Categories: ଜାତୀୟ

ଗୁଗଲ ଉପରେ ୧,୩୩୭.୭୬ କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ,୨୧ ।୧୦: ବିଶ୍ୱର ସବୁଠାରୁ ବଡ ଇଣ୍ଟରନେଟ ସର୍ଚ୍ଚ ସେବା ଦେଉଥିବା ଆମେରିକା କମ୍ପାନୀ ଗୁଗଲ ଉପରେ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ ବା କମ୍ପିଟିଶନ କମିଶନ ଅଫ୍ ଇଣ୍ଡିଆ-ସିସିଆଇ ୧,୩୩୭.୭୬ କୋଟି ଟଙ୍କାର ଜରିମାନା ଲଗାଇଛି । ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ ଆଣ୍ଡ୍ରଏଡ ମୋବାଇଲ ଉପକରଣ ପରିବେଶରେ ବଜାରରେ ମଜଭୁତ ସ୍ଥିତିର ଦୂରୁପଯୋଗକୁ ନେଇ ଗୁଗଲ ଉପରେ ଏହି ଜରିମାନା ଲାଗିଛି ।

କମ୍ପିଟିଶନ କମିଶନ ଅଫ ଇଣ୍ଡିଆ(ସିସିଆଇ)ର ମୁଖ୍ୟ ଇଣ୍ଟରନେଟ କମ୍ପାନୀକୁ ଅନୁଚିତ ବ୍ୟବସାୟ ଗିତିବିଧକୁ ରୋକିବା ଓ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ ଗୁରୁବାର ଅଫିସିଆଲ ସୂଚନାରେ କହିଛନ୍ତି, ଗୁଗଲକୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଜ କାର୍ଯ୍ୟର ପ୍ରଣାଳୀକୁ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସିସିଆଇ ଇଣ୍ଡିଆ ତା’ର ଅଫିସିଆଲ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ଦେଇଛି । ଏହି ପୋଷ୍ଟରେ ଲେଖାଯାଇଛି, ‘ଆଣ୍ଡ୍ରଏଡ ମୋବାଇଲ ଡିଭାଇସ ଇକୋସିଷ୍ଟମରେ କିଛି ବଜାରରେ ସ୍ଥିତିର ଦୂରୁପଯୋଗ କରିଥିବାରୁ ଗୁଗଲ ଉପରେ ଜରିମାନା ଲାଗିଛି ।

Share