ଅସୁରକ୍ଷିତ ଏମ୍‌କେସିଜି: ସୁପରସ୍ପେଶାଲିଟି ବ୍ଲକରୁ ପୁଣି ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୧୪।୧୦: ଏମ୍‌କେସିଜି ମେଡିକାଲ ଏବେ ଅସୁରକ୍ଷିତ ହୋଇପଡ଼ିଛି। ସୁପରସ୍ପେଶାଲିଟି (ଏସ୍‌ଏସ୍‌) କୋଠାରେ ଅଗ୍ନିକାଣ୍ଡ ଘଟଣା ପରଠାରୁ ୪ଥର ଉକ୍ତ ବ୍ଲକରୁ ସିଲିଂ ଖସିଛି। ଉକ୍ତ ବ୍ଲକର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରିନୋଲୋଜି ବିଭାଗ ଛାତରୁ ଗତ ସେପ୍ଟେମ୍ବର ୯ ତାରିଖରେ ସିଲିଂ ଖସିଥିବା ବେଳେ ପୁଣିଥରେ ଅକ୍ଟୋବର ୧୪ ସିଲିଂ ଖସିଛି। ଏହି ଘଟଣାରେ ରୋଗୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଗତ ସେପ୍ଟେମ୍ବର ୮ ତାରିଖରେ ଉକ୍ତ କୋଠାର ଚତୁର୍ଥ ମହଲାର ଓଟି କମ୍ପ୍ଲେକ୍ସରୁ ସିଲିଂ ଖସିଥିବା ବେଳେ ୯ ତାରିଖରେ ଏଣ୍ଡୋକ୍ରିନୋଲୋଜି ୱାର୍ଡ଼ରେ ସିଲିଂ ଖସିଥିଲା। ସୌଭାଗ୍ୟ କ୍ରମେ ଏଥିରେ କେହି ଆହତ ହୋଇ ନ ଥିଲେ।
ଏହି ଘଟଣାକୁ ନେଇ ରୋଗୀ ମହଲରେ ଭୟର ବାତାବରଣ ଖେଳି ଯାଇଛି। ପ୍ରକାଶଥାଉ କି, ଏମକେସିଜିରେ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ସୁପରସ୍ପେଶାଲିଟି ବ୍ଲକ୍‌ ତିଆରି କରାଯାଇଛି। ସେଠାରେ ସମସ୍ତ ସୁପରସ୍ପେଶାଲିଟି ବିଭାଗ କାର୍ଯ୍ୟକ୍ଷମ ରହିଛି। କୋଠାର ପଞ୍ଚମ ମହଲାରେ ଓଟି କମ୍ପ୍ଲେକ୍ସ ରହିଛି। ଗତ ଅଗଷ୍ଟ ୨୬ରେ ସୁପରସ୍ପେଶାଲିଟି କୋଠାର ୫ମ ମହଲାରେ ଥିବା ଓଟି କମ୍ପ୍ଲେକ୍ସର ୟୁରୋଲୋଜି ବିଭାଗ ଓଟିରେ ଶର୍ଟ ସର୍କିଟ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ବିଦ୍ୟୁତ୍‌ ତାରଗୁଡ଼ିକ ପୋଡ଼ି ଯାଇଥିବା ବେଳେ ଓଟିର ବିଭିନ୍ନ ପ୍ରକାର ଯନ୍ତ୍ରପାତି ମଧ୍ୟ ନିଆଁ ଲାଗି ନଷ୍ଟ ହୋଇଯାଇଥିଲା। ସେହିଦିନଠାରୁ ଓଟି କମ୍ପ୍ଲେକ୍ସ ବନ୍ଦ କରି ଦିଆଯାଇଥିବା ବେଳେ ଗତ ୧୩ ତାରିଖରୁ କାର୍ଯ୍ୟକ୍ଷମ କରାଯାଇଛି। ପୂର୍ବରୁ ରୋଗୀଙ୍କ ସମ୍ପର୍କୀୟ ବସିବା ପାଇଁ ରହିଥିବା ହଲର ଛାତରୁ ସିଲିଂ ଖସିଥିଲା। ଏହି ଘଟଣା ପରେ ସେପ୍ଟେମ୍ବର ୯ରେ ପୁଣିଥରେ ଏଣ୍ଡୋକ୍ରିନୋଲୋଜି ବିଭାଗ ଇନଡୋର୍‌ ଛାତରୁ ସିଲିଂ ଖସି ରୋଗୀଙ୍କ ପାଇଁ ଥିବା ଶଯ୍ୟା(ବେଡ୍‌) ଉପରେ ପଡିଥିଲା। ମେଡିକାଲର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ମରାମତି ବ୍ୟବସ୍ଥା ଚାଲୁ ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

୬ ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri