Posted inଜାତୀୟ

ପିଲାଙ୍କ ଭବିଷ୍ୟତ ସହ ଖେଳୁଛି କେନ୍ଦ୍ର

ନୂଆଦିଲ୍ଲୀ, ୯ା୬: ମେଡିକାଲ କଲେଜଗୁଡ଼ିକରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ୧୪୫୬ ସିଟ୍‌ ଫାଙ୍କା ପଡ଼ିଛି। ଏହାକୁ ନେଇ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିଟ୍‌ ପୂରଣ ପାଇଁ ମେଡିକାଲ କାଉନ୍‌ସେଲିଂ କମିଟି (ଏମ୍‌ସିସି) ଏବଂ କେନ୍ଦ୍ର ସରକାର ମୋପ୍‌-ଅପ୍‌ ରାଉଣ୍ଡ କାଉନ୍‌ସେଲିଂ ନ କରି ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ଜଷ୍ଟିସ୍‌ ଏମ୍‌. ଆର୍‌. ଶାହା ଏବଂ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି।

ଅଧିକ ସଂଖାରେ ଡାକ୍ତର ଏବଂ ସୁପର ସ୍ପେଶାଲିଟି ମେଡିକାଲ ପ୍ରଫେସନାଲ ଆବଶ୍ୟକ ଥିବାବେଳେ କାହିଁକି ସିଟ୍‌ ଖାଲିପଡ଼ିଛି? ଏଥିଯୋଗୁ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକ କେଉଁଭଳି ମାନସିକ ଦୁଶ୍ଚିନ୍ତାରେ ରହୁଥିବେ ସେ କଥା କ’ଣ ବିଚାର କରାଯାଇଛି କି ବୋଲି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏନ୍‌ଇଇଟି-ପିଜି ୨୦୨୧-୨୨ ପରୀକ୍ଷା ଦେଇଥିବା କେତେଜଣ ଡାକ୍ତରଙ୍କ ପକ୍ଷରୁ ହୋଇଥିବା ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଏହା କେବଳ ଆଶାୟୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ ବରଂ ଦୁର୍ନୀତିକୁ ମଧ୍ୟ ପ୍ରୋତ୍ସାହିତ କରିବ। ଏ ନେଇ ଅଦାଲତ ବିଚାର କରିସାରିଛନ୍ତି।

କେତେ ସଂଖ୍ୟାରେ ଛାତ୍ରୀଛାତ୍ରଙ୍କୁ ଆଡ୍‌ମିଶନ ମିଳିବ ସେଥିପାଇଁ ଏକ କଟ୍‌-ଅଫ୍‌ ତାରିଖ ଧାର୍ଯ୍ୟ କରାଯିବା ଜରୁରୀ। ଯଦି ଛାତ୍ରୀଛାତ୍ରମାନଙ୍କୁ ଆଡ୍‌ମିଶନ ନ ମିଳେ ଏବଂ ଖାଲିଥିବା ସିଟ୍‌ ପୂରଣ ନ ହୁଏ ତେବେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତ ନିର୍ଦ୍ଦେଶ ଜାରି କରିବେ ବୋଲି ଖଣ୍ଡପୀଠ କହିଛନ୍ତି। ସେହିପରି କୌଣସି ଗୋଟିଏ କୋର୍ସରେ ସିଟ୍‌ ଫାଙ୍କା ରହିଲେ ଏହା କିପରି ପୂରଣ ହେବ ତାହା ଏମ୍‌ସିସିର ଦାୟିତ୍ୱ କୋର୍ଟ ଟିପ୍ପଣୀ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପାଇଁ କେନ୍ଦ୍ର ସରକାର ଏବଂ ଏମ୍‌ସିସି ସେମାନଙ୍କ ଅଧିକାରୀଙ୍କୁ ଗୁରୁବାର କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

ବର୍ଷସାରା ମାଗଣା ପିଜ୍ଜା: ଡୋମିନୋଜ୍‌ ଆଣିଲା ଜବରଦସ୍ତ ଅଫର୍‌

ନୂଆଦିଲ୍ଲୀ,୧୦।୨: ପିଜ୍ଜା ପ୍ରେମୀଙ୍କ ପାଇଁ ଖୁସିଖବର। ଡୋମିନୋଜ୍‌ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌ ଆଣିଛି। ଜାତୀୟ ପିଜ୍ଜା ଦିବସ ଅବସରରେ ଡୋମିନୋଜ ଇଣ୍ଡିଆ ଏକ ଅନନ୍ୟ ପ୍ରତିଯୋଗିତା…

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ହାଇୱେରେ ଏକୁଟିଆ ଦେଖି ଲୁଟୁଥିଲେ, ଚାରି ଲୁଟେରାଙ୍କ ସହ ଛଅ ବାଇକ ଜବତ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ପୋଲିସକୁ ପୁଣି ମିଳିଛି ସଫଳତା । ପୁଣି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳତା ହୋଇଛି ପୋଲିସ…

ଭାରତ ପରେ ଏହି ଦେଶ ପାଇଁ ଟାରିଫ କମ୍‌ କଲେ ଟ୍ରମ୍ପ, କିଛି ଉତ୍ପାଦନ ହେଲା ଡ୍ୟୁଟି ଫ୍ରି

ଓ୍ବାଶିଂଟନ,୧୦।୨: ଭାରତ ପରେ, ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା ହୋଇଛି, ଯାହା ଅଧୀନରେ ଆମେରିକା ମଧ୍ୟ ବାଂଲାଦେଶୀ ଉତ୍ପାଦ ଉପରେ ଶୁଳ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri