Categories: ଜାତୀୟ

ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ଶତ୍ରୁଙ୍କୁ ଦିଆଯିବ କଡା ଯବାବ: ସିଡିଏସ୍‌

ନୂଆଦିଲ୍ଲୀ,୧୮ ।୧୨: ଚାଇନା ଓ ପାକିସ୍ତାନ ସହ ସୀମାରେ ଚାଲିଥିବା ବିବାଦ ମଧ୍ୟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନରାଲ ବିପିନ ରାୱତ କହିଛନ୍ତି, ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧରେ ଦେଶ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଲଢିବ ଓ ଶତ୍ରୁକୁ ହରାଇବ । ଏହି ସମୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଦେଶକୁ ସୁପରପାୱାର(ମହାଶକ୍ତି) ଭାବେ ଗଢି ତୋଳିବାକୁ ଡିଆରଡିଓର ବୈଜ୍ଞାନିକଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ ବା ଡିଆର୍‌ଡିଓର ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ଅବସରରେ ସିଡିଏସ୍ ରାୱାତ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ଆମ ନିଜ ଉଦ୍ଦ୍ୟୋଗ ଏବେ ପ୍ରେରଣା ପାଇଛି । କେବଳ ଏହାକୁ ସମର୍ଥନର ଆବଶ୍ୟକତା ରହିଛି । ତେଣୁ ଅନୁମାନ କରାଯାଉଛି ଭବିଷ୍ୟତରେ ଯଦି ଯୁ୍‌ଦ୍ଧ ହୁଏ ତେବେ ଦେଶ ସ୍ୱଦେଶୀ ଜ୍ଞାନ କୌଶଳରେ ଲଢିବ । ଦେଶ ଏବେ ଆତ୍ମନିର୍ଭରଶୀଳ ଦିଗରେ ଗତି କରୁଛି ।

Share