ବଡ଼ଦାଣ୍ଡର ୫୦ ସ୍ଥାନରେ ସିସିଟିଭି

ପୁରୀ ଅଫିସ,୨୬।୬: ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟ୍‌ ସମନ୍ବୟ ବୈଠକ ପୁରୀ ସଦ୍‌ଭାବନା ଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରି କହିଛନ୍ତି, ଚଳିତ ରଥଯାତ୍ରାରେ ବହୁ ଜନସମାଗମ ହେବ। ପୋଲିସ ଓ ପ୍ରଶାସନର ମିଳିତ ଉଦ୍ୟମରେ ରଥଯାତ୍ରା ସୁପରିଚାଳିତ ହୋଇପାରିବ। ଯେଉଁ ଅଧିକାରୀମାନଙ୍କୁ ଯେଉଁ ଦାୟିତ୍ୱ ମିଳିଛି ଓ ଯେଉଁ ପୋଲିସ ଅଧିକାରୀଙ୍କୁ ଯେଉଁ ସ୍ଥାନରେ ନିୟୋଜିତ କରାଯିବ, ସେଠାରେ ଠିକ୍‌ ଭାବେ ଦାୟିତ୍ୱ ସମ୍ପନ୍ନ କରିବାର ଆବଶ୍ୟକତା ରହିଛି। ରଥଯାତ୍ରା ଦିନ ପ୍ରତ୍ୟୁଷରୁ ବଡ଼ଦାଣ୍ଡରେ କୌଣସି ଗାଡ଼ି ନ ରଖିବା, ଅଯଥା ଗହଳି ନ ହେବା, ଟ୍ରାଫିକ୍‌ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା, ଆଶୁ ଚିକିତ୍ସା ବ୍ୟବସ୍ଥା ଓ ଆମ୍ବୁଲାନ୍ସ ଭଳି ବ୍ୟବସ୍ଥାର ସୁପରିଚାଳନା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ପ୍ରଶାସନିକ ଅଧିକାରୀମାନେ ଦାୟିତ୍ୱ ସମ୍ପାଦନରେ ଅବହେଳା ନ କରନ୍ତୁ ବୋଲି ଜିଲାପାଳ ନିବେଦନ କରିଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲାପାଳ ଦିଲୀପ କୁମାର ମହାପାତ୍ର, କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସ୍‌ପି ମିହିର ପଣ୍ଡା, ଗୋଇନ୍ଦା ଏସ୍‌ପି ଜ୍ଞାନ ମହାପାତ୍ର, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ଯୋଗଦେଇଥିଲେ। ସେହିଭଳି ପୋଲିସ ପକ୍ଷରୁ ଶନିବାର ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା। ଏଥିରେ ଏସ୍‌ପି କନୱର ବିଶାଲ ସିଂ ଯୋଗଦେଇ କହିଛନ୍ତି, ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଭକ୍ତଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଉଛି। ୧୮୦ ପ୍ଲାଟୁନ୍‌ରୁ ଊର୍ଦ୍ଧ୍ୱ ଫୋର୍ସ ମୁତୟନ ହେବେ। ଏକ ହଜାର ଅଫିସର ଓ ୧୮ ଜଣ କମାଣ୍ଡାଣ୍ଟ ଅଫିସର ନିୟୋଜିତ ହେଉଛନ୍ତି। ସିନିୟର ସୁପରଭାଇଜର ଭାବେ ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହେବ। ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏକକ କଣ୍ଟ୍ରୋଲ୍‌ ରୁମ୍‌ ପରିଚାଳିତ କରାଯିବ। ଟୋଲ୍‌ ଫ୍ରି ହେଲ୍ପଲାଇନ୍‌ ନମ୍ବର ଜାରି କରାଯିବ। ପୁରୀବାସୀଙ୍କ ସହଯୋଗରେ ରଥଯାତ୍ରା ଶୃଙ୍ଖଳାରେ ହୋଇପାରିବ। ଆମ୍ବୁଲାନ୍ସ ପାଇଁ ଗ୍ରୀନ୍‌ କରିଡରର ବ୍ୟବସ୍ଥା ହୋଇଛି। ମେଡିକାଲ ଟିମ୍‌ ମହଜୁଦ ରହିବେ। ବିଭିନ୍ନ ଗଳି ଚିହ୍ନଟ ହୋଇଛି, ଜରୁରିକାଳୀନ ସ୍ଥିତିରେ ଗଳିକୁ ଯାତାୟାତ ଲାଗି ବ୍ୟବହାର କରାଯାଇପାରିବ। ପାର୍କିଂ ସ୍ଥଳରେ ପୋଲିସ କର୍ମଚାରୀ ରହିବେ। ଅଟୋରେ ଦର ସାରଣୀ ଲାଗିଛି। ଯାତ୍ରୀମାନେ ଠକାମିର ଶିକାର ହେବେନି। ସିସିଟିଭି ଇନ୍‌ଷ୍ଟାଲେଶନ୍‌ ଚାଲିଛି। ବଡ଼ଦାଣ୍ଡର ୫୦ଟି ଜାଗାରେ ସିସିଟିଭି ଲାଗୁଛି। ସହରର ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା ଉପରେ ପୋଲିସ ପ୍ରଶାସନ ଧ୍ୟାନ ଦେଉଛି ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri