Posted inଜାତୀୟ

ଓଟିଟି, ଓ୍ବେବ୍‌ ଚ୍ୟାନେଲ ପାଇଁ ରହୁ ସେନ୍‌ସରଶିପ୍‌

ନୂଆଦିଲ୍ଲୀ,୩୧।୩: ଓଟିଟି ପ୍ଲାଟଫର୍ମ ଏବଂ ଓ୍ବେବ୍‌ ଚ୍ୟାନେଲଗୁଡ଼ିକରେ ଅଶ୍ଳୀଳ ଦୃଶ୍ୟ ଓ ଧର୍ମୀୟ ଉତ୍ତେଜନାପୂର୍ଣ୍ଣ ବିଷୟବସ୍ତୁର ପ୍ରସାରଣ କରାଯାଉଛି। ସେଗୁଡ଼ିକୁ କାଟଛାଣ୍ଟ କରିବା ଲାଗି କେନ୍ଦ୍ର ସରକାର ଆଇନ ଆଣନ୍ତୁ ବୋଲି ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ବୁଧବାର କହିଛନ୍ତି। ରାଜ୍ୟ ସଭାରେ ଶୂନ୍ୟକାଳ ଆଲୋଚନାରେ ଭାଗନେଇ ଆଚାର୍ଯ୍ୟ କହିଥିଲେ, ମହାମାରୀ ବେଳେ କଟକଣା ଯୋଗୁ ପାରମ୍ପରିକ ମନୋରଞ୍ଜନ ଉତ୍ସ ଗୁରୁତର ପ୍ରଭାବିତ ହୋଇଥିବାବେଳ ଓଟିଟି ପ୍ଲାଟଫର୍ମଗୁଡ଼ିକର ଦର୍ଶକ ସଂଖ୍ୟା ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି। ଏହାର ସୁଯୋଗ ନେଇ ଓ୍ବେବ୍‌ ଚ୍ୟାନେଲଗୁଡ଼ିକ ଅଶ୍ଳୀଳ ଦୃଶ୍ୟ ଓ ଆପତ୍ତିଜନକ ଭାଷାର ବ୍ୟବହାର କରୁଛନ୍ତି। ଯୁବପିଢ଼ିଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ୁଛି। ବିଭିନ୍ନ ଓ୍ବେବଚ୍ୟାନେଲରେ ପ୍ରସାରିତ ଶୋ ଦେଶର ସାମ୍ପ୍ରଦାୟିକ ସଦ୍‌ଭାବନାକୁ ମଧ୍ୟ ଗମ୍ଭୀର ଭାବେ ପ୍ରଭାବିତ କରୁଛି ବୋଲି ଆଚାର୍ଯ୍ୟ କହିଥିଲେ। ସେନ୍‌ସରଶିପ୍‌ ବ୍ୟବସ୍ଥା ଥିଲେ ଏଭଳି ଶୋ’ ପ୍ରସାରଣ ହୋଇପାରନ୍ତା ନାହିଁ। ଚଳଚ୍ଚିତ୍ର ପାଇଁ ସେନ୍‌ସର ବୋର୍ଡ ଥିବାବେଳେ ଓ୍ବେବ୍‌ ଚ୍ୟାନେଲ ପାଇଁ ନାହିଁ। ସୃଜନଶୀଳତାର ସ୍ବାଧୀନତା ଏବଂ ମତ ପ୍ରକାଶ କରିବା ଅଧିକାର ନାଁରେ ମହିଳାଙ୍କ ପ୍ରତି ଭ୍ରଷ୍ଟାଚାର ଓ ଧର୍ମୀୟ ଭାବନା ପ୍ରତି ଅସମ୍ମାନ କରିବାକୁ ପ୍ରୋତ୍ସାହିତ କରାଯାଇପାରିବ ନାହିଁ। ଟୁଇଟରରେ ଧର୍ମ ସମ୍ପ୍ରଦାୟ ଉପରେ ଆପତ୍ତିଜନକ ମନ୍ତବ୍ୟକୁ ନିକଟରେ ଦିଲ୍ଲୀ ହାଇକୋର୍ଟ ନିନ୍ଦା କରିଥିଲେ। ଓ୍ବେବ୍‌ ଚ୍ୟାନେଲଗୁଡ଼ିକର ସେନ୍‌ସରଶିପ୍‌ ପାଇଁ ଆଇନ ଅଣାଯିବା ଆବଶ୍ୟକ ବୋଲି ବରିଷ୍ଠ ବିଜେଡି ଏମ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ପୁଣିଥରେ ଭାରତକୁ ବଡ଼ ଝଟକା ଦେଲା ଚାଇନା! ଟ୍ରମ୍ପଙ୍କ ଟାରିଫ ମଧ୍ୟରେ ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପହଞ୍ଚିଲା…

ବେଜିଂ,୨୦।୧୨: ଚାଇନା ପୁଣିଥରେ ଭାରତ ବିରୁଦ୍ଧରେ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ପାଖକୁ ଯାଇଛି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ଉତ୍ପାଦ ଉପରେ ଲାଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri