ଚାଇନାରେ ସିସିପି ବୈଠକ ଆରମ୍ଭ, ତୃତୀୟ ଥର କ୍ଷମତା ଦଖଲ ପାଇଁ ଜିନପିଙ୍ଗଙ୍କ ପ୍ରସ୍ତୁତି…

ବେଜିଂ,୧୬।୧୦ : ଚାଇନାର କମ୍ୟୁନିଷ୍ଟ ପାର୍ଟିର ୨୦ ତମ ଜାତୀୟ କଂଗ୍ରେସ (ସିସିପି) ଆରମ୍ଭ ହୋଇଛି। ପ୍ରାୟ ଏକ ସପ୍ତାହ ଧରି ଚାଲିବାକୁଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୨ରେ ଶେଷ ହେବ। ବିଶେଷ କଥା ହେଉଛି ପ୍ରତି ପାଞ୍ଚ ବର୍ଷରେ ଆୟୋଜିତ ହେଉଥିବା ଏହି ବୈଠକ ଚାଇନାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣା। କୁହାଯାଉଛି ଯେ ରାଷ୍ଟ୍ରପତି ଶି ଜିନପିଙ୍ଗ ତୃତୀୟ ଥର ପାଇଁ ଦେଶର କ୍ଷମତା ଦଖଲ କରିବାର ସମ୍ଭାବନା ରହିଛି। ଏନେଇ ଜିନପିଙ୍ଗ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ତେବେ ସିସିପି ନିଷ୍ପତ୍ତି ପରେ ହିଁ ଏହା ସମ୍ଭବ ହେବ।

Share