Posted inଜାତୀୟ

CBSE: ପଞ୍ଜାବୀ ନାହିଁ କି ଓଡ଼ିଆ ନାହିଁ

ଏନ୍‌ଡିଏ ସରକାରଙ୍କ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଅନ୍ତର୍ଗତ ୩-ଭାଷା ନୀତିକୁ ନେଇ ତାମିଲନାଡୁ ଓ କେନ୍ଦ୍ର ମଧ୍ୟରେ ‘ଭାଷାଯୁଦ୍ଧ’ ଚାଲିଛି। ଏଭଳିସ୍ଥଳେ ୨୦୨୬ରୁ ବର୍ଷକୁ ୨ ଥର ହେବାକୁ ଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ପରୀକ୍ଷା ପଲିସି ସମ୍ପର୍କିତ ଚିଠାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ଚିଠାରେ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ବିଷୟ ତାଲିକାରୁ ପଞ୍ଜାବୀ ଏବଂ ଓଡ଼ିଆ ସମେତ ଆଉ କେତେକ ଭାଷାକୁ ବାଦ୍‌ ଦିଆଯିବା ନେଇ ଦେଶର ବିଭିନ୍ନ ଭାଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପଞ୍ଜାବ ସରକାର ଏହାକୁ ‘ପଞ୍ଜାବୀ ଭାଷା ଉପରେ ଆକ୍ରମଣ’ କହି ବୋର୍ଡକୁ କଡ଼ା ସମାଲୋଚନା କରିଛନ୍ତି। ଅନ୍ୟପକ୍ଷେ ବିବାଦ ଘନେଇବା ପରେ ସବ୍‌ଜେକ୍ଟ ଲିଷ୍ଟ୍‌ରୁ କୌଣସି ଭାଷାକୁ ବାଦ୍‌ ଦିଆଯାଇ ନ ଥିବା ସିବିଏସ୍‌ଇ ପକ୍ଷରୁ ସଫେଇ ଦିଆଯାଇଛି। ପ୍ରକାଶିତ ତାଲିକା କେବଳ ସାଙ୍କେତିକ ଏବଂ ଅନ୍ୟ ଭାଷାଗୁଡ଼ିକ ମଧ୍ୟ ପୂର୍ବଭଳି ବିଷୟ ତାଲିକାରେ ବଳବତ୍ତର ବୋଲି ବୋର୍ଡ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଜଣେ ଓଡ଼ିଆ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବା ସତ୍ତ୍ୱେ ଚିଠାରେ ଓଡ଼ିଆ ଭାଷା ନ ରହିବା ହାସ୍ୟାସ୍ପଦ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି। ପଞ୍ଜାବରୁ ପ୍ରବଳ ବିରୋଧ ହେବାରୁ ସିବିଏସ୍‌ଇ ପଞ୍ଜାବୀ, ଓଡ଼ିଆ ସମେତ ଅନ୍ୟ ଭାଷାଗୁଡ଼ିକୁ ହଟାଯାଇ ନ ଥିବା ସମ୍ପର୍କରେ ସ୍ପଷ୍ଟ କରିଥିବା କୁହାଯାଉଛି।

ନୂଆଦିଲ୍ଲୀ/ଅମୃତସର,୨୭ା୨: ଆସନ୍ତା ଶିକ୍ଷାବର୍ଷରୁ CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ ୨ ଥର ହେବ। ଫେବୃଆରୀ ୧୭ରୁ ମାର୍ଚ୍ଚ ୬ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ଥିବାବେଳେ ମେ’ ମାସ ୫ରୁ ୨୦ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ପିଲା ପରୀକ୍ଷା ଦେବେ। ନୂଆ ନୀତି ଅନୁସାରେ ପରୀକ୍ଷାର୍ଥୀଙ୍କୁ ଉଭୟ ପର୍ଯ୍ୟାୟ ପରୀକ୍ଷା ଦେବାକୁ ମଧ୍ୟ ସୁଯୋଗ ମିଳିବ। କେବଳ ଏତିକି ନୁହେଁ, ଯେଉଁ ଛାତ୍ରୀ କିମ୍ବା ଛାତ୍ର ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ଏକ ନିର୍ଦ୍ଦିଷ୍ଟ ବିଷୟରେ ଆଣିଥିବା ମାର୍କକୁ ନେଇ ସନ୍ତୁଷ୍ଟ ଥିବେ ସେ ଚାହିଁଲେ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୃକ୍ତ ସବ୍‌ଜେକ୍ଟକୁ ବାଦ୍‌ ଦେଇ ଅନ୍ୟ ବିଷୟଗୁଡ଼ିକ ଉପରେ ପରୀକ୍ଷା ଦେଇପାରିବେ। ଏପରି କି ଜଣେ ପିଲା ପ୍ରଥମ ପର୍ଯ୍ୟାୟରେ କୌଣସି ବିଷୟକୁ ବାଦ୍‌ ଦେଇ ଦ୍ୱିତୀୟ ପର୍ଯ୍ୟାୟରେ ସେହି ବିଷୟରେ ପରୀକ୍ଷା ଦେଇପାରିବେ। ଉକ୍ତ ବ୍ୟବସ୍ଥାରେ କିନ୍ତୁ ଆଗ ଭଳି ଆଉ ସପ୍ଲିମେଣ୍ଟାରି ପରୀକ୍ଷା କରାଯିବ ନାହିଁ। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସପ୍ଲିମେଣ୍ଟାରିର ବିକଳ୍ପ ରୂପେ ବିବେଚିତ ହେବ। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ସୁପାରିସ ଅନୁସାରେ ଛାତ୍ରୀଛାତ୍ରଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ବୋର୍ଡ ଏଭଳି ନୀତି ଆପଣାଇଥିବା କହୁଥିବାବେଳେ ଏହାର ବିଷୟ ତାଲିକାକୁ ବିବାଦ ଘେରରେ ଛନ୍ଦି ହୋଇଯାଇଛି। ବିଷୟ ତାଲିକା ପ୍ରକାଶ ପାଇବା ପରେ ପଞ୍ଜାବ ଶିକ୍ଷାମନ୍ତ୍ରୀ ହରଜୋତ୍‌ ସିଂ ବେନ୍ସ ଅଭିଯୋଗ ଆଣିଛନ୍ତି ଯେ, ନୂଆ ନୀତିରେ ପଞ୍ଜାବୀ ଭାଷାକୁ ହଟାଇ ଦେବା ପାଇଁ ଉଦ୍ୟମ ହୋଇଛି। ଭାଷା ଉପରେ ଏପରି ଆକ୍ରମଣକୁ ପଞ୍ଜାବ ସରକାର ବରଦାସ୍ତ କରିବେ ନାହିଁ। ସିବିଏସ୍‌ଇର ନୂଆ ପରୀକ୍ଷା ଢାଞ୍ଚାକୁ ଆମେ ଦୃଢ଼ ଭାବେ ବିରୋଧ କରୁଛୁ। ପଞ୍ଜାବୀକୁ ଏଥିରେ ପଞ୍ଜାବର ‘ମୁଖ୍ୟ ଭାଷା’ ଭାବେ ସ୍ଥାନିତ କରାଯିବା ଜରୁରୀ। ସେହିପରି ଅନେକ ରାଜ୍ୟରେ ପଞ୍ଜାବୀ ବ୍ୟବହାର କରାଯାଉଥିବାରୁ ଏହାକୁ ଦେଶର ଅନ୍ୟ ଭାଗ ପାଇଁ ଏକ ‘ଆଞ୍ଚଳିକ ଭାଷା’ ରୂପେ ଅନ୍ତର୍ଭୁକ୍ତ କରାଯାଉ ବୋଲି ବେନ୍ସ ଦାବି କରିଛନ୍ତି। ଏହାର ଭିଡିଓକୁ ସେ ନିଜ ଏକ୍ସ’ ଆକାଉଣ୍ଟରେ ଶେୟାର କରିଛନ୍ତି। କେବଳ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାର ନୁହନ୍ତି, ଦଳମତ ନିର୍ବିଶେଷରେ ପଞ୍ଜାବରେ ଏହାକୁ ବିରୋଧ କରାଯାଇଛି। ଅକାଳୀ ଦଳ ନେତା ପରମବଂଶ ରୋମାନା ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରୋମାନା କହିଛନ୍ତି, ନୂଆ ପାଠ୍ୟକ୍ରମରୁ ପଞ୍ଜାବୀ ଭାଷାକୁ ଲିଭାଇଦେବା ପାଇଁ ଷଡ଼ଯନ୍ତ୍ର ହୋଇଛି। ଭାଜପା ନେତାମାନେ ଏହି ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା ନେତାମାନଙ୍କ ଉଦ୍ଦେଶ୍ୟରେ ସେ ଆହୁରି କହିଛନ୍ତି, ଆପଣମାନେ ନିଜ ମାତୃଭାଷା ପାଇଁ ଲଢ଼େଇ କରିପାରୁନାହାନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କିପରି ଏନ୍‌ଇପି ବିରୋଧରେ ଲଢ଼ୁଛନ୍ତି ତାହା ଆପଣମାନେ ଦେଖନ୍ତୁ ବୋଲି ରୋମାନା କହିଛନ୍ତି।

ଉଲ୍ଲେଖଯୋଗ୍ୟ, CBSE ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତ ଅନୁସାରେ ବିଷୟ ତାଲିକାରେ ରାଇ, ଉରୁଙ୍ଗ୍‌, ତମାଙ୍ଗ୍‌, ଶେର୍ପା, ସଂସ୍କୃତ, ଉର୍ଦ୍ଦୁ, ମରାଠୀ, ଗୁଜରାଟୀ, ମଣିପୁରୀ, ତିବ୍ବତୀୟ, ଭୁତି, ତେଲୁଗୁମ୍‌ ବୋଡୋ, ତଙ୍ଗ୍‌ଖୁଲ, ଭୁତିଆ, କଶ୍ମୀରୀ, ମିଜୋ ଓ ଥାଇ ଭାଷାକୁ ସ୍ଥାନିତ କରାଯାଇଛି। କିନ୍ତୁ ଓଡ଼ିଆ, ପଞ୍ଜାବୀ ସମେତ ଆଉ କେତେକ ଭାଷାକୁ ତାଲିକାର ଅଷ୍ଟମ ସ୍ତମ୍ଭରେ ରଖାଯାଇ ନାହିଁ। ତେଣୁ ଏହି ପ୍ରସଙ୍ଗରେ ସରକାର ପାତରଅନ୍ତର ନୀତି ଆପଣାଇଥିବା କେତେଜଣ ନେତା ଓ ବୁଦ୍ଧିଜୀବୀ ସମାଲୋଚନା କରିଛନ୍ତି। ଏହା ଉପରେ ସିବିଏସ୍‌ଇ ପକ୍ଷରୁ କୁହାଯାଇଛି ଯେ ଚିଠା ନିୟମାବଳୀର ଅଷ୍ଟମ ସ୍ତମ୍ଭରେ ଅନ୍ୟ ୧୩ ଆଞ୍ଚଳିକ ଓ ବିଦେଶୀ ଭାଷା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇନାହିଁ। ସେଗୁଡ଼ିକ ହେଲା ରୁଷୀୟ, ନେପାଳୀ, ଲିମ୍ବୁ, ଲେପ୍‌ଚା, ସିନ୍ଧି ମାଲୟାଲମ୍‌, ଓଡ଼ିଆ, ଅସମିଆ, କନ୍ନଡ଼, କୋକ୍‌ବୋରୋକ୍‌, ତେଲୁଗୁ, ଆରବୀ ଓ ପାର୍ସି। ପ୍ରକାଶିତ ସୂଚୀରେ ଏହି ଭାଷାଗୁଡ଼ିକର ଅବତାରଣା କରାଯାଇ ନ ଥିଲେ ମଧ୍ୟ ବିଷୟ ତାଲିକାରେ ଏସବୁ ରହିବ। ଚିଠା ନିୟମାବଳୀ ସମ୍ପର୍କରେ ସମସ୍ତ ପକ୍ଷଙ୍କ ମତାମତ ଲୋଡ଼ିବା ପାଇଁ ଏହାକୁ ଆସନ୍ତା ମାର୍ଚ୍ଚ ୯ରେ ସାର୍ବଜନୀନ କରାଯିବ। ମତାମତ ଆସିବା ପରେ ଏହି ନୀତିକୁ ଚୂଡ଼ାନ୍ତ କରାଯିବ। ଏନେଇ ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସାନ୍ୟମ ଭରଦ୍ୱାଜ କହିଛନ୍ତି, ବିଷୟ ତାଲିକାରେ କୌଣସି ପରିବର୍ତ୍ତନ କରାଯାଉ ନାହିଁ। ବର୍ତ୍ତମାନ ଯେଉଁ ସବୁ ଭାଷା ରହିଛି, ଆଗକୁ ମଧ୍ୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଉଭୟ ପର୍ଯ୍ୟାୟରେ ସେଗୁଡ଼ିକ ବଳବତ୍ତର ରହିବ। ଡ୍ରାଫ୍ଟ ପଲିସିର ତାଲିକା କେବଳ ସାଙ୍କେତିକ।
ଏ ସମ୍ପର୍କରେ ଶିକ୍ଷାବିତ୍‌ ଶରତ କର କହିଛନ୍ତି, ସିବିଏସ୍‌ଇ ତା’ର ଡ୍ରାଫ୍ଟ ନିର୍ଦ୍ଦେଶାବଳୀରେ ଓଡ଼ିଆ ସମେତ କିଛି ଆଞ୍ଚଳିକ ଭାଷାକୁ ଛାଡିଦେଇଥିଲା। ଏହା ଏକ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ହୋଇଥିବାରୁ ଭୁଲ୍‌କୁ କ୍ଷମା କରିହେବ। ଯଦି ଚୂଡାନ୍ତ ନିଷ୍ପତ୍ତି ହୋଇଥାଆନ୍ତା, ତେବେ ବଡ଼ ଭୁଲ୍‌ର ସମ୍ମୁଖୀନ ହେବାକୁ ପଡିଥାଆନ୍ତା। କିନ୍ତୁ ଏ ସମ୍ପର୍କରେ କେନ୍ଦ୍ର ସରକାର ଜାଣିବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ପୁଣି ଏଥିରେ ସମସ୍ତ ଆଞ୍ଚଳିକ ଭାଷାଗୁଡିକୁ ଯୋଡା ଯାଇଛି, ଯାହା ବହୁ ବିଦ୍ୟାର୍ଥୀ, ଶିକ୍ଷୟିତ୍ରୀଶିକ୍ଷକ ଓ ଅଭିଭାବକଙ୍କ ପାଇଁ ଖୁସି ଖବର। ସେହିପରି ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି, ସିବିଏସ୍‌ଇର ଏହା ଏକ ଖାମଖିଆଲି ନୀତି। ଶିକ୍ଷା ମନ୍ତ୍ରଣାଳୟ ଏହି ବୋର୍ଡକୁ ନିୟନ୍ତ୍ରଣ କରିବାରେ ବିଫଳ ହେଲାଣି। ବିଶେଷଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଆ ହୋଇ ମଧ୍ୟ ଓଡ଼ିଆ ଭାଷାକୁ ଭୁଲିଗଲେ। ଚାପ କରିବା ପରେ ଏହାକୁ ପୁନର୍ବାର ସଂଯୋଗ କରାଗଲା। ଜାତୀୟ ଶିକ୍ଷା ନୀତି ଅନୁସାରେ କେବଳ ଦ୍ୱାଦଶରେ ବୋର୍ଡ ପରୀକ୍ଷା ହେବ, ମାତ୍ର ମନ୍ତ୍ରଣାଳୟ ୨ଥର ପରୀକ୍ଷା କରିବାକୁ ପ୍ରସ୍ତାବ ଦେବା ବାଚାଳାମି ହୋଇପାରେ। ଏପରିକି ୧୦ମ ବୋର୍ଡ ଏଭଳି ଚାଲିବା ପରି ଲାଗୁଛି। ଦଶମ ପରୀକ୍ଷା ପାଇଁ ବହି ବେପାରୀ ଚାପ ସୃଷ୍ଟି କରିଥିବା କିଛି ଖବର ଏଡାଇଦିଆଯାଇ ନ ପାରେ। ଏଭଳି ଜନ ବିରୋଧୀ କାର୍ଯ୍ୟକ୍ରମରୁ ସିବିଏସ୍‌ଇ ନିବୃତ୍ତ ରହୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?