରତଳି ଅଞ୍ଚଳ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳ ପାଇଁ ତ୍ରିସ୍ତରୀୟ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଜନା କରାଯାଇଛି। କୋଭିଡ୍‌ କେୟାର ସେଣ୍ଟର(ସିସିସି)ଗୁଡ଼ିକ ସାମାନ୍ୟ କିମ୍ବା ଆଦୌ ଲକ୍ଷଣ ନ ଥିବା ମାମଲାର ଚିକିତ୍ସା କରିବାକୁ ଥିବାବେଳେ ଡେଡିକେଟେଡ୍‌ କୋଭିଡ୍‌ ହେଲ୍‌ଥ ସେଣ୍ଟର (ଡିସିଏଚ୍‌ସି)ଗୁଡ଼ିକ ମଧ୍ୟମ ମାମଲା ଏବଂ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ (ଡିସିଏଚ୍‌) ଗୁରୁତର ମାମଲାଗୁଡ଼ିକ ପରିଚାଳନା କରିବ। ସିସିସିଗୁଡ଼ିକ ନିକଟବର୍ତ୍ତୀ ପିଏଚ୍‌ସି/ସିଏଚସି ତତ୍ତ୍ୱାବଧାନରେ ଖୋଲାଯାଇଥିବା ଅସ୍ଥାୟୀ ସୁବିଧା କେନ୍ଦ୍ର। ତାହା ସ୍ବାସ୍ଥ୍ୟକେନ୍ଦ୍ର ନିକଟବର୍ତ୍ତୀ ସ୍କୁଲ୍‌, କମ୍ୟୁନିଟି ହଲ୍‌, ବିବାହ ମଣ୍ଡପ କିମ୍ବା ପଞ୍ଚାୟତ ବିଲ୍ଡିଂରେ ଖୋଲାଯାଇପାରିବ ଅଥବା ପଞ୍ଚାୟତ ଜମି ଓ ସ୍କୁଲ ପ୍ରାଙ୍ଗଣରେ ତମ୍ବୁ ପକାଇ କରାଯାଇପାରିବ। ରେଫରାଲ ପାଇଁ ସିସିସି ସହ ଏକାଧିକ ଡେଡିକେଟେଡ କୋଭିଡ୍‌ ହେଲ୍‌ଥ ସେଣ୍ଟର ଓ ଅନୂ୍ୟନ ଗୋଟିଏ କୋଭିଡ୍‌ ହସ୍ପିଟାଲର ଯୋଗାଯୋଗ ରହିବ। ସିସିସିଗୁଡ଼ିକରେ ବେସିକ୍‌ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ (ବିଏଲ୍‌ଏସ୍‌ଏ) ରହିବ, ଯେଉଁଥିରେ ୨୪ ଘଣ୍ଟା ପର୍ଯ୍ୟାପ୍ତ ଅକ୍ସିଜେନ ଉପଲବ୍ଧ ହେବ। ଏହିସବୁ ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସବ୍‌ଡିଷ୍ଟ୍ରିକ୍ଟ ହସ୍ପିଟାଲଗୁଡ଼ିକ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ ସେଣ୍ଟର ବ୍ୟବସ୍ଥା କରିବେ। ଡିସିଏଚ୍‌ସିରେ ଅନୂ୍ୟନ ୩୦ ଶଯ୍ୟା ପାଇଁ ଯୋଜନା କରାଯାଇପାରିବ। ମାମଲା ବଢ଼ିଲେ କିମ୍ବା ବଢ଼ିବା ସମ୍ଭାବନା ଥିଲେ ଜିଲା କର୍ତ୍ତୃପକ୍ଷ ଉକ୍ତ ଶଯ୍ୟା ବଢ଼ାଇବା ବ୍ୟବସ୍ଥା କରିବେ। ଉକ୍ତ ସେଣ୍ଟରଗୁଡ଼ିକ ମଧ୍ୟମ ଲକ୍ଷଣ ଥିବା ରୋଗୀ (ଯେଉଁମାନେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବେ, ମିନିଟ ପ୍ରତି ଶ୍ୱାସକ୍ରିୟା ହାର ୨୪ରୁ ଅଧିକ ଥିବ ଓ ସାଚୁରେଶନ ୯୦ରୁ ୯୪ ମଧ୍ୟରେ ରହୁଥିବ)ଙ୍କ ଚିକିତ୍ସା କରିବେ। ସେହିପରି ଜିଲା ହସ୍ପିଟାଲ କିମ୍ବା ଅନ୍ୟ ସ୍ବୀକୃତିପ୍ରାପ୍ତ ଘରୋଇ ହସ୍ପିଟାଲଗୁଡ଼ିକୁ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲରେ ପରିଣତ କରାଯିବାକୁ କୁହାଯାଇଛି। ଏହାବ୍ୟତୀତ ଉପଖଣ୍ଡ କିମ୍ବା ବ୍ଲକ୍‌ ସ୍ତରରେ ଥିବା ହସ୍ପିଟାଲରେ ଆବଶ୍ୟକ ସୁବିଧା ଥିଲେ ଏହାକୁ ଡେଡିକେଟେଡ କୋଭିଡ୍‌ ହସ୍ପିଟାଲରେ ପରିଣତ କରାଯାଇପାରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏସ୍‌ଓପିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri