ଜନଗଣନା ଅର୍ଥନୈତିକ ଓ ବୃତ୍ତିଭିତ୍ତିକ ହେଉ

ଆମ ଦେଶରେ ଶେଷ ଜନଗଣନା ୨୦୧୧ ମସିହାରେ ହୋଇଥିଲେ ବି ୨୦୨୧ ମସିହାରେ କରୋନା ସଂକ୍ରମଣ ପାଇଁ ଦଶ ବାର୍ଷିକ ଜନଗଣନା ହୋଇ ନ ଥିଲା। ତେଣୁ ୨୦୨୫ ମସିହାରେ ଜନଗଣନା ଆରମ୍ଭ ହୋଇ ୨୦୨୬ ମସିହାରେ ଶେଷ ହେବ ବୋଲି କେନ୍ଦ୍ରରେ ନିଷ୍ପତ୍ତି ହୋଇଛି। ଜନଗଣନାରେ ଅନେକ ତଥ୍ୟର ପରିସଂଖ୍ୟାନ ରହିଥାଏ। କିନ୍ତୁ ଏହି ଜନଗଣନା ଜାତିଭିତ୍ତିକ କରିବା ପାଇଁ କିଛି ରାଜନୈତିକ ଦଳ ଦାବି କରୁଥିବାରୁ ତାହା ଅଭିସନ୍ଧିମୂଳକ ଓ ଭିନ୍ନ ଉଦ୍ଦେଶ୍ୟ ରଖୁଥିବା ମନେହୁଏ। ଗୋଟିଏ ବିକଶିତ ରାଷ୍ଟ୍ର ପାଇଁ ନାଗରିକଙ୍କ ଅର୍ଥନୈତିକ ସମୃଦ୍ଧି ଅପରିହାର୍ଯ୍ୟ। ପୂର୍ବରୁ ସାମାଜିକ ଚଳଣିରେ ସଂହତି ପାଇଁ ବୃତ୍ତିଭିତ୍ତିକ ଜାତିବାଦ ସୃଷ୍ଟି ହୋଇଥିଲା, ଯାହାକି ସମୟକ୍ରମେ ବଂଶାନୁକ୍ରମିକ ହୋଇଗଲା। ଏବେ କିନ୍ତୁ ବୃତ୍ତିର ପରିସଂଖ୍ୟାନ ଯଦି କରାଯାଏ ତେବେ ଜଣାଯିବ ଯେ ପ୍ରତ୍ୟେକ ବୃତ୍ତିରେ ପ୍ରତ୍ୟେକ ଜାତିର ବ୍ୟକ୍ତି ନିଶ୍ଚିତ ଅଛନ୍ତି।
ଦେଶ ସ୍ବାଧୀନ ହେବାର ଅଠସ୍ତରି ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ସାଧୀନ ଭାରତରେ ଅର୍ଥନୈତିକ ବିକାଶ ପାଇଁ କିଛି ନିର୍ଦ୍ଦିଷ୍ଟ ଜାତିକୁ ଅନୁସୂଚିତ ଘୋଷଣା କରି ସେମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରାଯାଇଥିଲା, ଯାହାକି ଏବେ ବଳବତ୍ତର ରହି ସେମାନଙ୍କ ତୃତୀୟ ପିଢ଼ି ଉପଭୋଗ କରୁଛନ୍ତି। ଏବେବି ସର୍ବୋଚ୍ଚ ନ୍ୟାୟାଳୟରେ କିଛି ସମ୍ପ୍ରଦାୟକୁ ସେମାନଙ୍କ ସହ ସାମିଲ କରିବାକୁ ମାମଲା ଓ ଅଦାଲତ ଅବମାନନା ମାମଲା ଚାଲୁ ରହିଛି। କିନ୍ତୁ ବର୍ତ୍ତମାନ ରାଜନୈତିକ ସ୍ବାର୍ଥ ପାଇଁ ଯେପରି ଜାତିକୁ ଗୁରୁତ୍ୱ ଦିଆଯାଉଛି ତାହା ସମାଜରେ ବିଷାକ୍ତ ପରିସ୍ଥିତି ସୃଷ୍ଟି କରୁଥିବା ଏବଂ ଅନେକ ସମୟରେ ତାହା ସ୍ପର୍ଶକାତର ପ୍ରସଙ୍ଗ ହେଉଥିବାର ଖବର ହୋଇଯାଉଛି। ଜାତିକୁ ନେଇ ଆମ ଦେଶରେ ଆଇନରେ ଏଭଳି ବ୍ୟବସ୍ଥା ରହିଛି ଯେ, ତାହା ଅନେକ ସମୟରେ ଅପବ୍ୟବହାର ହୋଇ ପ୍ରତିଶୋଧ ପାଇଁ ଅମୋଘ ଅସ୍ତ୍ର ହୋଇଯାଉଛି। ଆମ ଦେଶ ବିଶ୍ବଗୁରୁ ହେବାର ସମୟ ଆସିଯାଇଛି ବୋଲି ଯେଉଁମାନେ ଡିଣ୍ଡିମ ପିଟୁଛନ୍ତି ସେଇମାନେ ଶାସନ ତନ୍ତ୍ରକୁ ଅକ୍ତିଆର ପାଇଁ ଭୋଟ କାରକ ଉଦ୍ଦେଶ୍ୟରେ ଜାତି ପ୍ରୀତି ଦେଖାଉଛନ୍ତି। ଏହା ସତ୍ୟ ଯେ ରାଜନୈତିକ ସ୍ବାର୍ଥ ସିଦ୍ଧି ପାଇଁ ୧୯୯୦ ମସିହାରେ ଯେତେବେଳେ ଅଳିଆଗଦାରୁ ଆଣି ମଣ୍ଡଳ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରାଗଲା ସେତେବେଳେ ସାରା ଦେଶରେ ହିଂସାକାଣ୍ଡ ବ୍ୟାପକ ହୋଇଥିଲା। ଓଡ଼ିଶା ମଧ୍ୟ ସେଥିରୁ ବାଦ୍‌ ଯାଇନଥିଲା। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଯେ, ଗରିବର ଜାତି ନାହିଁ। ଅବଶ୍ୟ ସେଥିପାଇଁ ଓଡ଼ିଶାରେ ହିଂସାକାଣ୍ଡ କିଛି ମାତ୍ରାରେ ସୀମିତ ରହିଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ପତନ ହୋଇଗଲା। ଗଣତାନ୍ତ୍ରିକ ବ୍ୟବସ୍ଥାରେ ତାକୁ ବିରୋଧ କରୁଥିବା ରାଜନୈତିକ ଦଳ ପରବର୍ତ୍ତୀ ଶାସନ କ୍ଷମତା ପାଇ ତାହାକୁ କାର୍ଯ୍ୟକାରୀ କରାଇଲେ। ଏବେବି ଅନେକ ଯୋଜନା ଓ କର୍ମନିଯୁକ୍ତି ପାଇଁ ଜାତିଭିତ୍ତିକ ସୁଯୋଗ ଦିଆଯାଉଛି। କିନ୍ତୁ କୌଣସି ସର୍ବେକ୍ଷଣ ସଂସ୍ଥା ବା ରାଜନୈତିକ ଦଳ ଦେଶର କୌଣସି ଜାତି ସମ୍ପୂର୍ଣ୍ଣ ଅବହେଳିତ ବା କୌଣସି ଜାତି ସମ୍ପୂର୍ଣ୍ଣ ବିକଶିତ ବୋଲି ପ୍ରାମାଣିକ ତଥ୍ୟ ଦେଇପାରିବେ ନାହିଁ, କାରଣ ଏବେ ପ୍ରତ୍ୟେକ ଜାତିରେ ଅର୍ଥନୈତିକ ସବଳ ଓ ଦୁର୍ବଳ ଶ୍ରେଣୀର ଲୋକ ରହିଛନ୍ତି। ବରଂ ଏହି ଜାତିଭିତ୍ତିକ ସୁଯୋଗ ତେଲିଆ ମୁଣ୍ଡରେ ତେଲ ପରି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ବରଦାୟକ ହେଉଛି।
ରାଜନୀତି ବା ପ୍ରଶାସନର ମର୍ଯ୍ୟାଦାଜନକ ପଦବୀରେ ଥିବା ବ୍ୟକ୍ତିଙ୍କ ଉତ୍ତର ଦାୟାଦ ପୁନଶ୍ଚ ଜାତିଭିତ୍ତିକ ସମସ୍ତ ସୁଯୋଗ ପାଉଥିବା ବେଳେ ସେମାନଙ୍କ ଘରେ ଥିବା ରୋଷେୟା ଚାକର ଥିବା ବ୍ୟକ୍ତିଙ୍କ ଦାୟାଦ ଯୋଗ୍ୟତା ଥାଇ ସୁଦ୍ଧା ଉଚ୍ଚ ଜାତି ଆଧାରରେ ସେଥିରୁ ବଞ୍ଚିତ ହୋଇ ସେଇ ବୃତ୍ତିକୁ ହିଁ ଆଦରି ନେଉଛନ୍ତି। ଆମ ସମ୍ବିଧାନରେ ଯଦି ସମସ୍ତେ ସମାନ ଏଂ ସାଛନ୍ଦ୍ୟ ଚଳଣି ପାଇଁ ସମସ୍ତଙ୍କର ଅଧିକାର ରହିଛି ତେବେ ସରକାର ଦେଶର ଅର୍ଥନୈତିକ ପ୍ରଗତି ପାଇଁ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଗୋଟିଏ ବର୍ଗରେ ସ୍ଥାନିତ କରିବା ଜରୁରୀ ନୁହେଁ କି?
ଦ୍ୱିତୀୟତଃ ଏହା ସ୍ବୀକାର୍ଯ୍ୟ ଯେ ଆମ ଦେଶ ଓ ରାଜ୍ୟରେ ଅନେକ ଯୋଜନା ରାଜନୈତିକ ଇଚ୍ଛାଶକ୍ତିରେ ପରିଚାଳିତ ହେଉଥାଏ। ଯେଉଁମାନେ ଶାସକ ଦଳର କର୍ମୀ ସେମାନେ ସମସ୍ତ ସରକାରୀ ସହାୟତା ପାଉଥିବା ବେଳେ ବିରୋଧୀ ଦଳର କର୍ମୀ ସେଥିରୁ ବଞ୍ଚିତ ହୁଅନ୍ତି। ଯେଉଁମାନେ କୌଣସି ଦଳର ସମର୍ଥକ ନୁହନ୍ତି ସେମାନେ ଭାଗ୍ୟ ଆଦରି କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରନ୍ତି ନାହିଁ। ଏବେ ଅବସ୍ଥା ଏପରି ବିଚିତ୍ର ହୋଇଛି ଯେ ଯେଉଁମାନେ ଭୂମିହୀନ ଭାବେ ସମସ୍ତ ସରକାରୀ ସୁଯୋଗ ପାଉଛନ୍ତି ସେମାନେ ମଧ୍ୟ ବହୁ ପରିମାଣର ଧାନ ବିକ୍ରି ପାଇଁ ନାମ ଅନୁବନ୍ଧିତ କରୁଛନ୍ତି। ଦେଶରେ ଆଧାର କାର୍ଡ ଏକକ ପରିଚୟପତ୍ରର ମାନ୍ୟତା ପାଇଛି। ତେଣୁ ତାହା ଆଧାରରେ ଜନଗଣନା କରାଯିବାରେ କୌଣସି ପ୍ରତିବନ୍ଧକ ନାହିଁ। ଏଥିସହ ପ୍ରତ୍ୟେକ ବ୍ୟକ୍ତିର ବୃତ୍ତି ଏବଂ ଅର୍ଥନୈତିକ ସ୍ଥିତିକୁ ବୈଷୟିକ ଜ୍ଞାନକୌଶଳ ଆଧାରରେ ସମୟ ଭିତ୍ତିକ ପର୍ଯ୍ୟବେକ୍ଷଣ ପାଇଁ ସୁରକ୍ଷିତ କରାଯିବା ଉଚିତ। ଜନଗଣନା ପୂର୍ବରୁ ପରିବାରର ସଂଜ୍ଞା ମଧ୍ୟ ନିର୍ଦ୍ଧାରଣ କରାଯିବାର ଆବଶ୍ୟକତା ରହିଛି। ଏହା ଆମର ସଂସ୍କୃତି ଭିତ୍ତିକ ହେବା ଉଚିତ। ନତୁବା ସରକାରୀ ଦଳର କରିତ୍‌କର୍ମାମାନେ ମାଗଣା ଯୋଜନାରେ ବାପପୁଅ, ସ୍ବାମୀସ୍ତ୍ରୀଙ୍କୁ ତଫାତ କରାଇ ଏକାଧିକ ସୁଯୋଗ ନେବା ଆଦୌ ଅସମ୍ଭବ ନୁହେଁ। ଆମ ରାଜ୍ୟରେ କାଳିଆ ଯୋଜନାରେ କୃଷି ଶ୍ରମିକ ଭାବରେ ସହାୟତା ପାଇଥିବା ଅନେକ ବ୍ୟକ୍ତି ନିଜେ ବା ତାଙ୍କର ପତ୍ନୀ ନିର୍ମାଣ ଶ୍ରମିକ ଭାବରେ ପଞ୍ଜୀକରଣ କରି ପାଉଥିବା ସୁଯୋଗ ପରି ତଥ୍ୟଭିତ୍ତିକ ଖବର ଅଭାବ ନାହିଁ। ସେମାନଙ୍କ ମଧ୍ୟରୁ କିଛି ପଡ଼ୋଶୀ ରାଜ୍ୟକୁ ଅଧିକ ରୋଜଗାର ପାଇଁ ଯାଉଥିବା ବେଳେ ଦାଦନ ଶ୍ରମିକ ବୋଲାଇ ଅନୁକମ୍ପା ପାଉଥିବା ମଧ୍ୟ ଅସତ୍ୟ ନୁହେଁ।
