ଚାକରାଣୀଙ୍କୁ ୧୧ ମାସ ଧରି କରିଆସୁଥିଲେ ବଳାତ୍କାର; ଜଣାପଡ଼ିବା ପରେ..

ଉଜୈନ,୨୧।୭: ମଧ୍ୟପ୍ରଦେଶର ଉଜୈନ ଜିଲାରେ ଏକ ସମ୍ବେଦନଶୀଳ ମାମଲା ନଜରକୁ ଆସିଛି। ଘରେ କାମ କରୁଥିବା ୧୭ ବର୍ଷୀୟ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଏକ୍ସାଇଜ୍‌ ଏସ୍‌ଆଇଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ପଙ୍କଜ ଜୈନ। ଉଜୈନ ପୋଲିସ ତାଙ୍କୁ ଗିରଫ କରିବା ପରେ ପଚରାଉଚରା ଜାରି ରଖିଛି।

ପଙ୍କଜ ଦୀର୍ଘ ୧୧ ମାସ ଧରି ଉକ୍ତ ଯୁବତୀଙ୍କୁ ଧମକ ଦେଇ ବଳାତ୍କାର କରି ଆସୁଥିଲେ। ଏପରିକି ତାଙ୍କର ଅଶ୍ଳିଳ ଭିଡିଓ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବତୀଜଣଙ୍କ ଅଭିଯୋଗ କରିବା ପରେ ମଧୁବନ ହୋଟେଲରୁ ତାଙ୍କୁ ଗିରଫ କରାଯାଇଛି।

ମଙ୍ଗଳବାର ପଙ୍କଜ ଯୁବତୀଙ୍କୁ ଏକ ହୋଟେଲକୁ ଡାକିଥିଲେ। ଏନେଇ ଜାଣିବା ପରେ ପୂର୍ବରୁ ପୋଲିସ ଟିମ୍‌ ସେଠାରେ ଉପସ୍ଥିତ ରହିଥିଲା। ପଙ୍କଜ ଯୁବତୀ ଥିବା କୋଠରୀକୁ ଯିବା ସମୟରେ ପୋଲିସ ତାଙ୍କୁ କାବୁ କରିନେଇଥିଲା। ଧାରା ୩୭୬ ଏବଂ ପୋକ୍ସୋ ଆକ୍ଟରେ ତାଙ୍କ ଉପରେ ମାମଲା ରୁଜୁ କରାଯାଇଛି।

Share