ବାହାରିଲା ସିବିଏସଇ ପରୀକ୍ଷା ଫଳ: ୧୧୮୫ରୁ ୩୦୦ ଛାତ୍ରୀଛାତ୍ର କୃତକାର୍ଯ୍ୟ

ପଦ୍ମପୁର,୨୭।୫(ପ୍ରଦୀପ୍ତ ଦାଶ): ବହୁଚର୍ଚ୍ଚିତ ପଦ୍ମପୁର ଉପଖଣ୍ଡରେ ପ୍ରକାଶ ପାଇଛି ସିବିଏସଇ ରେଜଲ୍ଟ । ମୋଟ ୧୧୮୫ ଜଣଙ୍କ ମଧ୍ୟରୁ ୩୦୦ କୃତକାର୍ଯ୍ୟ ହୋଇଥିବାବେଳେ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୮୫ ଜଣଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି। ଏ ନେଇ ପଦ୍ମପୁର ଆଇନଜୀବୀ ଅଜିତ ଶତପଥୀ ପ୍ରଶ୍ନ କରିଛନ୍ତି। ଶତପଥୀ କହିଛନ୍ତି, CBSE କର୍ତ୍ତୃପକ୍ଷ ଯଦି ପରୀକ୍ଷା ସମୟରେ ଅସାଧୁ ଉପାୟ ଅବଲମ୍ବନ କରାଯାଉଛି ବୋଲି ଅବଗତ ଥିଲେ ତା ହେଲେ ପର୍ଯ୍ୟବେକ୍ଷକମାନେ ରିପୋର୍ଟ ପ୍ରଦାନ କଲା ପରେ ତତକ୍ଷଣାତ କାହିଁକି ପଦକ୍ଷେପ ନେଲେ ନାହିଁ?

ଯଦି CCTV ଲଗା ଯାଇନି ତା ହେଲେ CBSE କାହିଁକି ପରୀକ୍ଷା କେନ୍ଦ୍ର କରାଯିବାକୁ ସୁପାରିଶ କରି ପରୀକ୍ଷା କରାଇଲେ? ଯଦି କେନ୍ଦ୍ରର ଅଧିକାରୀ ଅସାଧୁ ଉପାୟ ଅବଲମ୍ବନ କରିବାକୁ ସୁଯୋଗ ଦେଇଥିଲେ ତାହେଲେ ପର୍ଯ୍ୟବେକ୍ଷକ ଓ ଫ୍ଲାୟିଙ୍ଗ ସ୍କ୍ବାର୍ଡ କିପରି ଭାବରେ ଅବଗତ ହେଲେ ନାହିଁ?ଯଦି ଏତେ ସବୁ ଅସଂଗତି ଥିଲା ତା ହେଲେ ସମସ୍ତଙ୍କର ପରୀକ୍ଷାଫଳ ବାହାରିବା ସମୟରେ ଏହି ୬ଟି ସ୍କୁଲ୍‌ର ମଧ୍ୟ ପରୀକ୍ଷା ଫଳ କାହିଁକି ବାହାର ନ କରି ଏତେ ଦିନ ପର୍ଯ୍ୟନ୍ତ ଝୁଲାଇ ରଖାଗଲା ଓ କୋମଳମତି ଛାତ୍ରୀଛାତ୍ରଙ୍କୁ ଏତେ ଦିନ ପର୍ଯ୍ୟନ୍ତ ମାନସିକ ଦୁଶ୍ଚିନ୍ତାରେ ଛଟପଟ କରାଗଲା। ଏଥିରେ ପରୀକ୍ଷାର୍ଥୀ ମାନଙ୍କ କଣ ଭୁଲ? ବର୍ତ୍ତମାନ ଏହି ସବୁ ପ୍ରଶ୍ନ CBSE କର୍ତ୍ତୃପକ୍ଷ ସ୍ପଷ୍ଟ କରିବା ଦରକାର। ବିଳମ୍ବରେ ନିରାଶା ଜନକ ପରୀକ୍ଷାଫଳ ପ୍ରକାଶ କରିବାରେ ଏକ ବଡ଼ ଷଡଯନ୍ତ୍ର ଅଛି ଏବଂ ବହୁତ ପ୍ରଭାବଶାଳୀ ବ୍ୟକ୍ତି /ବ୍ୟବସାୟୀଙ୍କ ହାତ ଅଛି। ଯଦ୍ୱାରା ଆଜି ଶହ ଶହ ଛାତ୍ରୀଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। ଏଥି ପାଇଁ ସମ୍ପୃକ୍ତ ବ୍ୟକ୍ତି ବିଶେଷ, ଅଧିକାରୀ ଓ ରାଜନେତାଙ୍କୁ ଇତିହାସ କେବେ କ୍ଷମା ଦେବ ନାହିଁ। ଅଞ୍ଚଳବାସୀ ମଧ୍ୟ ଉପଯୁକ୍ତ ଜବାବ ଦେବେ ବୋଲି ଶତପଥୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri