Posted inଖେଳ

ଏହି ଦିନ ଏକାସମୟରେ ଖେଳାଯିବ ୧୦୦୦ ମ୍ୟାଚ୍‌: ଜାଣନ୍ତୁ କ’ଣ ପାଇଁ…

ମହାବଲିପୁରମ,୨୭ା୭: ଆସନ୍ତା ନଭେମ୍ବର ୭ ତାରିଖରେ ଭାରତୀୟ ହକି ଅଭିଯାନକୁ ୧୦୦ବର୍ଷ ପୂରିବାକୁ ଯାଉଥିବାରୁ ହକି ଇଣ୍ଡିଆ(ଏଚ୍‌ଆଇ)ର ୧୫ତମ କଂଗ୍ରେସରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।

ଭାରତୀୟ ହକିକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଉତ୍ସବ ପାଳନ କରାଯିବ, ଯେଉଁଥିରେ ଏକାସମୟରେ ୧୦୦୦ ମ୍ୟାଚ୍‌ ଆୟୋଜନ କରାଯିବ। ଦେଶର ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏଁ ପୁରୁଷ ଓ ମହିଳା ମ୍ୟାଚ୍‌ ଖେଳାଯିବ। ଏଥିରେ ମୋଟ ଉପରେ ୩୬,୦୦୦ ଖେଳାଳି ଭାଗ ନେବେ। ଦେଶର ପ୍ରତ୍ୟେକ କୋଣରୁ ହକି ଖେଳାଳିଙ୍କୁ ଏକତ୍ରିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଜାତୀୟ ଓ ତୃଣମୂଳସ୍ତରରେ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଦିଆଯାଉଥିବା ଆର୍ଥିକ ସହାୟତାରେ ଆଖିଦୃଶିଆ ବୃଦ୍ଧି କରାଯାଇଛି। ଏବେଠାରୁ ଜାତୀୟ ସିନିୟର ପୁରୁଷ ଓ ମହିଳା ଚାମ୍ପିୟନଶିପ୍‌ ଆୟୋଜନ ଲାଗି ୭୦ ଲକ୍ଷ ଦିଆଯିବ। ସେହିଭଳି ଜୁନିୟର ବାଳକ, ବାଳିକା, ସବ୍‌-ଜୁନିୟର ବାଳକ ଓ ସବ୍‌-ଜୁନିୟର ବାଳିକା ଜାତୀୟ ଚାମ୍ପିୟନଶିପ୍‌ ଲାଗି ୩୦ ଲକ୍ଷ ଲେଖାଏ ଫେଡେରେଶନ ପକ୍ଷରୁ ଦିଆଯିବ। ଏହା ବ୍ୟତୀତ ପ୍ରତ୍ୟେକ ରାଜ୍ୟକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଓ ଜିଲା ସଂଗଠନକୁ ସମର୍ଥନ କରିବା ପାଇଁ ୨୫ ଲକ୍ଷ ଲେଖାଏ ଦିଆଯିବ ବୋଲି ଏଚ୍‌ଆଇ ପକ୍ଷରୁ ଘୋଷଣା କରାଯାଇଛି।

ସ୍ଥାନୀୟ ସ୍ତରରେ ଆର୍ଥିକ ବାଧାକୁ ହ୍ରାସ କରି ଭିତ୍ତିଭୂମିକୁ ସଶକ୍ତ କରିବା, ପ୍ରତିଯୋଗିତାର କ୍ୱାଲିଟିରେ ବୃଦ୍ଧି ଓ ଅଧିକରୁ ଅଧିକ ଦଳକୁ ପ୍ରତିଯୋଗିତାରେ ସାମିଲ କରିବା ପାଇଁ ଅନୁଦାନରେ ବୃଦ୍ଧି କରାଯାଇଛି। ଏହାଦ୍ୱାରା ହଜାର ହଜାର ଉଦୀୟମାନ ଖେଳାଳି, କୋଚ୍‌, ତୃଳମୂଳ ସ୍ତରର ଅଧିକାରୀ ଲାଭବାନ ହେବେ, ଯେଉଁମାନେ ଭାରତୀୟ ହକିର ଭବିଷ୍ୟତର ମେରୁଦଣ୍ଡ ବୋଲି ଏଚ୍‌ଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ଏଚ୍‌ଆଇ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ କହିଛନ୍ତି, ଭାରତୀୟ ହକିକୁ ୧୦୦ ବର୍ଷ ପୂରିବାକୁ ଯାଉଥିବାରୁ ସାରା ଦେଶରେ ଉତ୍ସବ ଜରିଆରେ ଭାରତୀୟ ହକିକୁ ଆଗକୁ ନେଇଥିବା ପ୍ରତ୍ୟେକ ଖେଳାଳି, କୋଚ୍‌ ଓ ପ୍ରଶଂସକଙ୍କ ପ୍ରତି ସମ୍ମାନ ପ୍ରଦର୍ଶିତ କରାଯିବ। ଘୋଷଣା ହୋଇଥିବା ଆର୍ଥିକ ସମର୍ଥନ ଜରିଆରେ ଆମେ ଭବିଷ୍ୟତ ପିଢ଼ିର ସ୍ବପ୍ନ ଉପରେ ନିବେଶ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

Ruturaj Gaikwad Net Worth: ୨୯ ବର୍ଷରେ ପଦାର୍ପଣ କଲେ ଋତୁରାଜ ଗାୟକଓ୍ବାଡ, ଜାଣନ୍ତୁ କେତେ ଧନୀ CSK କ୍ୟାପଟେନ

ନୂଆଦିଲ୍ଲୀ,୩୧।୧: ଋତୁରାଜ ଗାୟକୱାଡ ଆଜି ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତ ପାଇଁ ODI ଏବଂ T20 ରେ ୩୨ ଟି ଅନ୍ତର୍ଜାତୀୟ ମ୍ୟାଚ…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri