ସେଲିବ୍ରିଟିଙ୍କ ହାଇଡ୍ରାମା

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜଧାନୀ ରାଜରାସ୍ତାରେ ଶନିବାର ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଚେନ୍ନାଇ ଯିବା ଲାଗି ଶନିବାର ସକାଳୁ ଅଭିନେତା ବାବୁସାନ ସତ୍ୟନଗର ଅଞ୍ଚଳକୁ ଆସି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିମାନ ବନ୍ଦର ଅଭିମୁଖେ ଯାଉଥିଲେ। ହେଲେ ଏତିକି ବେଳେ ବାବୁସାନଙ୍କ ସ୍ତ୍ରୀ ତାଙ୍କ ଗାଡିକୁ ଅଟକାଇ ଟଣାଓଟରା କରିବା ସହ ପ୍ରକୃତିଙ୍କୁ ମାଡ଼ ମାରିଥିବାର ଭିଡିଓ ଦେଖିବାକୁ ମିଳିଥିଲା। ତୃପ୍ତିଙ୍କ ଏଭଳି ବ୍ୟବହାରକୁ ଉଭୟେ ବାବୁସାନ ଏବଂ ପ୍ରକୃତି ନାପସନ୍ଦ କରିଥିବାବେଳେ ନିଜ ପରିବାରକୁ ବଞ୍ଚାଇବାକୁ ଏଭଳି କରିବାକୁ ବାଧ୍ୟ ହେଲି ବୋଲି ତୃପ୍ତି କହିଛନ୍ତି।


ତୃପ୍ତିଙ୍କ ଅଭିଯୋଗ ଅନୁସାରେ ପ୍ରକୃତିଙ୍କ ଯୋଗୁ ଆମ ଦାମ୍ପତ୍ୟ ଜୀବନରେ କଳହ ଲାଗି ରହିଛି। କୋଭିଡ୍‌ ଯୋଗୁ ପ୍ରକୃତିଙ୍କ କ୍ୟାରିୟର ପ୍ରଭାବିତ ହେବା ପରେ ବାବୁସାନଙ୍କ ଉପରେ ଟଙ୍କା ପାଇଁ ନିର୍ଭର କରନ୍ତି । ଏଥିସହ ପ୍ରକୃତି ବାବୁସାନଙ୍କୁ ଗଞ୍ଜେଇ ଏବଂ ମଦ ଯୋଗାନ୍ତି । ଯାହାଫଳରେ ବାବୁସାନ ୨୪ ଘଣ୍ଟା ନିଶାରେ ରୁହନ୍ତି । ଆଉ ପ୍ରକୃତିଙ୍କ କଥାରେ ପଡ଼ି ମୋତେ ଧମକାଇ ଗାଳିଗୁଲଜ କରନ୍ତି। ଏଥିସହ ପ୍ରକୃତି ବିଭିନ୍ନ ସମୟରେ ବାବୁସାନଙ୍କୁ ଆତ୍ମହତ୍ୟାର ଧମକ ଦିଅନ୍ତି ବୋଲି ତୃପ୍ତି ଅଭିଯୋଗରେ ଦର୍ଶାଇଛନ୍ତି। ଏହାର ଉଚିତ୍‌ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଏତଲାରେ ଦର୍ଶାଇଛନ୍ତି।

ବ୍ଲାକ୍‌ମେଲିଂ କରୁଥିଲେ ପ୍ରକୃତି: ତୃପ୍ତି
ଅନେକ ଦିନ ଚୁପ ରହିବା ପରେ ମୁହଁ ଖୋଲିଛନ୍ତି ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତିଙ୍କ ସ୍ତ୍ରୀ ତୃପ୍ତି ଶତପଥୀ। ଶନିବାର ସକାଳେ ବାବୁସାନ ଏବଂ ପ୍ରକୃତି ମିଶ୍ର ଗୋଟିଏ ଗାଡ଼ିରେ ଯାଉଥିବାବେଳେ ସେମାନଙ୍କୁ ଟଣା ଓଟରା କରି ଚର୍ଚ୍ଚାକୁ ଆସିବା ପରେ ଅପରାହ୍ନରେ ଖାରବେଳନଗର ଥାନାରେ ଉଭୟ ବାବୁସାନ ଏବଂ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇ ନିଜ ଦାମ୍ପତ୍ୟ ଜୀବନକୁ ନେଇ ଅନେକ କଥା କହିଛନ୍ତି। ତୃପ୍ତିଙ୍କ କହିବା ହେଲା ଆମ ବୈବାହିକ ଜୀବନ ଖୁସିରେ ଚାଲିଥିଲା। ଯେତେବେଳେ ପ୍ରକୃତି ମିଶ୍ର ଆମ ଦୁହିଁଙ୍କ ଭିତରେ ପଶିଲେ ସେବେଠୁ ଆମ ପରିବାରରେ ଅଶାନ୍ତି ଆରମ୍ଭ ହେଲା। ଲକ୍‌ଡାଉନ ସମୟରେ ପ୍ରକୃତି ଓ ବାବୁସାନ ଅଧିକ ନିକଟତର ହୋଇଥିଲେ। ଏହା ଜାଣିବା ପରେ ସ୍ବାମୀଙ୍କୁ ମୁଁ ଫେରାଇ ଆଣିବାକୁ ଚେଷ୍ଟା କରିବାରୁ ପ୍ରକୃତି ଆତ୍ମହତ୍ୟା ସହ ଆମ ସମ୍ମାନକୁ ତଳେ ପକାଇବା ପାଇଁ ବ୍ଲାକ୍‌ମେଲ କରିଥିଲେ। ମୋ ସ୍ବାମୀ ପ୍ରକୃତିଙ୍କ ସହ ମୋ ବାପଘର ନିକଟରେ ଏକ ଭଡ଼ା ଘରେ ଥିବାର ମୁଁ ଶନିବାର ସକାଳେ ଜାଣିବାକୁ ପାଇଥିଲି। ସେଠାରେ ପହଞ୍ଚତ୍ବାବେଳକୁ ବାବୁସାନ ଓ ପ୍ରକୃତି ଚେନ୍ନାଇ ଯିବା ପାଇଁ ବିମାନବନ୍ଦର ଅଭିମୁଖେ କାର୍‌ରେ ବାହାରିଥିଲେ। ସେମାନଙ୍କୁ ପ୍ରଥମେ ଅଟକାଇ ବାବୁସାନଙ୍କୁ ମୁଁ ପାଟି କରିବା ସହ ଗାଡ଼ିରୁ ଟାଣି ବାହାର କରିବାବେଳେ ପ୍ରକୃତି ମୋତେ ବିରୋଧ କରି ଧମକ୍‌ ଦେଇଥିଲେ। ଫଳରେ ମୁଁ ରାଗ ସମ୍ଭାଳି ନ ପାରିବାରୁ ଏଭଳି ଘଟଣା ଘଟିଲା। ଏବେ ମୋର ଏବଂ ଓ ମୋ ପୁଅ ଜୀବନ ପ୍ରତି ବିପଦ ଅଛି ବୋଲି ତୃପ୍ତି ଗଣମାଧ୍ୟମ ନିକଟରେ କହିଛନ୍ତି।
ପ୍ରକୃତି, ବାବୁସାନ ୨ ବର୍ଷ ହେଲା ମିଶିକି ରହୁଛନ୍ତି: ସଙ୍ଗୀତା ପ୍ରହରାଜ
ପ୍ରକୃତିଙ୍କୁ ଦୁର୍ବ୍ୟବହାର ଘଟଣାରେ ମୁହଁ ଖୋଲିଛନ୍ତି ତୃପ୍ତିଙ୍କ ମାଉସୀ ସଙ୍ଗୀତା ପ୍ରହରାଜ। ବାବୁସାନ ଏକ ବର୍ଷ ଧରି ଘରକୁ ଆସୁନାହାନ୍ତି କି ସ୍ତ୍ରୀ ଓ ଛୁଆକୁ ପଚାରୁ ନାହାନ୍ତି ବୋଲି ସଙ୍ଗୀତା କହିଛନ୍ତି। ଆସନ୍ତା ୩୦ତାରିଖରେ ବାବୁସାନ୍‌ଙ୍କ ଜନ୍ମଦିନ ପାଳିବାକୁ ପ୍ରକୃତିଙ୍କୁ ନେଇ ପୋର୍ଟବ୍ଲେୟାର ଯାଉଥିଲେ। ସେ କହିଛନ୍ତି ବାବୁସାନ୍‌ ଓ ପ୍ରକୃତିଙ୍କ ସମ୍ପର୍କ ନେଇ ଉଭୟ ପରିବାର ଜାଣିଛନ୍ତି । ଏପରିକି ପ୍ରକୃତିଙ୍କୁ ବୁଝାଇବା ପାଇଁ କିଛି ଦିନ ପୂର୍ବେ ତୃପ୍ତିଙ୍କ ପରିବାର ମନ୍ମଥ ମିଶ୍ରଙ୍କ ପରିବାରକୁ ଭେଟିଥିଲେ। ହେଲେ ସେ ଉଭୟ ବାବୁସାନ୍‌ ଓ ପ୍ରକୃତିଙ୍କ ନାମରେ ଥାନାରେ ଅଭିଯୋଗ କରିବା ପାଇଁ ତୃପ୍ତିଙ୍କୁ ପରାମର୍ଶ ଦେଇଥିଲେ। ରାଜଧାନୀର ସତ୍ୟନଗରରେ ଉଭୟ ଏକ ଭଡ଼ାଘରେ ୨ବର୍ଷ ଧରି ରହୁଥିବା ସଙ୍ଗୀତା କହିଛନ୍ତି। ଶନିବାର ସକାଳୁ ପୋର୍ଟବ୍ଲେୟାର ଯିବା ପାଇଁ ବିମାନବନ୍ଦର ଯିବା ସମୟରେ ତୃପ୍ତି ଖବର ପାଇ ଉଭୟଙ୍କୁ ଏକାଠି ଦେଖି କାବୁ କରିଥିଲା। ସେପଟେ ବାବୁସାନ୍‌ ସବୁବେଳେ ନିଶାସକ୍ତ ରହୁଥିବାରୁ ଗତ ଦୁଇ ବର୍ଷ ଧରି ପରିବାରରେ ତିକ୍ତତା ଲାଗି ରହିଥିଲା। ପ୍ରେମ ବିବାହ କରିଥିବାରୁ ଘଟଣାର ନିଜେ ସମାଧାନ କରିବାକୁ ତୃପ୍ତି ନିଷ୍ପତ୍ତି ନେଇଥିଲେ। ମାତ୍ର କୌଣସି ସମାଧାନ ନ ହେବାରୁ ତୃପ୍ତି ଏଭଳି କରିଥିବା କହିଛନ୍ତି ମାଉସୀ ।

ଏଭଳି ଘଟଣା ସମାଜ ଉପରେ
କୁପ୍ରଭାବ ପକାଉଛି
ବର୍ତ୍ତମାନର ଯୁବପିଢ଼ି ମା’ ବାପାଙ୍କୁ ଗୁରୁତ୍ୱ ଦେଉନାହାନ୍ତି। ହାତରେ ମୋବାଇଲ ଧରିବା ପରେ ସେମାନେ ଭାବୁଛନ୍ତି ଯେ, ସବୁକିଛି ଜାଣିଛନ୍ତି। ତେଣୁ ଗୁରୁଜନଙ୍କ କଥାକୁ ସେମାନେ ଖାତିର କରୁନାହାନ୍ତି। ଷ୍ଟାର୍‌ ହୋଇ ନିଜର ପାରିବାରିକ ସମସ୍ୟାକୁ ଏପରି ରାସ୍ତାକୁ ଆଣିବା, ରାସ୍ତାରେ ବାଡ଼ାବାଡ଼ି ହେବା ନିହାତି ପକ୍ଷେ ଲଜ୍ଜାଜନକ ଘଟଣା। ପ୍ରକୃତି ମିଶ୍ର ନିଜର ଫିଲ୍ମ ବ୍ୟବସାୟ ବଢ଼ାଇବା ସହିତ ଓଲିଉଡ୍‌ରେ ନାୟିକା ଭାବେ ଚଳଚ୍ଚିତ୍ର ପାଇବା ପାଇଁ ବାବୁସାନ୍‌ଙ୍କୁ ମାଧ୍ୟମ କରିଛନ୍ତି। ତାଙ୍କର ଜଣେ ପୁରୁଷ ବନ୍ଧୁ ମଧ୍ୟ ଅଛନ୍ତି। ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଆଜିଠାରୁ ବାବୁସାନ୍‌ଙ୍କ ସହ ସୀମା ମଧ୍ୟରେ ମିଶିବାକୁ ପ୍ରକୃତିଙ୍କୁ କହିବେ। ତେବେ ଏଇ କଥା ଆଗରୁ ନିଜ ଝିଅକୁ ବୁଝାଇଥିଲେ ଆଜିର ଘଟଣା ଘଟି ନ ଥାନ୍ତା। ଷ୍ଟାରମାନଙ୍କର ଲୋକଙ୍କ ଉପରେ ପ୍ରଭାବ ରହିଛି। ଏଭଳି ଘଟଣା ଲୋକଙ୍କ ଉପରେ ସର୍ବୋପରି ସମାଜ ଉପରେ କୁପ୍ରଭାବ ପକାଉଛି।
-ଦିଲୀପ ହାଲି, ସିନେ ସମୀକ୍ଷକ
ଘର କଥା ବାହାରକୁ ଆସିଲେ
ପର୍ସନାଲ ହୋଇ ରହେନି
ଜଣେ ଲ’ ଗ୍ରାଜୁଏଟ୍‌ ଭାବେ କହିବାକୁ ଗଲେ, ଆଜିର ଘଟଣା ଘଟିବାର ନ ଥିଲା। ମାତ୍ର ତୃପ୍ତିଙ୍କ କଥାକୁ ଦେଖିବା ପରେ ମତେ ଲାଗିଲା ଯେ, ଏହା ଯୋଜନାଭିତ୍ତିକ ନ ଥିଲା ବରଂ ଅକସ୍ମାତ୍‌ ଘଟିଲା। ଆମେ ସେଠାରେ କେହି ଉପସ୍ଥିତ ନ ଥିଲୁ ତେଣୁ ବାସ୍ତବରେ ଘଟଣା କ’ଣ ତାହା କହିପାରିବୁ ନାହିଁ। ତେବେ ପରବର୍ତ୍ତୀ ସମୟରେ ଥାନାକୁ ଯାଇ ଏତଲା ଦେବା କାମ ପୂର୍ବରୁ ବି ହୋଇପାରିଥାନ୍ତା। ଅପରପକ୍ଷେ କୌଣସି ଏକ ଘଟଣା ଘଟିଲେ ତାହା ତୁରନ୍ତ ଭାଇରାଲ ହେଉଛି। ଏହି ଭାଇରାଲ ଭୟରେ ଅନେକ ଆତ୍ମହତ୍ୟା ଘଟଣା ଘଟୁଛି। ତେଣୁ ଯଦି କୌଣସି ପ୍ରକାରର ଅସୁବିଧା ଅଛି, ତେବେ ତାହାକୁ ଆପୋସ ବୁଝାମଣା କିମ୍ବା ଆଇନ ଅନୁଯାୟୀ ସମାଧାନ କରିଦେବା ଆବଶ୍ୟକ। କାରଣ ଘର ଭିତର କଥା ସବୁବେଳେ ନିଜର। ଏହା ଥରେ ବାହାରକୁ ଆସିଗଲେ ଆଉ ପର୍ସନାଲ ହୋଇ ରହେନାହିଁ, ବରଂ ଲୋକଙ୍କର ହୋଇଯାଏ।
-ଶ୍ରୀତମ ଦାସ, ଅଭିନେତା ତଥା ନିର୍ଦ୍ଦେଶକ

ଘରକଥା ଘରେ ସମାଧାନ କରିବା ଉଚିତ
ଦେଶରେ କ’ଣ ଚାଲିଛି ସେ କଥା କାହାର ଚିନ୍ତା ନାହିଁ। ମାତ୍ର ଘରକଳି ବିଷୟରେ ସମସ୍ତେ ଜାଣିବାକୁ ଆଗ୍ରହୀ। ବାବୁସାନ୍‌ଙ୍କ ସହ ବହୁତ କମ୍‌ କାମ କରିଛି। ତେଣୁ ତାଙ୍କ ବିଷୟରେ ଭଲ ଭାବେ ଜାଣିନାହିଁ। ସେ ମତେ ଦାଦା ବୋଲି ଡାକନ୍ତି, ଦେଖିଲେ ସମ୍ମାନ ଦିଅନ୍ତି। ତାଙ୍କ ପାରିବାରିକ କଥା ବିଷୟରେ ମୁଁ ଜାଣିନାହିଁ। ଏପରି କି, ନା ତାଙ୍କ ବାହାଘରକୁ ଭୋଜି ଖାଇବାକୁ ଯାଇଥିଲି ନା ପିଲା ହେବା ପରେ ଯାଇଛି। ତେଣୁ ତାଙ୍କ ସହ ଏତେ ଜଡ଼ିତ ନୁହେଁ ଯେତେବେଳେ ବିଶେଷ କିଛି କହିବା ଠିକ୍‌ ହେବନାହିଁ। କେବଳ ଏତିକି କହିବି, ଘରକଥା ଘରେ ସମାଧାନ କରିବା ଉଚିତ।
-ଅଶ୍ରୁମୋଚନ ମହାନ୍ତି, ବରିଷ୍ଠ ଅଭିନେତା


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri