ଭିଜିଲାନ୍ସ ଜାଲରେ ସିଡିପିଓ, କିରାଣି

କୋରାପୁଟ, ୧୭।୫(ସ୍ବ.ପ୍ର.): କୋରାପୁଟ ଜିଲା ବନ୍ଧୁଗାଁ  ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଅଶ୍ୱିନୀ କୁମାର ପ୍ରଧାନ ଓ ବନ୍ଧୁଗାଁ ସିଡିପିଓ ନମିତାରାଣୀ ପାଲ।  ଭିଜିଲାନ୍ସ ଅଧିକାରୀମାନେ ଅଶ୍ୱିନୀଙ୍କଠାରୁ  ୪୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି।
ଜୟପୁର ଭିଜିଲାନ୍ସ ବିଭାଗ ସୂଚନା ମୁତାବକ, ମିନତି କୁଲେସିକା ଅଙ୍ଗନଓ୍ବାଡି ପଦବୀ ପାଇଁ ପରୀକ୍ଷା ଦେଇଥିଲେ। ନିଯୁକ୍ତିପତ୍ର ପାଇଁ ବନ୍ଧୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର  ସିଡିପିଓ  ନମିତାରାଣୀ ପାଲଙ୍କ ନିର୍ଦ୍ଦେଶ କ୍ରମେ କିରାଣି ଅଶ୍ୱିନୀ ପ୍ରଧାନ ୧ ଲକ୍ଷ ୪୦ ହଜାର ଟଙ୍କା ଦାବି କରିଥିଲେ। ଆଗରୁ ୧ ଲକ୍ଷ  ଟଙ୍କା ନେଇ ସାରିଥିଲେ।   ବୁଧବାର  ମିନତିଙ୍କ ବାପା ରାଉତ କୁଲେସିକାଙ୍କଠାରୁ ୪୦ ହଜାର ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶରେ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳ, ଇନ୍ସିପେକ୍ଟର ସୂର୍ଯ୍ୟକାନ୍ତ ଟାକ୍ରି, ସଞ୍ଜୟ କୁମାର ପ୍ରଧାନ ଓ ଅନ୍ୟମାନଙ୍କୁ ନେଇ ଗଠିତ ଟିମ୍‌ ବୁଧବାର ପୂର୍ବାହ୍ନରେ ଅଭିଯୁକ୍ତ  ଅଶ୍ୱିନୀଙ୍କୁ ଆଇସିଡିଏସ୍‌ କାର୍ଯ୍ୟାଳୟ ପରିସରରେ ଲାଞ୍ଚ  ନେଉଥିବାବେଳେ ଧରିଥିଲେ।
ଏହାପରେ ସିଡିପିଓଙ୍କ ନନ୍ଦପୁରସ୍ଥିତ ଘର ଓ କିରାଣିଙ୍କ ସରକାରୀ କ୍ୱାର୍ଟର୍ସ ଉପରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ସିଡିପିଓ ନମିତାରାଣୀ ପାଲଙ୍କ ନନ୍ଦପୁରସ୍ଥିତ ବାସଭବନରେ ଭିଜିଲାନ୍ସର ୭ ଜଣିଆ ଟିମ୍‌ ପହଞ୍ଚି ତନାଘନା କରିଛନ୍ତି।  ଡିଏସ୍‌ପି ଜୟଶ୍ରୀ ପ୍ରଧାନଙ୍କ ନେତୃତାଧୀନ ଏହି ଟିମ୍‌ ବନ୍ଧୁଗାଁରୁ  ସିଡିପିଓଙ୍କୁ  ସାଙ୍ଗରେ ଆଣି ଘର ଯାଞ୍ଚ କରିଥିଲେ। ସେଠାରୁ ୯୦ ହଜାରରୁ ଅଧିକ ନଗଦ ଟଙ୍କା, କିଛି ଅଳଙ୍କାର, ଏଲ୍‌ଆଇସି ବଣ୍ଡ୍‌, ଜମିଜମା ଓ ଗାଡ଼ିର କାଗଜପତ୍ର ମିଳିଛି। ଏନେଇ ଭିଜିଲାନ୍ସ ଏକ ମାମଲା(ନଂ.୧୫/୨୩) ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri