ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ଫର୍ମୂଲା: ୧,୧୫୨ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ…

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା। ସିବିଏସ୍‌ଇ ପକ୍ଷରୁ ଭାଲ୍ୟଏଶନ୍‌ ନେଇ ଫର୍ମୂଲା ଗୁରୁବାର ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ୧,୧୫୨ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତିି। କମ୍ପାର୍ଟମେଣ୍ଟ୍‌, ଦୀର୍ଘ ବର୍ଷ ଧରି ପାସ୍‌ ହେବା ଆଶାରେ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ର, ପତ୍ର ମାଧ୍ୟମରେ ପଢୁଥିବା ଛାତ୍ରୀଛାତ୍ର, ଡ୍ରପ୍‌ ଆଉଟ୍‌ ଏବଂ ଫ୍ରାଇଭେଟ୍‌ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ଫର୍ମୂଲା ପ୍ରସ୍ତୁତି ଲାଗି ସୁପ୍ରିମ୍‌କୋର୍ଟରେ କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି। ମାର୍କିଂ ଫର୍ମୂଲା ଅନୁସାରେ ଦଶମ, ଏକାଦଶ ଏବଂ ଦ୍ୱାଦଶର ସ୍କୁଲ୍‌ ପରୀକ୍ଷା ମାର୍କ ଆଧାରରେ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ହେବ। ଶିକ୍ଷାର୍ଥୀ ଦଶମରେ ରଖିଥିବା ମାର୍କର ୩୦ ପ୍ରତିଶତ, ଏକାଦଶର ୩୦ ପ୍ରତିଶତ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ୍‌ ପରୀକ୍ଷାରେ ରଖିଥିବା ୪୦ ପ୍ରତିଶତ ମାର୍କ ଆଧାରରେ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ ଦାଖଲ କରାଯାଇଥିବା ଫର୍ମୂଲାରେ ଉଲ୍ଲେଖ କରାଯାଇଥିଲା। ଦ୍ୱାଦଶର ପ୍ରି ବୋର୍ଡ ପରୀକ୍ଷା ଏବଂ ପ୍ରାକ୍ଟିକାଲ ପରୀକ୍ଷା ମାର୍କକୁ ଗ୍ରହଣ କରାଯିବ। ଦଶମ ବୋର୍ଡ ପରୀକ୍ଷାର ୫ଟି ବିଷୟ ମଧ୍ୟରୁ ଶ୍ରେଷ୍ଠତମ ମାର୍କ ରହିଥିବା ୩ଟି ବିଷୟକୁ ଗ୍ରହଣ କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ ଭାଲ୍ୟୁଏଶନ୍‌ ଫର୍ମୂଲାରେ ଦର୍ଶାଯାଇଥିଲା। ଜୁଲାଇ ୩୧ରେ ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା କ୍ଲୋରୋକ୍ୱିନ୍‌ ଚାହିଦା: ଇପ୍କାର ଶେୟାରରେ ୧୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୨୪।୩: କରୋନା ସଂକ୍ରମିତଙ୍କ ପାଇଁ ମ୍ୟାଲେରିଆ ଔଷଧ କ୍ଲୋରୋକ୍ୱିନ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଇଣ୍ଡିଆନ୍‌ ମେଡ଼ିକାଲ୍‌ କାଉନସିଲ୍‌ ରିସର୍ଚ୍ଚ ପକ୍ଷରୁ ଘୋଷଣା କରାଯାଇଛି। ଏହାପରେ...

‘ମୋ ବିରୋଧରେ ଗୋଟିଏ ଅଭିଯୋଗ ଆଣିଲେ, ମୁଁ ୧୦ ଭଲ କାମ କରିବି’

ମୁମ୍ବାଇ,୨୬।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ମୁମ୍ବାଇରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ସେ କହିଛନ୍ତି, ମୁମ୍ବାଇକୁ ସାଂଘାଇ ଭଳି...

ସରପଞ୍ଚ ନିର୍ବାଚନ ପୂର୍ବରୁ ଟିଏମ୍‌ସି କର୍ମୀଙ୍କୁ ଗୁଳିକରି ହତ୍ୟା

କୋଲକାତା, ୧୩।୧: ପଶ୍ଚିମବଙ୍ଗ ପୁରବର ବର୍ଦ୍ଧମାନରେ ତୃଣମୂଳ କଂଗ୍ରେସ (ଟିଏ୍‌ମ୍‌ସି) କର୍ମୀ ଦୁଲାଲ ଶେଖଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଲାଲ ସ୍ଥାନୀୟ ବଜାରରେ ଚା’ ପିଉଥିବା...

ମନ୍ତ୍ରୀ ପରିଷଦ ସମ୍ପ୍ରସାରଣ: ଶିନ୍ଦେ, ଫଡ୍‌ନବିସଙ୍କୁ କେଉଁ ବିଭାଗ

ମୁମ୍ବାଇ,୧୪।୭: ମହାରାଷ୍ଟ୍ରର ମନ୍ତ୍ରୀ ପରିଷଦ ସମ୍ପ୍ରସାରଣ ନେଇ ମାସେ ଧରି ଚାଲିଥିବା କଳ୍ପନାଜଳ୍ପନାର ଶୁକ୍ରବାର ଅନ୍ତ ଘଟିଛି। ଅଜିତ ପାୱାରଙ୍କୁ ଅର୍ଥ ଏବଂ ଯୋଜନା ବିଭାଗର...

ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମଙ୍ଗଳବାର ଇଡିରେ ହାଜର ହେବେ ତେଜସ୍ବୀ

ନୂଆଦିଲ୍ଲୀ,୧୦।୪: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ମଙ୍ଗଳବାର ଇଡି ତେଜସ୍ବୀଙ୍କୁ...

ମହାରାଷ୍ଟ୍ରରେ ବଢୁଛି କୋଭିଡ୍‌ ସଂକ୍ରମଣ

ମୁମ୍ବାଇ, ୨୮ା୩: ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ମୁମ୍ବାଇର କେତେକ ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର କୋଭିଡ୍‌ ଓ୍ବାର୍ଡ ଖୋଲାଯାଇଛି। ଏପରିକି ହସ୍ପିଟାଲରେ ମାସ୍କ ବ୍ୟବହାର ଏବଂ...

୬ କରୋନା ଆକ୍ରାନ୍ତ ଚିହ୍ନଟ : ନର୍ସିଂହୋମ୍‌ ସିଲ୍‌ କଲା ସିଏମ୍‌ସି

କଟକ ଅଫିସ,୪ା୭-କଟକ ସହର ଚାଉଳିଆଗଞ୍ଜସ୍ଥିତ ଏକ ନର୍ସିଂହୋମ୍‌ରୁ ଶୁକ୍ରବାର ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶନିବାର ସିଏମ୍‌ସି ସେହି ନର୍ସିଂହୋମ୍‌କୁ ସିଲ୍‌ କରିଛି। ସରକାରଙ୍କ...

‘ରାହୁଲଙ୍କ ଆଚରଣ ଦାୟିତ୍ୱହୀନ’

ନୂଆଦିଲ୍ଲୀ,୧୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବୁଧବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପୁରୁଷ ହଷ୍ଟେଲର ମୁଖ୍ୟଙ୍କ ଦ୍ୱାରା ନୋଟିସ୍‌ ପଠାଯାଇଛି। ମେ ୫ ଶୁକ୍ରବାର ଦିନ...

Advertisement
Archives

Model This Week