Categories: ଜାତୀୟ

ପାକିସ୍ତାନ ବିଜୟ ପରେ ଉତ୍ସବ ମନାଇବାରୁ

ନୂଆଦିଲ୍ଲୀ, ୨୮।୧୦ :ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତକୁ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ୧୦ ଉଇକେଟରେ ହରାଇବା ପରେ ଉତ୍ସବ ମନାଇଥିବା କଶ୍ମୀର ୩ ଛାତ୍ରଙ୍କୁ ଉତ୍ତର ପ୍ରଦେଶର ଆଗ୍ରାରୁ ଗିରଫ କରାଯାଇଛି। ପାକିସ୍ତାନ ବିଜୟକୁ ପାଳନ କରୁଥିବା ପ୍ରତ୍ୟେକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଫିସ ପକ୍ଷରୁ ଟୁଇଟ୍‌ କରାଯାଇଛି।

ଗିରଫ ହୋଇଥିବା ୩ ଜଣ ଇଞ୍ଜିନିୟରିଂ ଷ୍ଟୁଟେଣ୍ଡ। ସେମାନେ ଆଗ୍ରାସ୍ଥିତି ରାଜା ବଲଓ୍ବନ୍ତ ସିଂ କଲେଜରେ ପଢ଼ନ୍ତି। ଅର୍ଶୀଦ ୟୁସୁଫ ଓ ଇନାୟତ ଅଲତାଫ ଶେଖ ଥାର୍ଡ ଇୟରରେ ଥିବା ବେଳେ ଶୋକତ ଅହମ୍ମଦ ଗାନାଇ ଫୋରଥ ଇୟର ଷ୍ଟୁଡେଣ୍ଟ ।

ସେମାନଙ୍କ ବିରୋଧରେ ଧର୍ମକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଶତ୍ରୁତାକୁ ଉତ୍ସାହିତ କରିବା ଓ ସାଇବର ଟେରରିଜମ ଦଫାରେ ମାମଲା ରୁଜୁ କରାଯାଇଛି। ଏଥିସହ ସେମାନଙ୍କୁ ଦେଶଦ୍ରୋହ ଦଫାର ସମ୍ମୁଖୀନ ହେବାକୁ ପଡ଼ିବ, ଯାହାକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇଛି।

Share