ମୋନିକାଙ୍କ ବାଥରୁମରେ ଗୁପ୍ତରେ ଲଗା ଯାଇଥିଲା ସିସିଟିଭି କ୍ୟାମେରା…

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ମୋନିକା ବେଦୀଙ୍କୁ ସୋମବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦ ଦେଇଛନ୍ତି। ୧୯୭୫ ଜାନୁୟାରୀ ୧୮ରେ ସେ ପଞ୍ଜାବର ହୋସିଆରପୁର ଜିଲା ଛେବଓ୍ବାଲଠାରେ ଜନ୍ମଗ୍ରହଣ କରିଥିଲେ। ୧୯୯୪ରେ ସେ ‘ମେ ତେରା ଆଶିକି’ ଫିଲ୍ମରେ ଅଭିନୟ କରିଥିଲେ। ଏହାପରେ ସୁରକ୍ଷା, ଆଶିକି ମସ୍ତାନା, ଖିଲୋନା, ଏକ ଫୁଲ୍‌ ତିନ୍‌ କାଣ୍ଟେ, ଜିଓ ଶାନ୍‌ ସେ, ତିର୍‌ଚି ଟୋପିଓ୍ବାଲେ, ଜଞ୍ଜିର, କାଲିଚରନ୍‌, ଯାଡ଼ି ନମ୍ବର ଓ୍ବାନ୍‌, ଟାଡା ଆଦି ଫିଲ୍ମରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟି ଥିଲେ। ବଲିଉଡ୍‌ରେ ପାଦ ଦେବା ସହିତ ଅଣ୍ଡରଓ୍ବାଲ୍ଡ୍‌ ଡନ୍‌ ଆବୁ ସାଲେମ୍‌ଙ୍କ ସହିତ ତାଙ୍କର ନିବିଡ଼ତା ବଢ଼ିବାରେ ଲାଗିଥିଲା। ଆବୁ ସାଲେମ୍‌ଙ୍କ ସହିତ ସମ୍ପର୍କ ନେଇ ସେ ଜେଲ୍‌ ଯାଇଥିଲେ। ନକଲି ପାସପୋର୍ଟ ମାମଲାରେ ଭୋପାଳ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ଜେଲ୍‌ରେ କର୍ମଚାରୀଙ୍କ ସମେତ ଅନ୍ୟ ସମସ୍ତେ ତାଙ୍କର ଦିଓ୍ବାନା ଥିଲେ। ପ୍ରତିଦିନ ତାଙ୍କ ପାଇଁ ସ୍ପେଶାଲ ଷ୍ଟାର ହୋଟେଲରୁ ଖାଦ୍ୟ ମଗାଯାଉଥିଲା। ତାଙ୍କର ସୁବିଧା ଅସୁବିଧା ପ୍ରତି ଗୁରୁତ୍ୱ ଦିଆଯାଉଥିଲା। ତେବେ ମୋନିକାଙ୍କ ବାଥରୁମରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ଅଭିଯୋଗ ହୋଇଥିଲା। ତତ୍‌କାଳୀନ ଜେଲର ପୁରୁଷୋତ୍ତମ ସୋମକୁମ୍ବର ଏପରି କରି ମୋନିକାଙ୍କ ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରିବାର ପ୍ରୟାସ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସେତେବେଳେ ନାନା ଚର୍ଚ୍ଚା ହୋଇଥିଲା।

Share