Posted inଜାତୀୟ

ପ୍ରବାସୀଙ୍କୁ ପର କରିଦେଲା କେନ୍ଦ୍ର

ନୂଆଦିଲ୍ଲୀ, ୮ା୩: ବିଦେଶରେ ରହୁଥିବା ଭାରତର ନାଗରିକ(ଓସିଆଇ)ମାନଙ୍କୁ ଚକିତ କରିଦେବା ଭଳି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି। ନାଗରିକତ୍ୱ ଆଇନ, ୧୯୫୫ ଧାରା ୭ ‘ବି’ ଅଧୀନରେ ମାର୍ଚ୍ଚ ୪ରେ ପ୍ରକାଶିତ ଉକ୍ତ ବିଜ୍ଞପ୍ତି ଫଳରେ ଭାରତର ଦରିଆପାରି ନାଗରିକମାନେ ନିଜ ଅଧିକାର ଓ ସ୍ବାଧୀନତାକୁ ନାଟକୀୟ ଭାବେ ହରାଇ ବସିଛନ୍ତି। କାରଣ ପ୍ରବାସୀଙ୍କ ଅଧିକାରଗୁଡ଼ିକୁ ସୁନିଶ୍ଚିତ କରୁଥିବା ପୂର୍ବର ୩ ବିଜ୍ଞପ୍ତି (୨୦୦୫ ଏପ୍ରିଲ ୧୧, ୨୦୦୭ ଜାନୁୟାରୀ ୫ ଓ ୨୦୦୯ ଜାନୁୟାରୀ ୯) ଏହାଦ୍ୱାରା ସ୍ବତଃ ଉଚ୍ଛେଦ ହୋଇଯାଇଛି।
ଓସିଆଇଙ୍କୁ ନେଇ ନୂଆ ବିଜ୍ଞପ୍ତି ସହ ଭାରତ ନିଜ ଦ୍ୱୈତ ନାଗରିକତ୍ୱ ପ୍ରୟୋଗକୁ ଶେଷ କରିଦେଇଛି। ଏଥିରେ ଓସିଆଇମାନଙ୍କୁ ଅପମାନଜନକ ଓ ବେଆଇନ ଭାବେ ‘ବିଦେଶୀ ନାଗରିକ’ ରୂପେ ବର୍ଗୀକରଣ କରାଯାଇଛି। ଏଥିଯୋଗୁ ଭାରତରେ ସେମାନଙ୍କ ଅଧିକାର ଓ ସ୍ବାଧୀନତାରେ ପୂର୍ଣ୍ଣଚ୍ଛେଦ ଲାଗିଛି। ବିଦେଶରେ ରହୁଥିବା ଭାରତୀୟମାନେ ସ୍ବଦେଶକୁ କୌଣସି ଗବେଷଣା, ମିଶନାରି, ତବଲିଘି, ସାମ୍ବାଦିକତା ପାଇଁ ଆସିବାକୁ ଚାହିଁଲେ ଅଥବା ଭାରତରେ କଟକଣା ଜାରି କରାଯାଇଥିବା କିମ୍ବା ସୁରକ୍ଷିତ/ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିବା ସ୍ଥାନକୁ ବୁଲି ଆସିବା ପାଇଁ ହେଲେ ସେମାନଙ୍କୁ ଏକ ସ୍ପେଶାଲ ପରମିଟ୍‌ ବା ସ୍ବତନ୍ତ୍ର ଅନୁମତିପତ୍ର ହାସଲ କରିବାକୁ ପଡ଼ିବ। ଏହାସହ ଏଥିରେ ବିଦେଶୀ ନାଗରିକମାନଙ୍କ ଭଳି ବିଦେଶ ବିନିମୟ ପରିଚାଳନା ଆଇନ, ୨୦୦୩ ଅଧୀନରେ ଓସିଆଇମାନଙ୍କୁ ସମସ୍ତ ପ୍ରକାର ଆର୍ଥିକ, ବିତ୍ତୀୟ ଓ ଶୈକ୍ଷିକ କାର୍ଯ୍ୟରେ ‘ବିଦେଶୀ ନାଗରିକ’ଙ୍କ ସହ ସମାନ ବ୍ୟବହାର କରାଯିବ।
୧୬ ବର୍ଷ ଧରି ଓସିଆଇମାନଙ୍କୁ ସେମାନଙ୍କ ଆର୍ଥିକ, ବିତ୍ତୀୟ ଓ ଶୈକ୍ଷିକ ଅଧିକାର କ୍ଷେତ୍ରରେ ନନ୍‌-ରେସିଡେଣ୍ଟ ଇଣ୍ଡିଆନ୍‌ (ଏନ୍‌ଆର୍‌ଆଇ) ବିବେଚନା କରାଯାଉଥିଲା। ନୂଆ ବିଜ୍ଞପ୍ତି ସେମାନଙ୍କ ଏହି ଅଧିକାରକୁ ଛଡ଼ାଇନେଇଛି। ତେବେ ଓସିଆଇମାନେ ଭାରତରେ ଚାଷ ଜମି ଭିନ୍ନ ମେଡିସିନ୍‌, ଆଇନ, ସ୍ଥାପତ୍ୟ, ଆକାଉଣ୍ଟେନ୍ସି ଆଦି ପେସା ପାଇଁ ଜମି କିଣିପାରିବେ। ସେହିପରି ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଓସିଆଇମାନେ ଏନ୍‌ଆର୍‌ଆଇ ରୂପେ ନାମ ଲେଖାଇପାରିବେ। କିନ୍ତୁ ଭାରତୀୟ ନାଗରିକଙ୍କ ପାଇଁ ସଂରକ୍ଷିତ ସିଟ୍‌ ଦାବି କରିପାରିବେ ନାହିଁ। ନ୍ୟାୟପାଳିକାରେ ଓସିଆଇମାନଙ୍କ ପକ୍ଷରୁ ଦାଏର ମାମଲାଗୁଡ଼ିକରେ କେନ୍ଦ୍ର ସରକାର ହାରିଯାଇଥିବାରୁ ଏପରି କଟକଣା ଜାରି କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ନୂଆଦିଲ୍ଲୀ,୧୭।୨: ଦୀର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri