Posted inଜାତୀୟ

ବୁଷ୍ଟର ଡୋଜ୍‌ ପାଇଁ କ୍ୟାମ୍ପ୍‌ ଲଗାଇବାକୁ ରାଜ୍ୟଙ୍କୁ କେନ୍ଦ୍ରର ଅପିଲ୍‌…

ନୂଆଦିଲ୍ଲୀ, ୧୬।୮ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା, ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ, ଟିକାକରଣ ଅଭିଯାନ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି।

ଏହି ବୈଠକରେ ସେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ମଜବୁତ କରିବା ଏବଂ ତୃଣମୂଳ ସ୍ତରରେ ଲୋକକେନ୍ଦ୍ରିକ ସ୍ବାସ୍ଥ୍ୟ ସେବାର କାର୍ଯ୍ୟକାରିତାକୁ ତ୍ୱରାନ୍ବିତ କରିବା ପାଇଁ କେନ୍ଦ୍ରୀୟ ପାଣ୍ଠିର ଠିକ ସମୟରେ ବ୍ୟବହାର କରିବାକୁ ସେ ନିବେଦନ କରିଛନ୍ତି। ବ୍ଲକ ସ୍ତରରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଅଭିଯାନକୁ ଉତ୍ସାହିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ବୈଠକ ସମ୍ପର୍କରେ ଏକ ବିବୃତ୍ତିରେ କହିଛି ଯେ ଅମୃତ ମହୋତ୍ସବ ଅନ୍ତର୍ଗତ ସର୍ବସାଧାରଣ ସ୍ଥାନରେ ଟିକାକରଣ ଶିବିର ଆୟୋଜନ କରି କୋଭିଡ-୧୯ ଟିକାକରଣର କଭରେଜକୁ ତ୍ୱରାନ୍ବିତ କରିବାକୁ ଏବଂ ବଚଷ୍ଟର ଡୋଜ୍‌ ପାଇଁ କ୍ୟାମ୍ପ୍‌ ଲଗାଇବାକୁ ମନ୍ତ୍ରୀ ମାଣ୍ଡବ୍ୟ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ଅପିଲ୍‌ କରିଛନ୍ତି। କୋର୍ବେଭ୍ୟାକ୍ସ ଟିକାର ବୁଷ୍ଟର ଡୋଜର ଉପଲବ୍ଧତାକୁ ବ୍ୟାପକ ଭାବରେ ପ୍ରସାର କରିବା ଏବଂ ବସ ଷ୍ଟାଣ୍ଡ, ରେଳ ଷ୍ଟେଶନ, ବିମାନବନ୍ଦର, ବିଦ୍ୟାଳୟ, କଲେଜ, ତୀର୍ଥଯାତ୍ରା ମାର୍ଗ ଏବଂ ଧାର୍ମିକ ସ୍ଥାନ ଆଦିଠାରେ ଟିକାକରଣ ଶିବିର ଆୟୋଜନ କରିବାକୁ ମାଣ୍ଡବ୍ୟ ପରାମର୍ଶ ଦେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ ଏପର୍ଯ୍ୟନ୍ତ ୧୨.୩୬ କୋଟି ବୁଷ୍ଟର ଡୋଜ ଦିଆଯାଇଛି।

ଏହି ଅବସରରେ ମାଣ୍ଡବ୍ୟ କହିଛନ୍ତି ଯେ ସମଗ୍ର ଦେଶରେ ବହୁ ସ୍ତରୀୟ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଟୱାର୍କ ସୃଷ୍ଟି, ଏହାକୁ ବିସ୍ତାର ଏବଂ ମଜବୁତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହିତ ସହଯୋଗୀ ଆଭିମୁଖ୍ୟରେ କାର୍ଯ୍ୟ କରୁଛନ୍ତି।

ଏହି ବୈଠକରେ ଦିଲ୍ଲୀ, ହିମାଚଳ ପ୍ରଦେଶ, କେରଳ, କର୍ନାଟକ, ଉତ୍ତରପ୍ରଦେଶ, ଆସାମ, ହରିୟାଣା, ଝାଡଖଣ୍ଡ, ସିକିମ, ତାମିଲନାଡୁ, ତେଲେଙ୍ଗାନା, ଛତିଶଗଡ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ସ୍ବାସ୍ଥ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଭାଷଣ ଦେଇ ମାଣ୍ଡବ୍ୟ କହିଛନ୍ତି ଯେ ମହାମାରୀ ଆମକୁ ପ୍ରତ୍ୟେକ ଜିଲା ଏବଂ ବ୍ଲକରେ ଜଟିଳ ଚିକିତ୍ସା ଭିତ୍ତିଭୂମିରେ ବିନିଯୋଗ କରିବାକୁ ଶିକ୍ଷା ଦେଇଛି।

ସେ କହିଛନ୍ତି ଯେ ନାଗରିକମାନଙ୍କୁ ସୁବିଧାଜନକ, ସୁଲଭ, ଗୁଣାତ୍ମକ ତଥା ସମାନ ଜନସ୍ବାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସହାୟତା କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ବୈଠକରେ ସେ କେତେକ ରାଜ୍ୟରେ କେନ୍ଦ୍ରୀୟ ପାଣ୍ଠିର ଉପଯୋଗକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ପାଣ୍ଠିର ଉପଯୋଗର ସମୀକ୍ଷା କରିବା ପରିବର୍ତ୍ତେ ରାଜ୍ୟଗୁଡିକ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ବଢ଼ାଇବା ଉଚିତ ଏବଂ ସ୍ବାସ୍ଥ୍ୟ ଯୋଜନାଗୁଡିକର ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଠାରୁ ଅର୍ଥ ମାଗିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri