‘ଶହୀଦ ମାଧୋ ସିଂଙ୍କ ବୀରଗାଥା ପାଠ୍ୟ ପୁସ୍ତକରେ ସାମିଲ ହେଉ’

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ) :- ଶହୀଦ ବୀର ମାଧୋ ସିଂ ଓ ପରିବାର ବର୍ଗଙ୍କ ସଶସ୍ତ୍ର ସାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିଛନ୍ତି ବିଶିଷ୍ଟ ସାହିତି୍ୟକ ମନୋରଞ୍ଜନ ସାହୁ । ମଙ୍ଗଳବାର ସ୍ଥାନୀୟ ବୀର ଛକ (ହଳଦୀ ପାଲି) ଠାରେ ବରଗଡ଼ ଜିଲା ପ୍ରଶାସନ ଓ  ଶହିଦ ସ୍ମୃତି କମିଟିର ମିଳିତ ଆନୁକୁଲ୍ୟରେ ଜିଲା ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରମୋଦ ଝାଙ୍କର ଙ୍କ ସଭାପତିତ୍ୱରେ ଓ ଶହୀଦ ସ୍ମୃତି କମିଟିର ଉପ ସଭାପତି ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବୀରତା ଦିବସ ପାଳନ ଅବସରରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାହୁ ସଶସ୍ତ୍ର ସାଧୀନତା ସଂଗ୍ରାମ ରେ ମାଧୋ ସିଂଙ୍କ ଶହୀଦ ପରିବାରକୁ ଶ୍ରଦ୍ଧାସୁମନ ଅର୍ପଣ କରି ସଶସ୍ତ୍ର ସ୍ବାଧୀନତା ସଂଗ୍ରାମରେ ଶହୀଦ ମାଧୋ ସିଂହ ଓ ତାଙ୍କ ପରିବାରର ବଳିଦାନ ସମଗ୍ର ଭାରତବର୍ଷ ପାଇଁ ବିରଳ ଦୃଷ୍ଟାନ୍ତ ଅଟେ ବୋଲି କହିଥିଲେ । ସେ ଏହି ଅବସରରେ ଏହି ବୀର ପରିବାରର ସଂଗ୍ରାମ ଗାଥା ପାଠ୍ୟପୁସ୍ତକରେ ସ୍ଥାନୀତ ହେଲେ ଶହୀଦ ମାଧୋ ସିଂହ ଓ ପରିବାରଙ୍କ ପ୍ରକୃତ ସ୍ମୃତିରକ୍ଷା ହୋଇପାରିବ ବୋଲି କହିଥିଲେ। ଶହୀଦଙ୍କ ରକ୍ତାକ୍ତ ସଂଗ୍ରାମ ଉପରେ ଆଲୋକପାତ କରି ମାଧୋ ସିଂହ ଓ ତାଙ୍କ ପରିବାର ବର୍ଗ
ବୀର ସୁରେନ୍ଦ୍ର ସାଏଙ୍କ ପ୍ରମୁଖ ସହଯୋଗୀ ଯୋଦ୍ଧା ଥିଲେ ବୋଲି ସାହୁ ଦାବି କରିଥିଲେ ।
ଭାରତୀୟ ସଶସ୍ତ୍ର ସଂଗ୍ରାମରେ ଗୋଟିଏ ପରିବାରର ଏଭଳି ବଳିଦାନ ସମଗ୍ର ଇତିହାସରେ ବିରଳ ଅଟେ । ନିଜର ସମ୍ପୂର୍ଣ୍ଣ ପରିବାର ସଦସ୍ୟ ଯଥା ଚାରି ପୁଅ, ଜ୍ୱାଇଁଙ୍କ ସହ ନିଜେ ମାଧୋ ସିଂହ ଯେଭଳି ଭାବରେ ସଶସ୍ତ୍ର ସୱାଧୀନତା ସଂଗ୍ରାମରେ ଝାସ ଦେଇ ସମ୍ପୂର୍ଣ୍ଣ ପରିବାର ସହ ବଳିଦାନ ଦେଲେ ତାହା ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା କଥା । କିନ୍ତୁ ବିଡମ୍ବନା ଏହିଭଳି ବୀରତାର ବୀରଗାଥାକୁ ଇତିହାସରେ ଯଥୋଚିତ ସ୍ଥାନ ମିଳିପାରିନାହିଁ ବୋଲି ସାହୁ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ଯୋଗଦେଇ କହିଥିଲେ ଯେ ଆଗାମୀ ଦିନରେ ଶହିଦ ସ୍ମୃତି ସମିତି ପକ୍ଷରୁ ବୀର ଶହିଦ ପରିବାରର ବୀର ଗାଥାକୁ କିଭଳି ପାଠ୍ୟ ପୁସ୍ତକରେ ସ୍ଥାନୀତ କରାଯାଇ ପାରିବ ତଥା ସ୍ମୃତି ରକ୍ଷା ପାଇଁ ଆହୁରି ଅନେକ କଣ କରାଯାଇ ପାରିବ ତାହା ଉପରେ ଜିଲା ପ୍ରଶାସନ ସହ ସମସ୍ତଙ୍କୁ ନେଇ ଆଲୋଚନା ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରାଯିବ । ସହିଦ ସ୍ମୃତି କମିଟିର ବରିଷ୍ଠ ସଦସ୍ୟ ତଥା ଶହୀଦ ବୀର ମାଧୋ ସିଂଙ୍କ ବେଶରେ ଥିବା ପାଣ୍ଡବ କର୍ଣ୍ଣ ମାଧୋ ସିଂହ ଓ ତାଙ୍କ ପରିବାରବର୍ଗଙ୍କ ବଳିଦାନର କାହାଣୀ ଭାରତ ଇତିହାସରେ ବିରଳ ଓ ଅଦ୍ୱିତୀୟ , ଭବିଷ୍ୟତ ବଂଶଧରଙ୍କ ପାଇଁ ଏହି ପରାକ୍ରମର ଗାଥା ଅନୁକରଣୀୟ ଅଟେ ବୋଲି କହିଥିଲେ ।