ନିକଟରେ ଅନେକ ସରକାରୀ କର୍ମଚାରୀ ଖାଉଟି ପତ୍ର ହାସଲ କରିଥିବା ଖବର ପ୍ରକାଶ ପାଇଛି। ଭୂତ ହିତାଧିକାରୀ ଅତୀତରେ ମାଗଣା ଆବାସ ଓ ଏବେ ଖାଉଟି ସାମଗ୍ରୀ ପାଉଥିବା କେବଳ ବ୍ୟବସ୍ଥାର ତ୍ରୁଟି ଯୋଗୁ ସମ୍ଭବ ହେଉଛି। ଗୋଟିଏ ପରିବାରର ବିଭିନ୍ନ ବ୍ୟକ୍ତି ବିଭିନ୍ନ ଶ୍ରମିକ ଭାବରେ ପଞ୍ଜୀକରଣ କରିଥିବାରୁ ଯଦି କୃଷି, ନିର୍ମାଣ,ଖଣି, କେନ୍ଦୁପତ୍ର, ଅଣକୁଶଳୀ ଶ୍ରମିକଙ୍କ ପରିବାରର ସଦସ୍ୟଙ୍କୁ ହିସାବ କରାଯାଏ ତେବେ ସେ ସଂଖ୍ୟା ରାଜ୍ୟ ଲୋକସଂଖ୍ୟାର ୮୦ ଶତାଂଶ ଏଂ ସଂରକ୍ଷିତ ବର୍ଗ ୩୮ ଶତାଂଶ ମିଶିଲେ ସମୁଦାୟ ଲୋକ ସଂଖ୍ୟାଠାରୁ ୮ ଶତାଂଶ ଅଧିକ ହୋଇଯିବେ। ଏକକୋଟି ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ମିଶାଇଲେ ଫଳ ଯାହା ହେବ ସେଥିରୁ ସ୍ପଷ୍ଟ ଯେ ଗୋଟିଏ ପରିବାର ତିନୋଟିରୁ ଅଧିକ ସରକାରୀ ସହାୟତା ପାଉଛନ୍ତି। କିନ୍ତୁ ଏଥିରେ ମଧ୍ୟମ ବର୍ଗର ସାଧାରଣ ବ୍ୟକ୍ତି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ସରକାରୀ ସହାୟତା ଯଦି ଜାତିଭିତ୍ତିକ ହୁଏ ତେବେ ସେମାନଙ୍କ ମଧ୍ୟରେ ଥିବା ସ୍ବଚ୍ଛଳ ବର୍ଗର ବ୍ୟକ୍ତି ଅଧିକ ଲାଭ ପାଇବେ। ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ସେହି ପର୍ଯ୍ୟାୟରେ ଆସୁଛି। ପୂର୍ବ ସରକାର ଏଭଳି ଅନେକ ଭୋଟ କାରକ ଯୋଜନା କରି ରାଜକୋଷକୁ ଭାରାକ୍ରାନ୍ତ କରିବା ସହ ରାଜ୍ୟ ଋଣଭାର ବଢ଼ାଇଥିଲେ। ଏହା ସତ୍ୟ ଯେ ରାଜ୍ୟ ସରକାର କୌଣସି ନିର୍ଦ୍ଦିଷ୍ଟ ଜାତି ବା ସମ୍ପ୍ରଦାୟର ବିବେଚିତ ହୋଇନଥାନ୍ତି। ତେଣୁ ପ୍ରସ୍ତାବିତ ଜନଗଣନା ବୃତ୍ତିଭିତ୍ତିକ କରି ପ୍ରକୃତ ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କୁ ଆର୍ଥିକ ସ୍ବଚ୍ଛଳ କରାଇବା ସହ ଏକାଧିକ ସରକାରୀ ସହାୟତା ପାଉଥିବା ବ୍ୟକ୍ତିଙ୍କୁ ଗୋଟିଏ ଯୋଜନାରେ ସାମିଲ କଲେ ରାଜ୍ୟର ଆର୍ଥିକ ସ୍ଥିତି ବଦଳିଯିବ ଏବଂ ସରକାରଙ୍କ ଯଶ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ଓ ଐତିହାସିକ ହୋଇଯିବ।
୧୧୩- ଗୁଣ୍ଡିଚା ବିହାର, ପୁରୀ -୨
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri