ସେଲିବ୍ରିଟି ସେବିକା

ପରିବାରର ୧୯ତମ ସନ୍ତାନ ଭାବେ ଆନ୍ନା କାବାଲେ ଡୁବା କେନିଆର ଟୁର୍ବି ଅଞ୍ଚଳର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପୁଅମାନଙ୍କୁ ପଢ଼ିବାର ସୁଯୋଗ ଥିବା ବେଳେ ଝିଅମାନଙ୍କୁ କମ୍‌ ବୟସରେ ବିବାହ କରିଦେବା ଚିନ୍ତା ମାତାପିତାଙ୍କୁ ଘାରିଥାଏ। ଏଭଳି ରିଗ୍ରେସିଭ୍‌ ବା ପଶ୍ଚାତ୍‌ପଦ ଚିନ୍ତାଧାରା ବିରୋଧରେ ଡୁବା ସ୍ବର ଉତ୍ତୋଳନ କରିଥିଲେ। ତାଙ୍କ ଭଉଣୀମାନଙ୍କୁ ପଢ଼ିବାର ସୁଯୋଗ କାହିଁକି ଦିଆଗଲା ନାହିଁ ବୋଲି ମାତାପିତାଙ୍କୁ ସେ ପ୍ରଶ୍ନ କରିଥିଲେ। ସ୍ଥାନୀୟ ଅଞ୍ଚଳର ପ୍ରଥା ଅନୁଯାୟୀ ଏଭଳି ନିଷ୍ପତ୍ତି ନିଆଯାଇଥାଏ ବୋଲି ପିତା କହିଥିଲେ। ହେଲେ ଡୁବା ମନରେ ଦମ୍ଭ ଧରିଥିଲେ ସେ ପଢ଼ିବେ ଓ ତାଙ୍କ ଜାତି ଭିତରେ ଦେଖାଦେଉଥିବା କୁସଂସ୍କାରକୁ ଦୂର କରିବା ଲାଗି ଲଢ଼େଇ କରିବେ। ତାହା ହିଁ ହେଲା। ତାଙ୍କର ଏଭଳି ଜିଦ୍‌କୁ ବଳ ଦେଇଥିଲେ ତାଙ୍କ ମା’। ସେଥିପାଇଁ ଡୁବା ମା’ଙ୍କ ସାହସକୁ ପ୍ରଶଂସା କରିଥାଆନ୍ତି। ଡୁବା ବୁଝିଥିଲେ ଝିଅମାନେ ପାଠ ନ ପଢ଼ିଲେ ସେମାନେ ସଶକ୍ତ ହୋଇପାରିବେ ନାହିଁ। ସେଥିପାଇଁ ତାଙ୍କୁ ନେତୃତ୍ୱ ନେବାକୁ ପଡ଼ିବ। ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ନର୍ସିଂ ପଢ଼ିବାକୁ ମନ ବଳାଇଥିଲେ। କାରଣ ତାଙ୍କ ପରିବାର ଓ ଅଞ୍ଚଳର ବହୁ ଲୋକ ରୋଗାକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଜନସାଧାରଣଙ୍କୁ ରୋଗରୁ ମୁକ୍ତି ଦେବା ଲାଗି ସେ ଆରମ୍ଭ କରିଥିବା କାର୍ଯ୍ୟ ଓ ପଦକ୍ଷେପ ଚାରିଆଡ଼େ ପ୍ରଚାରିତ ହୋଇଥିଲା। ଫଳସ୍ବରୂପ ତାଙ୍କ ତ୍ୟାଗ ଆଜି ତାଙ୍କୁ ଆଷ୍ଟର ଗାର୍ଡିଆନ୍ସ ଗ୍ଲୋବାଲ ନର୍ସିଂ ଆଓ୍ବାର୍ଡ ଭଳି ଅନ୍ତର୍ଜାତୀୟ ପୁରସ୍କାର ଦେଇପାରିଛି। ନିକଟରେ ସେ ଏହି ପୁରସ୍କାର ପାଇବା ପରେ ପ୍ରତିକ୍ରିୟାରେ କହିଛନ୍ତି, ମିଳିଥିବା ସମ୍ମାନକୁ ତାଙ୍କ ରୋଗୀ, ପରିବାର, ସହକର୍ମୀ ଓ ଜୀବନଯାତ୍ରାରେ ସହାୟତାର ହାତ ବଢ଼ାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ଉତ୍ସର୍ଗ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଦୁବାଇଭିତ୍ତିକ ଆଷ୍ଟର ଡିଏମ୍‌ ହେଲ୍‌ଥକେୟାର ପକ୍ଷରୁ ୨୦୨୧ରେ ଅନ୍ତର୍ଜାତୀୟ ସେବିକା ଦିବସ ୧୨ ମେ’ରେ ଆଷ୍ଟର ଗାର୍ଡିଆନ୍ସ ଗ୍ଲୋବାଲ ନର୍ସିଂ ଆଓ୍ବାର୍ଡ ପ୍ରତିଷ୍ଠା କରାଯାଇଥିଲା। ମାନବସମାଜକୁ ସେବିକାମାନଙ୍କ ଅପୂର୍ବ ଅବଦାନ ସକାଶେ ଏହି ଘରୋଇ ସଂସ୍ଥା ଏଭଳି ପୁରସ୍କାର ପରିକଳ୍ପନା କରିଥିବା ଆଷ୍ଟର ଡିଏମ୍‌ ହେଲ୍‌ଥକେୟାର ପ୍ରତିଷ୍ଠାତା ଅଧ୍ୟକ୍ଷ ଡାକ୍ତର ଆଜାଦ ମୁପେନ୍‌ କହିଛନ୍ତି। ୨୦୨୨ରେ ଏହାର ପ୍ରଥମ ବିଜେତା କେନିଆର ଡୁବା ହୋଇଥିବାରୁ ସେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସଂଘର୍ଷମୟ କାହାଣୀ ଅନେକଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି।
୩୧ ବର୍ଷୀୟା ଆନ୍ନା କାବାଲେ ଡୁବାଙ୍କର ଦୁଇଟି ସନ୍ତାନ ରହିଛି। ପରିବାର ତାଙ୍କୁ କମ୍‌ ବୟସରେ ବିବାହ କରିଦେବାକୁ ଚାହିଁବାରୁ ସେ ପଢ଼ାର ବାହାନା ଦେଖାଇ ବିବାହକୁ ୨୬ ବର୍ଷ ଯାଏ ଗଢ଼ାଇ ଦେଇପାରିଥିଲେ। ତାଙ୍କ ଅଞ୍ଚଳର ପ୍ରଥମ ସ୍ନାତକଧାରୀ ଓ ସେବିକା ହୋଇଥିବାରୁ ସେ ଯେତିକି ଆନନ୍ଦିତ ନୁହନ୍ତି, ସେଠାକାର ଅପାଠୁଆ ଓ ପୁରୁଣାକାଳିଆ ଚିନ୍ତାଧାରାରେ ଗତି କରୁଥିବା ଅସଂଖ୍ୟ ଲୋକଙ୍କ ମଧ୍ୟରେ ପ୍ରଗତିଶୀଳ ଭାବନା ସୃଷ୍ଟି କରିପାରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଏପିଡେମିଓଲୋଜିରେ ସ୍ନାତକୋତ୍ତର କରିଥିବା ଡୁବା ବାଳିକା ଶିକ୍ଷାକୁ ଅଗ୍ରାଧିକାର ଦେଇଚାଲିଛନ୍ତି। ଅଶିକ୍ଷା ହିଁ କୁସଂସ୍କାରକୁ ଜନ୍ମ ଦେଇଥାଏ ବୋଲି ଯାହା କୁହାଯାଇଥାଏ, ତାହାକୁ ସେ ନିଜ ଦେଶରେ ଅନୁଭବ କରିଛନ୍ତି। ବିଶେଷକରି କେନିଆର ଉତ୍ତରାଞ୍ଚଳର ଝିଅମାନଙ୍କ ଯୋନ୍ୟାଙ୍କୁର କାଟିବା ବା ସାର୍କମସିଜନ୍‌ ଏବଂ ଅଳ୍ପବୟସରେ ସେମାନଙ୍କୁ ବିବାହ କରିଦେବା ତାଙ୍କୁ ବ୍ୟଥିତ କରିଥିଲା। ନିଜେ ସାର୍କମସିଜନ୍‌ର ସମ୍ମୁଖୀନ ହୋଇଥିବାରୁ ଏଭଳି ଘୃଣିତ ପ୍ରଥାକୁ ବନ୍ଦ କରିବା ଲାଗି ସେ କାବାଲେ ଡୁବା ଫାଉଣ୍ଡେଶନ (କ୍ୟୁଡିଏଫ୍‌) ଭଳି ଏକ ସଙ୍ଗଠନ ଗଢ଼ିଛନ୍ତି। ଝିଅମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା ଲାଗି ଏହାରି ମାଧ୍ୟମରେ ସେମାନଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସେବା ଓ ଅର୍ଥନୈତିକ ସଶକ୍ତୀକରଣକୁ ସଙ୍ଗଠନ ଏକ ନୂଆ ରାସ୍ତା ଦେଖାଇପାରିଛି। ତାଙ୍କ ପଦକ୍ଷେପକୁ ଅନ୍ୟମାନେ ସହଜରେ ଏଇଥିପାଇଁ ଗ୍ରହଣ କରିଛନ୍ତି ଯେ, ସେ ନିଜକୁ ସେବିକା ଭାବେ ସମାଜରେ ପ୍ରତିଷ୍ଠିତ କରିବା ପୂର୍ବରୁ ପ୍ରଥମେ ସେଲିବ୍ରିଟି ହୋଇଥିଲେ। ୨୦୧୧-୧୨ରେ କେନିଆ ମିଡିଲ୍‌ ଇଷ୍ଟ ୟୁନିଭର୍ସିଟିରେ ପଢ଼ିବା ବେଳେ ସେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେତେବେଳେ ତାଙ୍କ ଦେଶ ଭିତରେ ୪୭ଟି କାଉଣ୍ଟିରୁ ଆସିଥିବ ସୁନ୍ଦରୀଙ୍କ ସମାଗମ ହୋଇଥିଲା। ସେ ସେଥିରେ ଭାଗ ନେଇ ନିଜ କାଉଣ୍ଟିରୁ ପ୍ରଥମ ଓ ଦେଶରେ ଦ୍ୱିତୀୟ ସ୍ଥାନରେ ରହି ମିସ୍‌ ଟୁରିଜମ୍‌ ଆଖ୍ୟା ଅର୍ଜନ କରିଥିଲେ। ଏହା ପରେ ସେ ଘରେ ଘରେ ପରିଚିତ ହୋଇଥିଲେ। ଝିଅ ଓ ମହିଳାମାନଙ୍କୁ ସାନିଟାରି ନାପ୍‌କିନ୍‌ ଓ ଅଣ୍ଡରଓ୍ବେର ପିନ୍ଧିବା ଏବଂ ଫିମେଲ ଜେନିଟାଲ ମ୍ୟୁଟିଲେଶନ (ଏଫ୍‌ଜିଏମ୍‌) ଭଳି ସାଂସ୍କୃତିକ କୁସଂସ୍କାର ବିରୋଧରେ ଲଢ଼େଇ କରିବା ସକାଶେ ତାହା ହିଁ ତାଙ୍କୁ ସାହାଯ୍ୟ କରିଥିଲା ବୋଲି ଡୁବା କହିଥାଆନ୍ତି। ବାସ୍ତବରେ ଏକ ବୃହତ୍ତର ଲକ୍ଷ୍ୟ ସାଧନ ଲାଗି ଜଣେ ମହିଳା କେତେ ପର୍ଯ୍ୟାୟ ଦେଇ ଗତି କରି ସମାଜ ସଂସ୍କାରକ ପାଲଟିଥାଆନ୍ତି, ସମ୍ଭବତଃ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଡୁବାଙ୍କଠାରୁ ବଡ଼ ଉଦାହରଣ ବିଶ୍ୱରେ ମିଳିବା ବିରଳ।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri