ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କଲା ଆଇସିସି, ଜେଲେନସ୍କି କହିଲେ ‘ଏହା ଆରମ୍ଭ ମାତ୍ର’

ଆମଷ୍ଟରଡାମ,୧୭।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ୧୩ ମାସ ଧରି ଯୁଦ୍ଧ ଚାଲିଛି। ଏଭଳି ପରିସ୍ଥିତିରେ ଉଭୟ ଦେଶ ପରସ୍ପର ବିରୁଦ୍ଧରେ ସାମରିକ ସୀମା ହାସଲ କରିବା ଲକ୍ଷ୍ୟରେ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ନିୟୋଜିତ ଅଛନ୍ତି। ଏହି ସମୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ପୁଟିନଙ୍କୁ ଦାୟୀ କରି ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଶୁକ୍ରବାର ଗିରଫ ନିର୍ଦ୍ଦେଶ ଜାରି କରିଛି। ୟୁକ୍ରେନରେ ହୋଇଥିବା ଯୁଦ୍ଧ ଅପରାଧ ପାଇଁ ଦାୟୀ ବୋଲି ଏହି ୱାରେଣ୍ଟ ଜାରି କରାଯାଇଛି। ଶିଶୁମାନଙ୍କୁ ବେଆଇନ ଦେଶରୁ ବିତାଡିତ କରାଯିବା ଏବଂ ୟୁକ୍ରେନ ଅଞ୍ଚଳରୁ ରୁଷିଆକୁ ବେଆଇନ ସ୍ଥାନାନ୍ତର ଅଭିଯୋଗରେ ଆଇସିସି ପୁଟିନଙ୍କୁ ଗିରଫ ୱାରେଣ୍ଟ ଜାରି କରିଛି।
ଅପରପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବିବୃତ୍ତି ମଧ୍ୟ ଏହି ପ୍ରସଙ୍ଗରେ ସାମ୍ନାକୁ ଆସିଛି। ସେ ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଜାରି ଗିରଫ ୱାରେଣ୍ଟକୁ କେବଳ ଆରମ୍ଭ ବୋଲି କହିଛନ୍ତି।

Share