ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ ଏହି ଜନଗଣନା କାର୍ଯ୍ୟ ଚାଲିଛି କି ନାହିଁ ଶନିବାର ଅତିରିକ୍ତ ଜିଲାପାଳ (ଏଡିଏମ )ସୁନିଲ କୁମାର କେରକେଟl ତଦାରଖ କରିବା ସହ ଜନଗଣନାକାରୀଙ୍କ ସହ ମିଶି ଘର ଘର ବୁଲି ସମୀକ୍ଷା କରିଥିଲେ। ଜିଲା ଜନଗଣନା ଅଧିକାରୀ ସନ୍ତୋଷ କୁମାର ଆଚାର୍ଯ୍ୟ, ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆ, ଟେକ୍ନିକାଲ ଆସିସଟେନ୍ଟ ଗୌରବ କୁମାର ନାୟକ, ଜନଗଣନାକାରୀ ଶିକ୍ଷକ ସୁଶାନ୍ତ କୁମାର ରଥ, ସୁପର ଭାଇଜର ରବୀନ୍ଦ୍ର ନାଥ ନେପାକ, ମନୋସୱିନୀ ସାହୁ, ରାଜେଶ ଦୀକ୍ଷିତ, ଗୁରୁବିଲ ନାରାୟଣ ରେଡି, ଏନଏସି ଟେକ୍ସକଲେକ୍ଟର ଲକ୍ଷ୍ମୀ ଚରଣ ପାଢ଼ୀ, ଶ୍ରୀମନ୍ତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲାପାଳ କେରେକେଟା ୱାର୍ଡ ନଂ ୫ ବଜାର ହରିଜନ ସାହି ଜନଗଣନା କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିଥିଲେ। ଜନଗଣନାର ସଠିକ ତଥ୍ୟ ଓ ନିୟମାନୁସାରେ କାର୍ଯ୍ୟ ସମ୍ପାଦନ କରିବାକୁ ନିୟୋଜିତ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ପୂର୍ବରୁ ଦିଆଯାଇଥିବା ପ୍ରଶିକ୍ଷଣ ତଥା ତାଲିମ ଅନୁଯାଇ ତଥ୍ୟ ସଂଗ୍ରହ ପ୍ରଣାଳୀ, ଫର୍ମ ପୂରଣ ଏବଂ ଡିଜିଟାଲ ଉପକରଣ ବ୍ୟବହାର ଉପରେ ଜନଗଣନା କାରୀଙ୍କୁ ଏଡିଏମ ବୁଝାଇଥିଲେ।