ସେଲିବ୍ରିଟିଙ୍କ ହାଇଡ୍ରାମା: ୭ ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ସେଲିବ୍ରିଟିଙ୍କ ହାଇଡ୍ରାମା ଘଟଣାରେ ପୋଲିସ ୭ ଜଣଙ୍କ ବୟାନ ରେକର୍ଡ କରିଛି। ଶନିବାର ସକାଳେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ସନ୍ଦେହ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ପ୍ରକୃତିଙ୍କୁ ପିଟିଥିଲେ । ଏହି ଘଟଣାରେ ଉଭୟ ପକ୍ଷରୁ ୨ଟି ମାମଲା ରୁଜୁ ହୋଇଥିଲା। ଏହି ଦୁଇଟି ମାମଲାକୁ ଆଧାର କରି ୭ ଜଣଙ୍କ ବୟାନ ରେକର୍ଡ ହୋଇଛି। ଗୋଟିଏ ମାମଲା ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କରିଥିବା ବେଳେ ଆଉ ଗୋଟିଏ ମାମଲା ଅପରାଜିତ ମହାନ୍ତି ଓ ତାଙ୍କ ବୋହୂ ତୃପ୍ତି କରିଥିଲେ । ଉଭୟ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ବାବୁଶାନଙ୍କ ସ୍ତ୍ରୀ ତୃପ୍ତିଙ୍କ ଅଭିଯୋଗକୁ ଭତ୍ତି କରି ଅପରାଜିତା ମହାନ୍ତି, ତୃପ୍ତି, ଲଳିତ ଶତପଥୀ, ମାଉସୀ, ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ କରିଯାଇଛି । ସେପଟେ କ୍ରିଷ୍ଣପ୍ରିୟା ମିଶ୍ରଙ୍କ ଅଭିଯୋଗ କ୍ରମେ ମନ୍ନଥ ମିଶ୍ର ଓ କ୍ରିଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ ସରିଛି ।
ଅପରପକ୍ଷରେ ବାବୁସାନ ଓ ପ୍ରକୃତିଙ୍କୁ ଫୋନ ଯୋଗେ ପୋଲିସ ନୋଟିସ ଜାରି କରିଛି । ଉଭୟ ଥାନାରେ ଆସି ନିଜ ନିଜ ପକ୍ଷ ରଖିବାକୁ ପୋଲିସ କହିଛି।