Categories: ଜାତୀୟ

ଭାରତ ଯୋଡ଼ୋ ଯାତ୍ରାରେ କେନ୍ଦ୍ରକୁ ଟାର୍ଗେଟ

ପାନିପଥ,୭ା୧(ପି.ଟି.): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଅବସରରେ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ହରିୟାଣାର ପାନିପଥଠାରେ ଏକ ରାଲିକୁ ସମ୍ବୋଧନ କରି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ଏହି ସରକାର ଅମଳରେ ଦରଦାମ୍‌ ଆକାଶଛୁଆଁ ହୋଇଥିବାବେଳେ ବେରୋଜଗାରି ସବୁ ରେକର୍ଡ ଭାଙ୍ଗିଛି। ନିର୍ବାଚନ ବେଳେ ଭାଜପା ବଡ଼ ବଡ଼ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ସେଗୁଡ଼ିକୁ ଭୁଲି ଯାଇଥିବା ଖାର୍ଗେ କହିଛନ୍ତି। ଏହି ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କୁମାରୀ ଶୈଲଜା, ଭୂପିନ୍ଦର ସିଂ ହୁଡ଼ା, କେ.ସି. ବେଣୁଗୋପାଳ, ଶକ୍ତିସିଂ ଗୋହିଲ, କିରନ ଚୌଧରୀ, ଡି.କେ. ଶିବକୁମାର ପ୍ରମୁଖ ସାମିଲ ଥିଲେ। ରାହୁଲଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ୩,୦୦୦ କିଲୋମିଟରରୁ ଊର୍ଦ୍ଧ୍ୱ ପଥ ଅତିକ୍ରମ କରି ଗୁରୁବାର ହରିୟାଣାରେ ପ୍ରବେଶ କରିଛି।
ମୁଦ୍ରାସ୍ଫୀତି ବୃଦ୍ଧି କାରଣରୁ ଜରୁରୀ ସାମଗ୍ରୀ କିଣିବା ସାଧାରଣ ଲୋକଙ୍କ ହାତପାଆନ୍ତାରେ ନାହିଁ। ବେରୋଜଗାରି ଗତ ୪୫ ବର୍ଷ ମଧ୍ୟରେ ଏତେ ଉଚ୍ଚରେ ପହଞ୍ଚତ୍ ନ ଥିଲା। ଉଚ୍ଚଶିକ୍ଷତିମାନେ ନିଯୁକ୍ତି ନ ପାଇଁ ବେକାର ବୁଲୁଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କର ଏଥିପ୍ରତି ଚିନ୍ତା ନାହିଁ ବୋଲି ଖାର୍ଗେ କହିଥିଲେ। ସେମାନଙ୍କର ଦେଶର ଆର୍ଥତ୍କ ସ୍ଥିତି କିମ୍ବା ମୁଦ୍ରାସ୍ଫୀତି ଚିନ୍ତା ନାହିଁ, କେବଳ ନିର୍ବାଚନ ଜିତିବା ପାଇଁ ସେମାନେ ମୁଣ୍ଡ ଖେଳାଉଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଥିଲେ। ଭାଜପା ନେତୃତ୍ୱାଧୀନ ସରକାର ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଥିବା ସେ ଅଭିଯୋଗ କରିଥିଲେ।
ଉକ୍ତ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଗ୍ନିପଥ ଯୋଜନା ଏବଂ ଜିଏସ୍‌ଟି ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଥିଲେ। ସେ କହିଥିଲେ ଭାଜପା ନେତୃତ୍ୱାଧୀନ ସରକାର ଦେଶକୁ ଦୁଇଭାଗରେ ବିଭକ୍ତ କରିଛନ୍ତି। ଗୋଟିଏ ଭାରତ କୃଷକ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀ ତଥା ବେରୋଜଗାରିମାନଙ୍କର ହୋଇଥିବାବେଳେ ଅନ୍ୟଟି ଦେଶର ସମ୍ପତ୍ତିକୁ ଜାବୁଡ଼ି ଧରିଥିବା ୨୦୦-୩୦୦ ଧନୀଙ୍କର ବୋଲି ରାହୁଲ କହିଛନ୍ତି। ହରିୟାଣାର ଭାଜପା ସରକାରରେ ରାଜ୍ୟରେ ବେରୋଜଗାରି ଆକାଶଛୁଆଁ ହୋଇଛି। ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଏକ ନୀତି ନୁହେଁ, ଦେଶର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟକୁ ଧ୍ୱଂସ କରିଦେବା ଲାଗି ଏକ ଅସ୍ତ୍ର ବୋଲି ରାହୁଲ କହିଥିଲେ।

Share