ଅସୁରକ୍ଷିତ ଏମ୍‌କେସିଜି: ସୁପରସ୍ପେଶାଲିଟି ବ୍ଲକରୁ ପୁଣି ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୧୪।୧୦: ଏମ୍‌କେସିଜି ମେଡିକାଲ ଏବେ ଅସୁରକ୍ଷିତ ହୋଇପଡ଼ିଛି। ସୁପରସ୍ପେଶାଲିଟି (ଏସ୍‌ଏସ୍‌) କୋଠାରେ ଅଗ୍ନିକାଣ୍ଡ ଘଟଣା ପରଠାରୁ ୪ଥର ଉକ୍ତ ବ୍ଲକରୁ ସିଲିଂ ଖସିଛି। ଉକ୍ତ ବ୍ଲକର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରିନୋଲୋଜି ବିଭାଗ ଛାତରୁ ଗତ ସେପ୍ଟେମ୍ବର ୯ ତାରିଖରେ ସିଲିଂ ଖସିଥିବା ବେଳେ ପୁଣିଥରେ ଅକ୍ଟୋବର ୧୪ ସିଲିଂ ଖସିଛି। ଏହି ଘଟଣାରେ ରୋଗୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଗତ ସେପ୍ଟେମ୍ବର ୮ ତାରିଖରେ ଉକ୍ତ କୋଠାର ଚତୁର୍ଥ ମହଲାର ଓଟି କମ୍ପ୍ଲେକ୍ସରୁ ସିଲିଂ ଖସିଥିବା ବେଳେ ୯ ତାରିଖରେ ଏଣ୍ଡୋକ୍ରିନୋଲୋଜି ୱାର୍ଡ଼ରେ ସିଲିଂ ଖସିଥିଲା। ସୌଭାଗ୍ୟ କ୍ରମେ ଏଥିରେ କେହି ଆହତ ହୋଇ ନ ଥିଲେ।
ଏହି ଘଟଣାକୁ ନେଇ ରୋଗୀ ମହଲରେ ଭୟର ବାତାବରଣ ଖେଳି ଯାଇଛି। ପ୍ରକାଶଥାଉ କି, ଏମକେସିଜିରେ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ସୁପରସ୍ପେଶାଲିଟି ବ୍ଲକ୍‌ ତିଆରି କରାଯାଇଛି। ସେଠାରେ ସମସ୍ତ ସୁପରସ୍ପେଶାଲିଟି ବିଭାଗ କାର୍ଯ୍ୟକ୍ଷମ ରହିଛି। କୋଠାର ପଞ୍ଚମ ମହଲାରେ ଓଟି କମ୍ପ୍ଲେକ୍ସ ରହିଛି। ଗତ ଅଗଷ୍ଟ ୨୬ରେ ସୁପରସ୍ପେଶାଲିଟି କୋଠାର ୫ମ ମହଲାରେ ଥିବା ଓଟି କମ୍ପ୍ଲେକ୍ସର ୟୁରୋଲୋଜି ବିଭାଗ ଓଟିରେ ଶର୍ଟ ସର୍କିଟ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ବିଦ୍ୟୁତ୍‌ ତାରଗୁଡ଼ିକ ପୋଡ଼ି ଯାଇଥିବା ବେଳେ ଓଟିର ବିଭିନ୍ନ ପ୍ରକାର ଯନ୍ତ୍ରପାତି ମଧ୍ୟ ନିଆଁ ଲାଗି ନଷ୍ଟ ହୋଇଯାଇଥିଲା। ସେହିଦିନଠାରୁ ଓଟି କମ୍ପ୍ଲେକ୍ସ ବନ୍ଦ କରି ଦିଆଯାଇଥିବା ବେଳେ ଗତ ୧୩ ତାରିଖରୁ କାର୍ଯ୍ୟକ୍ଷମ କରାଯାଇଛି। ପୂର୍ବରୁ ରୋଗୀଙ୍କ ସମ୍ପର୍କୀୟ ବସିବା ପାଇଁ ରହିଥିବା ହଲର ଛାତରୁ ସିଲିଂ ଖସିଥିଲା। ଏହି ଘଟଣା ପରେ ସେପ୍ଟେମ୍ବର ୯ରେ ପୁଣିଥରେ ଏଣ୍ଡୋକ୍ରିନୋଲୋଜି ବିଭାଗ ଇନଡୋର୍‌ ଛାତରୁ ସିଲିଂ ଖସି ରୋଗୀଙ୍କ ପାଇଁ ଥିବା ଶଯ୍ୟା(ବେଡ୍‌) ଉପରେ ପଡିଥିଲା। ମେଡିକାଲର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ମରାମତି ବ୍ୟବସ୍ଥା ଚାଲୁ ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର: ୪୨୧ କେନ୍ଦ୍ରର ଗୃହ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ,୧ା୨: କରୋନା ସଂକ୍ରମିତ ଅଞ୍ଚଳ ବାହାରେ ଥିବା ରାଜ୍ୟର ଅଙ୍ଗନୱାଡି କେନ୍ଦ୍ର ଫେବୃୟାରୀ ୧ ରୁ ଖୋଲିବ। ଏ ନେଇ ରାଜ୍ୟ ସରକାର ଶନିବାର...

