ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଗଣେଶ ନାଗ (୩୨)ଓ ଆହତ ହେଲେ ସମୀର ଖାଲକେ (୩୫) ଦୁର୍ଘଟଣା ଖବର ପାଇ ଲୋଇସିଂହା ଓ ବଲାଙ୍ଗୀର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ମୃତ ଓ ଗୁରୁତର ଆହତଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜକୁ ପଠାଯାଇଛି। କେଉଁ କାରଣକୁ ନେଇ ଦୁର୍ଘଟଣା ଘଟିଲା ଓ ସିମେଣ୍ଟ ବୋଝେଇ ଟ୍ରକଟି କେଉଁଠାରୁ କେଉଁଠିକୁ ଯାଉଥିଲା ଲୋଇସିଂହା ପୋଲିସ ଛାନଭିନ ଚଲାଇଛି।
Dharitri – Odisha’s No.1 Odia Daily