ଶେଷରେ ବରିଷ୍ଠ ନାଗରିକ ସଂଘ ଉପସଭାପତି ର୍ନିମଳ କର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପୂର୍ବରୁ ଅତିଥିମାନେ ବୀରଛକ ସ୍ଥିତ ବୀର ସ୍ତମ୍ଭ ଓ ମାଧୋ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଭାସ୍ଥଳ ନିକଟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ସହିଦ ସ୍ମୃତି କମିଟିର ବରିଷ୍ଠ ସଦସ୍ୟ ତଥା ଶହୀଦ ବୀର ମାଧୋ ସିଂଙ୍କ ବେଶରେ ଥିବା ପାଣ୍ଡବ କର୍ଣ୍ଣ ଓ ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ଉଦ୍ଘାଟନ କରିଥିଲେ । ଘେଁସ ଜମିଦାର ମାଧୋ ସିଂହଙ୍କ ଗୃହରୁ ମଶାଲ ଧରି ମାଧୋ ସିଂହଙ୍କ ବେଶରେ ସଜ୍ଜିତ ହୋଇ ସମାଜସେବୀ ପାଣ୍ଡବ କର୍ଣ୍ଣ ବରଗ ମାଁ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲେ । ଶହିଦ ସ୍ମୃତି କମିଟି ଓ ବରିଷ୍ଠ ନାଗରିକ ସଂଘ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବରଗଡ଼ ର ଇଷ୍ଟ ଦେବୀ ମାଁ ସମଲେଶରୀ ଙ୍କ ପୂଜାର୍ଚନା କରାଯିବା ପରେ ଏକ ଶୋଭାଯାତ୍ରାରେ ମଶାଲକୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରେ ଆୟୋଜକ ମାନଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ , ଗଙ୍ଗାଧର ମେହେର ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସେଠାରେ ପୂର୍ବରୁ ଅପେକ୍ଷରତ ବରଗ ମଶାଲକୁ ସ୍ବାଗତ କରିବା ପରେ ଗଣ ଦୌଡ଼ ଯୋଗେ ମସାଲକୁ ବୀରଛକ ସ୍ଥିତ ସଭାସ୍ଥଳକୁ ନିଆଯାଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ଝାଙ୍କର ଓ ଶହିଦ ସ୍ମୃତି ସମିତି ର ଉପ ସଭାପତି ରବି ପଣ୍ଡା , ସୁରେନ୍ଦ୍ର ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଶହିଦ ସ୍ମୃତି କମିଟି ଓ ବରିଷ୍ଠ ନାଗରିକ ସଂଘ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ଯଥା କୋଶଳ ରାଜ୍ୟ ସମନୱୟ ସମିତି, କୋସଳ ସେନା, ଆମ ଆଦମୀ ପାର୍ଟି,  ବରଗଡ ଫିଜିକାଲ ଏକାଡେମୀ, କୋଶଳ ଡିଫେନ୍ସ ଏକାଡେମୀ, ସଂକଳ୍ପ ପରିବାର, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, ବରଗଡ ସାମ୍ବାଦିକ ସଂଘ, ସମଲେଶରୀ ସଙ୍ଘ, ବରଗଡ ଜିଲା ଭୂତପୂର୍ବ ସୈନିକ ସଂଘ, ରୋଟାରୀ ପବ୍ଲିକ ସ୍କୁଲ, ରଣେଶ୍ୱର ରାମଚଣ୍ଡୀ ଯୁବ ସଙ୍ଗଠନ, ବରଗଡ ରିଜର୍ଭ ପୋଲିସ ଫୋର୍ସର କର୍ମକର୍ତ୍ତା ଓ ସଦସ୍ୟ ମାନେ ସାମିଲ ହୋଇଥିଲେ । ଅବନୀକାନ୍ତ ପଣ୍ଡା, ବିରେନ୍ଦ୍ର ପ୍ରଧାନ, ଦୀପକ ରଥ, ଭବାନୀ ସାହୁ, ବିକାଶ ଅଗ୍ରୱାଲ , ଜି.ରମେଶ , ସୁରସେନ ବହିଦାର, ହରିହର ପ୍ରଧାନ, ଅଜିତ ପତି, ରମଣୀ ରଂଜନ ବେହେରା, ଭରତ ଭୁଷଣ ଦାଶ, ଗିରିଶ ମାଝୀ, ପ୍ରସନ୍ନ ପ୍ରଧାନ, କାହ୍ନୁ ପୃଷ୍ଟି, ସୁରେଶ ଦାଶ, ପ୍ରଶାନ୍ତ ଦାଶ ,ପ୍ରିତମ ସିଂ, ମାମି ମିଶ୍ର,ଭରତ ସାହୁ, ଲଲାଟେନ୍ଦୁ ବେହେରା, ପରେଶ ବିଶି, ଗଣଦୌଡ଼ ସଂଯୋଜନା କରିଥିବା ବେଳେ ବହୁ ବରଗଡ଼ ବାସୀ ସାମିଲ ହୋଇ ନିଜେ ଦୌଡିଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri