Categories: ଜାତୀୟ

ମାନକୋଟ୍‌ରେ ଅସ୍ତ୍ରବିରତି ଉଲ୍ଲଂଘନ: ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ୍‌ରୁ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୭।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଉଛି। ଶନିବାର ଭୋର ୨ଟା ୩୦ରେ ପୁଞ୍ଚ୍‌ ଜିଲାର ମାନକୋଟ୍‌ ସେକ୍ଟରରେ ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ୍‌ରୁ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏହାର ଜବାବରେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ପକ୍ଷରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଛି। ପାକିସ୍ତାନ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଏଭଳି କରୁଥିବା କୁହାଯାଉଛି। ସୂଚନାଯୋଗ୍ୟ, ନଭେମ୍ବର ୫ରେ ଏଠାକାର ଶାହାପୁର, କେର୍ନି ଏବଂ କ୍ୱସବା ସେକ୍ଟରରେ ପାକିସ୍ତାନ ପଟୁ ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲା।

Share