ପ୍ରେମ ସରିଲା, ଟାଟୁ ଲିଭିଲା

ପ୍ରେମ ଯେତେବେଳେ ହୁଏ ଚାରିଆଡ ଲାଗେ ପ୍ରେମମୟ। ମନ କହେ ସେଇ ମଣିଷଟି ହିଁ ସବୁଠୁ ନିଜର। ସେ ସାଥୀ ସାତ ଜନ୍ମର। ଏଇ ପ୍ରେମକୁ ଜାହିର କରିବା ଲାଗି କେହି କେହି ଶରୀରରେ ପ୍ରିୟ ମଣିଷ ନାଁର ଟାଟୁ ବି କରନ୍ତି । ତେବେ ଖାଲି ସାଧାରଣ ମଣିଷ ନୁହନ୍ତି କିଛି ସେଲିବ୍ରିଟି ବି ଟାଟୁ ମାଧ୍ୟମରେ ପ୍ରେମକୁ ଜାହିର କରିଥାନ୍ତି। କିନ୍ତୁ ଦୁଃଖର କଥା ବେଳେବେଳେ ସମ୍ପର୍କ ଭାଙ୍ଗିଗଲେ…। ଆଉ ବାଧ୍ୟ ହୋଇ ଟାଟୁକୁ ଶରୀରରୁ ଲିଭେଇବାକୁ ପଡ଼େ। ଯେମିତିକି ଏଇ ସେଲିବ୍ରିଟିମାନେ ପ୍ରେମପାଇଁ ଖୋଦେଇ କରିଥିବା ଟାଟୁକୁ ସମ୍ପର୍କ ଭାଙ୍ଗିବାପରେ ଲିଭେଇ ଦେଇଛନ୍ତି…

ଦୀପିକା ପାଦୁକୋନ: ବଲିଉଡର ଗ୍ଲାମର୍ସ ନାୟିକା ଦୀପିକା, ଅଭିନେତା ରଣବୀର କପୁରଙ୍କ ସହ ରିଲେଶନଶିପ୍‌ରେ ଥିବାବେଳେ ବେକରେ ‘ଆର୍‌କେ’ ଟାଟୁ କରାଇଥିଲେ। ହେଲେ ଏହି ରିଲେଶନଶିପ୍‌ ବେଶିଦିନ ତିଷ୍ଠି ନ ଥିଲା। ଦୁହେଁ ଅଲଗା ହୋଇଯାଇଥିଲେ। ପରେ ରଣବୀର ସିଂହ ତାଙ୍କ ଜୀବନକୁ ଆସିଥିଲେ। ତାଙ୍କ ସହ ସେ ବିବାହ ବି କଲେ। ତେଣୁ ସେ ବେକରେ କରିଥିବା ସେହି ଟାଟୁକୁ ହଟେଇ ଦେଇଛନ୍ତି।

ହ୍ରିତିକ ରୋଶନ-ସୁଜେନ୍‌: ହ୍ରିତିକ ରୋଶନ ଓ ସୁଜେନ ଖାଁଙ୍କ ଯୋଡି ବଲିଉଡ଼ର ଏକ ସୁନ୍ଦର ଯୋଡି ଥିଲା। ଦୁହିଁଙ୍କ ପ୍ରେମ କାହାଣୀର ବେଶ୍‌ ଚର୍ଚ୍ଚା ହେଉଥିଲା। ଏହି କପଲ୍‌ ନିଜ ପ୍ରେମକୁ ପ୍ରକାଶ କରିବା ଲାଗି ଉଭୟେ ହାତରେ ଷ୍ଟାର ଟାଟୁ ବି କରିଥିଲେ। ହେଲେ ଦୀର୍ଘବର୍ଷର ସୁଖି ଦାମ୍ପତ୍ୟ ଜୀବନ ପରେ ଦୁହେଁ ଅଲଗା ହୋଇଗଲେ। ଏହାପରେ ସୁଜେନ ନିଜ ହାତର ଷ୍ଟାରରେ କିଛି ମୋଡିଫିକେଶନ କରି ‘ଫଲୋ ୟୋର ସନ୍‌ସାଇନ୍‌’ଟାଟୁ କରାଇଛନ୍ତି। ହେଲେ ହ୍ରିତିକଙ୍କ ହାତରେ ଏବେବି ସେହି ଷ୍ଟାର ଟାଟୁ ଅଛି। ଏବେ ଦେଖିବାକୁ ବାକି ଅଛି ଯେ, ହ୍ରିତିକ ଯେହେତୁ ସବା ଆଜାଦଙ୍କ ସହ ରିଲେଶନ୍‌ରେ ଅଛନ୍ତି ସେ ସେଇ ପୁରୁଣା ଟାଟୁକୁ ହଟଉଛନ୍ତି କି ନାହିଁ।

ଏମୀ ଜ୍ୟାକ୍ସନ ଓ ପ୍ରତୀକ ବବ୍ବର: ଏମି ଜ୍ୟାକ୍ସନ ଓ ପ୍ରତୀକ ବବ୍ବର ବି ଦିନେ ରିଲେଶନଶିପ୍‌ରେ ଥିଲେ। ସେତେବେଳେ ଏମୀ ନିଜ ହାତରେ ବଡ଼ ବଡ଼ ଅକ୍ଷରରେ ପ୍ରତୀକଙ୍କ ନାମର ଟାଟୁ ‘ମେରା ପ୍ୟାର ମେରା ପ୍ରତୀକ’ କରାଇଥିଲେ। ପ୍ରତୀକ ବବ୍ବର ବି ‘ମେରା ପ୍ୟାର ମେରୀ ଏମୀ’ ଟାଟୁ ନିଜ ହାତରେ କରାଇଥିଲେ। ହେଲେ ବ୍ରେକ୍‌ଅପ୍‌ ପରେ ଏମୀ ନିଜ ହାତର ଟାଟୁକୁ ହଟେଇ ଦେଇଥିଲେ।

ରାକ୍ଷୀ ସାଓ୍ବନ୍ତ: ବିଗ୍‌ବସ୍‌ ସିଜନ ୧୪ ପରେ ଡ୍ରାମା କୁଇନ୍‌ଭାବେ ପରିଚିତ ରାକ୍ଷୀ ସାଓ୍ବନ୍ତ ସ୍ବାମୀ ରିତେଶଙ୍କ ଉପରେ ନାନା ପ୍ରକାରର ଅଭିଯୋଗ ଆଣି ତାଙ୍କଠାରୁ ଛାଡ଼ପତ୍ର ନେଇଥିଲେ। ଏହାପରେ ରାକ୍ଷୀ ସ୍ବାମୀଙ୍କ ନାମର ଟାଟୁ ହଟେଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜାରି କରି କହିଥିଲେ ତିନି ବର୍ଷର ବିବାହ ପରେ ରିତେଶ ଆଜି ମୋ ଶରୀର ଓ ମୋ ଜୀବନରୁ ସମ୍ପୂର୍ଣ୍ଣଭାବେ ଚାଲି ଯାଇଛନ୍ତି।

ଆଞ୍ଜେଲିନା ଜୋଲି: ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଥରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ତାଙ୍କର ପୂର୍ବତନ ପ୍ରେମିକ ବିଲି ବବ୍‌ ଥର୍ନଟନ୍‌ଙ୍କର ଟାଟୁ ନିଜ ବାହୁରେ କରିଥିଲେ। ହେଲେ ପରେ ଯେବେ ସମ୍ପର୍କ ଭାଙ୍ଗିଗଲା ଲେଜର୍‌ ସର୍ଜରୀ ମାଧ୍ୟମରେ ତାକୁ ଲିଭେଇ ଦେଇଥିଲେ। ଆଉ ସେହି ସ୍ଥାନରେ ନିଜ ପିଲାମାନଙ୍କର ଜନ୍ମ ସ୍ଥାନର ଏକ ଭୌଗୋଳିକ କୋର୍ଡିନେଟେଡ ଟାଟୁ କରାଇଥିଲେ।

ଜନି ଡେପ୍‌: ବ୍ରେକ୍‌ଅପ୍‌ ପରେ ଟାଟୁ ହଟେଇଥିବା ତାଲିକାରେ ଆଉ ଜଣେ ପ୍ରସିଦ୍ଧ ଅଭିନେତା ହେଉଛନ୍ତି ଜନି ଡେପ୍‌। ହଲିଉଡ଼ର ଏହି ଲୋକପ୍ରିୟ ଅଭିନେତା ଏକ ଫିଲ୍ମର ପ୍ରିମିୟରରେ ଭେଟିଥିଲେ ଓ୍ବିନୋନା ରାଇଡର୍‌ଙ୍କୁ। ଆଉ ପ୍ରଥମ ଦେଖାରେ ହିଁ ପ୍ରେମ ହେଇଯାଇଥିଲା। ସେତେବେଳେ ଜନି ଡେପ୍‌ଙ୍କୁ ୨୬ ବର୍ଷ ଓ ଓ୍ବିନୋନାଙ୍କୁ ୧୮ ବର୍ଷ ବୟସ। ପରେ ଓ୍ବିନୋନା ବି ଜନିଙ୍କୁ ଖୁବ୍‌ ଭଲ ପାଇଥିଲେ। ଦୁହେଁ ପ୍ରେମରେ ଏତେ ମାତ୍ରାରେ ବୁଡ଼ି ଯାଇଥିଲେ ଯେ, ଜନି ଡେପ ନିଜ ବାହାରେ ‘ଓ୍ବିନୋନା ଫରଏଭର୍‌’ର ଟାଟୁ କରିଥିଲେ। କିନ୍ତୁ ଦୁଃଖର କଥା ୪ ବର୍ଷ ପରେ ଏହି ସୁନ୍ଦର ପ୍ରେମ କାହାଣୀଟି ଭାଙ୍ଗିଯାଇଥିଲା। ଆଉ ଜନି ଡ଼େପ୍‌ ସେ ଟାଟୁ ଲିଭେଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri