ଅଭିନେତ୍ରୀଙ୍କ ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଚ୍ୟାଲେଞ୍ଜ: ଭାଇରାଲ ହେଉଛି ଫଟୋ

ଲକ୍‌ଡାଉନ୍‌ ସମୟରେ ଘରେ ରହି ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଚ୍ୟାଲେଞ୍ଜକୁ ଆସେପ୍ଟ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜକୁ ଆସେପ୍ଟ କରି ବିଶେଷ କରି ମହିଳାମାନେ ନିଜର ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ବଲିଉଡ୍‌ ଅଭିନେତ୍ରୀମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଅନେକ ଅଭିନେତ୍ରୀ ଏହି ଚ୍ୟାଲେଞ୍ଜକୁ ଆସେପ୍ଟ କରିବା ସହ ହାସ୍‌ଟ୍ୟାଗ୍‌କୁ ବ୍ୟବହାର କରି ନିଜର ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଫଟୋ ଏବେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ମହିଳା ସଶକ୍ତକରଣକୁ ସମର୍ଥନ କରିବା ଏବଂ ସକାରାତ୍ମକତା ବଜାୟ ରଖିବା ପାଇଁ ସେଲିବ୍ରିଟିମାନେ ଏହି ଧାରାକୁ ଅନୁସରଣ କରୁଥିବା ଜଣାପଡ଼ିଛି। ଏଥିରେ ଟୀନା ଅମ୍ବାନୀ, କରିସ୍ମା କପୁର, ବିପାଶା ବସୁ, ଅନନ୍ୟା ପାଣ୍ଡେ, କରିସ୍ମା କପୁର ଆଦି ଅଭିନେତ୍ରୀ ରହିଛନ୍ତି।
ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ନିଜର ଏକ କଳା-ଧଳା ଫଟୋ ଶେୟାର କରିଛନ୍ତି। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।


ଟୀନା ଅମ୍ବାନୀ ନିଜର ଏକ ପୁରୁଣା ଫଟୋ ଶେୟାର କରିବା ସହ ଲେଖିଛନ୍ତି, ଚାଲନ୍ତୁ ସକାରାତ୍ମକତା ସୃଷ୍ଟି କରିବା। ଜଣେ ମହିଳା ଭାବେ ଅନ୍ୟକୁ ତଳକୁ ଟାଣିବା ଅପେକ୍ଷା ନିଜକୁ ଉପରକୁ ଉଠାଇବା ବୋଲି ସେ କହିଛନ୍ତି। ଏଥିସହ ସେ ଲେଖିଛନ୍ତି ଚ୍ୟାଲେଞ୍ଚ ଆସେପ୍‌ଟେଡ୍‌।


ବିପାଶା ବସୁ ମଧ୍ୟ ନିଜର ଏକ ଫଟୋ ଶେୟାରକରି ଚ୍ୟାଲେଞ୍ଚ ଆସେପ୍‌ଡେଡ୍‌ ବୋଲି ଲେଖିଛନ୍ତି।


ଶାହିଦ କୁପରଙ୍କ ସ୍ତ୍ରୀ ମୀରା ରାଜପୁତ ମଧ୍ୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ଏହି ଚ୍ୟାଲେଞ୍ଚକୁ ଆସେପ୍ଟ କରିବା ସହ ନିଜର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି।

Share