Posted inଫୁରସତ

କ୍ଲାସ୍‌ରୁମ୍‌ରେ ମୋବାଇଲ ଫୋନ୍‌ ବନ୍ଦ

ଡଚ୍‌: ବର୍ତ୍ତମାନ ଯୁଗରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ, ସ୍ମାର୍ଟ ଘଣ୍ଟା ଭଳି ବିଭିନ୍ନ ଜିନିଷ ବ୍ୟବହାର କରୁଛନ୍ତି; ଯାହା ଫଳରେ ପିଲାମାନେ ବେଶି ଏଥିପ୍ରତି ଆକର୍ଷିତ ହୋଇ ପାଠପଢ଼ାରୁ ଦୂରେଇ ଯାଉଛନ୍ତି। ସେଥିପାଇଁ ଡଚ୍‌ ସରକାର କ୍ଲାସ୍‌ରୁମ୍‌ରେ ପିଲାଙ୍କ ମୋବାଇଲ, ଟାବଲେଟ୍‌, ସ୍ମାର୍ଟ ଘଣ୍ଟା ବ୍ୟବହାରରେ ପ୍ରତିବନ୍ଧକ ଲଗାଇଛନ୍ତି। ପାଠପଢ଼ା ସମୟରେ ପିଲା ଏପରି ଜିନିଷକୁ ବ୍ୟବହାର କରିପାରିବେନି। ଏପରି ନିୟମ ପ୍ରଥମ ଥର ପାଇଁ ଲାଗୁ ହୋଇଥିବାରୁ ଏହାକୁ ସ୍ବାଗତ କରାଯାଇଛି। ଏହି ନିୟମ ୨୦୨୪ ଜାନୁୟାରୀ ପହିଲାରୁ ଲାଗୁ ହେବ। କେବଳ ଡିଜିଟାଲ ସ୍କିଲ ପାଇଁ ପିଲାମାନେ ଏହାର ବ୍ୟବହାର କରିପାରିବେ। ଏଥିସହ ଜରୁରୀ ମେଡିକାଲ ଏମର୍ଜେନ୍ସି ସମୟରେ ମଧ୍ୟ ଏହାକୁ ବ୍ୟବହାର କରିହେବ। ଶିକ୍ଷାମନ୍ତ୍ରୀ ରୋବେର୍ଟ ଡିଜିକ୍‌ଗ୍ରାଫ୍‌ କହିଛନ୍ତି, ପିଲାମାନେ ଅତ୍ୟଧିକ ମୋବାଇଲ, ଟାବ୍‌ଲେଟ୍‌, ସ୍ମାର୍ଟ ଘଣ୍ଟା ଭଳି ଜିନିଷ ବ୍ୟବହାର ଫଳରେ ତାଙ୍କ ଜୀବନଶୈଳୀ ଉପରେ ପ୍ରଭାବ ପଡୁଛି। କ୍ଲାସରୁମ୍‌ରେ ଏପରି ଜିନିଷ ବ୍ୟବହୃତ ନ ହେଲେ, ପିଲାମାନେ ତାଙ୍କ ପାଠପଢ଼ା ଉପରେ ଧ୍ୟାନ ଦେଇପାରିବେ। ପାଠପଢ଼ାକୁ ଭଲ ଭାବେ ବୁଝିପାରିବେ। ଏହି ଚୁକ୍ତିନାମା ସମସ୍ତ ସ୍କୁଲ ଏବଂ ଏହା ସମ୍ବନ୍ଧୀୟ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟରେ ସ୍ବାକ୍ଷର ହୋଇଥିବା ଶିକ୍ଷାମନ୍ତ୍ରୀ ଡିଜିକ୍‌ଗ୍ରାଫ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri