ବଡବିଲର ବିଭିନ୍ନସ୍ଥାନରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ

କେନ୍ଦୁଝର,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲର ବିଭିନ୍ନସ୍ଥାନରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ବଡ଼ବିଲ ଜେଏମଏଫସି କୋର୍ଟ ପରିସରରେ ଆଇନଜୀବୀ ଓ କୋର୍ଟ କର୍ମଚାରୀଙ୍କ ଗହଣରେ ଜେଏମଏଫସି ପ୍ରଥମ ସାଧନଜୀତ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରଥିଲେ। ସ୍ଥାନୀୟ ବିକାଶ ମହଲଠାରେ ଜାତୀୟ ଦିବସ ପାଳନ ସମିତି ଆନୁକୂଲ୍ୟରେ ସମିତି ସଭାପତି ତଥା ତହସିଲଦାର ଆଲୋକ ପଟେଲ ଜାତୀୟ ପତାକା ଉତ୍ତୋଳନ କରିବା ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।