୯ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ : ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କର୍ଲାମୁଣ୍ଡା,୧୦।୧୧(ଡି.ଏନ୍‌.ଏ.): ଅଙ୍ଗନୱାଡ଼ି କେନ୍ଦ୍ର ଜରିଆରେ ସାଧାରଣ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇବାର ଲକ୍ଷ୍ୟ ନେଇ ସରକାର ସମନ୍ବିତ ଶିଶୁ ବିକାଶ ଯୋଜନାରେ କେନ୍ଦ୍ରଗୁଡ଼ିକ ଖୋଲି କର୍ମୀ...

ପିଏକ୍ସଇର ବାର୍ଷିକ ସ୍ଥାପନା ଦିବସ ସମାରୋହ: କମଳାକାନ୍ତ ଶ୍ରେଷ୍ଠ ବୈଜ୍ଞାନିକ, ବନମାଳୀ ଶ୍ରେଷ୍ଠ ପ୍ରୁଫ୍‌ ମ୍ୟାନ୍‌ ଭାବେ ପୁରସ୍କୃତ

ବାଲେଶ୍ୱର ଅଫିସ,୨୧।୧୧- ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ପ୍ରତିଷ୍ଠାନ ପିଏକ୍ସଇ (ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ) (ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା)ର ୧୨୫ତମ ବାର୍ଷିକ ସ୍ଥାପନା...

ନକଲି ବାବା ବେଶରେ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ ଯୁବକ, ଆଉ ତା’ ପରେ…

ଯାଜପୁର ଅଫିସ,୩୦।୧: ଯାଜପୁରରୋଡ୍‌ ରମ୍ପାସ ଅଞ୍ଚଳକୁ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ଘରକୁ ବାବା ବେଶରେ ଆସି ଧରାପଡ଼ି ନିର୍ଧୂମ ଛେଚା ଖାଇବା ଘଟଣା ଅଞ୍ଚଳରେ...

ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ନିର୍ମଳ ଯୋଜନା ଆରମ୍ଭ: ସପ୍ତାହଯାକ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ଶିଟ୍‌ ବ୍ୟବହାର କରିବେ ରୋଗୀ

ଚିତ୍ରକୋଣ୍ଡା,୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର ନିର୍ମଳ ଯୋଜନା ପ୍ରଥମ ଆରମ୍ଭ ହୋଇଛି। ଏହି ଯୋଜନାରେ...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୯ା୧୦(ସ୍ବ.): ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ଫାଷ୍ଟଟ୍ରାକ୍‌ କୋର୍ଟ ବିଚାରପତି ଶନିବାର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଜଣେ ଅପରାଧୀକୁ ୨୦ବର୍ଷ...

କୃଷି କାର୍ଯ୍ୟ, ଜରୁରିକାଳୀନ ସେବା ଉପରେ ପଡ଼ୁଛି ପ୍ରଭାବ

ନବରଙ୍ଗପୁର,୧୯ ।୬(ବି.ପ୍ର.): ଗୋଟିଏ ପଟେ ବିଳମ୍ବିତ ମୌସୁମୀ ଓ ଧାନ ବିହନ ଅଭାବ। ଅନ୍ୟ ପକ୍ଷରେ ନବରଙ୍ଗପୁର ଜିଲାରେ ଡିଜେଲ ମିଳୁନାହିଁ । କୃଷି କାର୍ଯ୍ୟରେ...

ଅଧିକାରୀ ପହଞ୍ଚିବା ପୂର୍ବରୁ ଲୁଚି ପଳାଇଲେ ଖଣିମାଫିଆ

ଖଇରା,୧୦।୬(ଡି.ଏନ.ଏ.)- ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ସାଧାରଣ ଲୋକେ କରୋନା ଭୟରେ ଘରେ ରହୁଛନ୍ତି। ହେଲେ ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ଼ରେ ଖଣିମାଫିଆମାନେ କିନ୍ତୁ ୧୪୪...

Advertisement
Archives

Model This Week