Categories: ଜାତୀୟ

ସେଲିବ୍ରିଟିଙ୍କ ଟୁଇଟ୍‌ ଯାଞ୍ଚ ହେବ

ମୁମ୍ବାଇ, ୯ା୨: ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ଅନ୍ତର୍ଜାତୀୟ ସେଲିବ୍ରିଟି ବାହାରିବା ପରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ମତ ରଖିଥିଲେ ଭାରତର ପ୍ରମୁଖ ଚେହେରା। ବିଭିନ୍ନ କ୍ଷେତ୍ରର ଜଣାଶୁଣା ବ୍ୟକ୍ତିତ୍ୱମାନେ କିପରି ସମାନ ମତ ରଖିଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ର ସରକାର। ଭାଜପା ଚାପରେ ଭାରତୀୟ ସେଲିବ୍ରିଟିମାନେ ଏଭଳି ଟୁଇଟ କରିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହେବା ପରେ ଏ ଦିଗରେ ତଦନ୍ତ କରାଯିବ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି। କୃଷକଙ୍କ ସମର୍ଥନରେ ଆମେରିକୀୟ ପପ୍‌ ଷ୍ଟାର ରିହାନା, ସ୍ବିଡେନ୍‌ର ପରିବେଶ କର୍ମୀ ଗ୍ରେଟା ଥନବର୍ଗ, ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌, ପର୍ନ ଷ୍ଟାର ମିଆ ଖଲିଫା ପ୍ରମୁଖ ଟୁଇଟ କରିବା ପରେ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର, ଅକ୍ଷୟ କୁମାର, ଅଜୟ ଦେବଗନ, କରନ ଜୋହର, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ସାଇନା ନେହଓ୍ବାଲ ପ୍ରମୁଖ କେନ୍ଦ୍ର ସରକାରଙ୍କ ସପକ୍ଷରେ ଟୁଇଟ୍‌ କରିଥିଲେ।

Share