ବାପି ଦାଙ୍କୁ ଶେଷ ସମ୍ମାନ ଜଣାଇଲେ ସେଲିବ୍ରିଟି…

ମୁମ୍ବାଇ,୧୭।୨ : ଡିସ୍କୋ କିଙ୍ଗ୍‌ ବାପି ଲାହିରୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କର ଶେଷ ଯାତ୍ରା ଗୁରୁବାର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମୁମ୍ବାଇର ଓ୍ବିଲେ ପାର୍ଲରେ ଅବସ୍ଥିତ ପୱନ ହଂସ ଶ୍ମଶାନ ଘାଟରେ ପହଞ୍ଚିଛି। ତାଙ୍କ ପାର୍ଥିବ ଶରୀରକୁ ଫୁଲରେ ସଜାଯାଇଥିବା ଏକ ଟ୍ରକରେ ଘରୁ ଶ୍ମଶାନ ଘାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବାପି ଲାହିରୀଙ୍କ ପାର୍ଥତ୍ବ ଶରୀର ଶ୍ମଶାନ ଘାଟରେ ପହଞ୍ଚିବା ପରେ ଶକ୍ତି କପୁର, ରୁପାଲି ଗାଙ୍ଗୁଲି, ଅଲକା ୟାଗ୍ନିକ, ଶରବାଣୀ ମୁଖାର୍ଜୀ, ଇଲା ଅରୁଣ ଏବଂ ଅନ୍ୟ ଅନ୍ୟମାନେ ବାପି ଦାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି।

Share