Posted inଖେଳ

୪୮ତମ ଜନ୍ମଦିନ ପାଳିଲେ: କରୋନା ମୁକ୍ତ ସଚିନ ପ୍ଲାଜ୍‌ମା ଦାନ କରିବେ

ମୁମ୍ବାଇ, ୨୫।୪(ପି.ଟି.)-  ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ସଚିନ ତେନ୍ଦୁଲକର ଶନିବାର ନିଜ ୪୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ଅନୁମତି ମିଳିଲେ ପ୍ଲାଜ୍‌ମା ଦାନ କରିବେ ବୋଲି କହିଛନ୍ତି। ସଚିନ ମାର୍ଚ୍ଚ ୨୭ରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସେ କିଛିଦିନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ”ଡାକ୍ତରଙ୍କଠାରୁ ମୁଁ ଯାହା ଜାଣିବାକୁ ପାଇଛି ସେ ସମ୍ପର୍କରେ ଏକ ବାର୍ତ୍ତା ଦେବାକୁ ଚାହୁଁଛି। ଗତବର୍ଷ ମୁଁ ଏକ ପ୍ଲାଜ୍‌ମା ଦାନ ସେଣ୍ଟର ଉଦ୍‌ଘାଟନ କରିଥିଲି। ଯଦି ଠିକ୍‌ ସମୟରେ ପ୍ଲାଜ୍‌ମା ଦାନ କରାଯାଏ ତେବେ ରୋଗୀ ଶୀଘ୍ର ସୁସ୍ଥ ହେବା ସମ୍ଭାବନା ରହିଛି“ ବୋଲି ତେନ୍ଦୁଲକର ନିଜ ଟୁଇଟର ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରି ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଭାବେ ତାଙ୍କୁ ଅନୁମତି ମିଳିଲେ ସେ ପ୍ଲାଜ୍‌ମା ଦାନ କରିବେ ବୋଲି ଡାକ୍ତରଙ୍କୁ ଜଣାଇଥିବା ସଚିନ କହିଛନ୍ତି। ଏପ୍ରିଲ ୮ରେ ଡାକ୍ତରଖାନାରୁ ଆସିବା ପରେ ସଚିନ ହୋମ୍‌ ଆଇସୋଲେଶନରେ ଥିଲେ। ନିୟମ ଅନୁସାରେ ଜଣେ ବ୍ୟକ୍ତି ପ୍ଲାଜ୍‌ମା ଦାନ କରିବାର ୧୪ ଦିନ ପୂର୍ବରୁ ତା’ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିବ। ଯେଉଁମାନେ କୋଭିଡ୍‌-୧୯ରୁ ମୁକ୍ତ ହୋଇଛନ୍ତି ସେମାନେ ନିଜ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଅନୁମତି ମିଳିଲେ ଦୟାକରି ରକ୍ତଦାନ କରନ୍ତୁ। ଏହା ଅନେକ ସମସ୍ୟାକୁ କମାଇ ଦେଇଥାଏ। ଆମେ ଯେତେବେଳେ ଅସୁସ୍ଥ ଥାଉ ସେତେବେଳେ ଆମ ପରିବାର ଏବଂ ବନ୍ଧୁବର୍ଗ କିପରି ସମସ୍ୟାଦେଇ ଗତି କରିଥାନ୍ତି ତାହା ଆମେ ଜାଣିଛେ ବୋଲି ଏହି ଆଇକନିକ୍‌ ଖେଳାଳି ପ୍ରକାଶ କରିଛନ୍ତି। ଚିକିତ୍ସା ସମୟରେ ସକାରାତ୍ମକ ଚିନ୍ତାଧାରାରେ ରଖିଥିବାରୁ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ। ଗତ ମାସ ମୋ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ମୁଁ କରୋନାରେ ଆକ୍ରାନ୍ତ ହୋଇଥିବାରୁ ୨୧ଦିନ ଆଇସୋଲେଶନରେ ରହିଥିଲି। ଏହି ସମୟ ମଧ୍ୟରେ ମୋ ପରିବାର, ବନ୍ଧୁବର୍ଗ ଏବଂ ଡାକ୍ତର ସକାରାତ୍ମକ ଚିନ୍ତାଧାରାରେ ରଖିଥିଲେ। ଏହା ମୋତେ ସୁସ୍ଥ ହେବାରେ ବହୁତ ସାହାଯ୍ୟ କରିଥିଲା। ଏଥିପାଇଁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ବୋଲି ସଚିନ ଏହି ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri