ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ ଦାର ଅଶିନୀ କୁମାର ନାଏକ, ଅତିରିକ୍ତ ତହସିଲଦାର ରବିଶଙ୍କର ହେମ୍ରମ ଓ ଡାଟା ଏଣ୍ଟ୍ରି ଅପରେଟର ଲିଙ୍ଗରାଜ ଦାଶ ପାଟଣା ବିଧାୟକ ଶ୍ରିନାଏକଙ୍କ ତୁରୂମୁଙ୍ଗାସ୍ଥିତ ବାସଭବନରେ ପହଞ୍ଚି ଜନଗଣନା ୨୦୨୭ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଚନ୍ତି। ସରକାରୀ ପୋର୍ଟାଲରେ ବିଧାୟକ ଅନଲାଇନ ମାଧ୍ୟମରେ ନିଜର ତଥ୍ୟ ଦେଇଛନ୍ତି ଏହି ଅବସରରେ ବିଧାୟକ ନାଏକ ପାଟଣା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ଅଧିକାରୀମାନଙ୍କୁ ନିର୍ଭୁଲ ଓ ସଠିକ୍ ତଥ୍ୟ ଦେଇ ଜନ ଗଣନାରେ ସାମିଲ ହେବାକୁ ଅପିଲ କରିଛନ୍ତି।
Dharitri – Odisha’s No.1 Odia Daily

