ବାହାରିଲା ସିବିଏସଇ ପରୀକ୍ଷା ଫଳ: ୧୧୮୫ରୁ ୩୦୦ ଛାତ୍ରୀଛାତ୍ର କୃତକାର୍ଯ୍ୟ

ପଦ୍ମପୁର,୨୭।୫(ପ୍ରଦୀପ୍ତ ଦାଶ): ବହୁଚର୍ଚ୍ଚିତ ପଦ୍ମପୁର ଉପଖଣ୍ଡରେ ପ୍ରକାଶ ପାଇଛି ସିବିଏସଇ ରେଜଲ୍ଟ । ମୋଟ ୧୧୮୫ ଜଣଙ୍କ ମଧ୍ୟରୁ ୩୦୦ କୃତକାର୍ଯ୍ୟ ହୋଇଥିବାବେଳେ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୮୫ ଜଣଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି। ଏ ନେଇ ପଦ୍ମପୁର ଆଇନଜୀବୀ ଅଜିତ ଶତପଥୀ ପ୍ରଶ୍ନ କରିଛନ୍ତି। ଶତପଥୀ କହିଛନ୍ତି, CBSE କର୍ତ୍ତୃପକ୍ଷ ଯଦି ପରୀକ୍ଷା ସମୟରେ ଅସାଧୁ ଉପାୟ ଅବଲମ୍ବନ କରାଯାଉଛି ବୋଲି ଅବଗତ ଥିଲେ ତା ହେଲେ ପର୍ଯ୍ୟବେକ୍ଷକମାନେ ରିପୋର୍ଟ ପ୍ରଦାନ କଲା ପରେ ତତକ୍ଷଣାତ କାହିଁକି ପଦକ୍ଷେପ ନେଲେ ନାହିଁ?

ଯଦି CCTV ଲଗା ଯାଇନି ତା ହେଲେ CBSE କାହିଁକି ପରୀକ୍ଷା କେନ୍ଦ୍ର କରାଯିବାକୁ ସୁପାରିଶ କରି ପରୀକ୍ଷା କରାଇଲେ? ଯଦି କେନ୍ଦ୍ରର ଅଧିକାରୀ ଅସାଧୁ ଉପାୟ ଅବଲମ୍ବନ କରିବାକୁ ସୁଯୋଗ ଦେଇଥିଲେ ତାହେଲେ ପର୍ଯ୍ୟବେକ୍ଷକ ଓ ଫ୍ଲାୟିଙ୍ଗ ସ୍କ୍ବାର୍ଡ କିପରି ଭାବରେ ଅବଗତ ହେଲେ ନାହିଁ?ଯଦି ଏତେ ସବୁ ଅସଂଗତି ଥିଲା ତା ହେଲେ ସମସ୍ତଙ୍କର ପରୀକ୍ଷାଫଳ ବାହାରିବା ସମୟରେ ଏହି ୬ଟି ସ୍କୁଲ୍‌ର ମଧ୍ୟ ପରୀକ୍ଷା ଫଳ କାହିଁକି ବାହାର ନ କରି ଏତେ ଦିନ ପର୍ଯ୍ୟନ୍ତ ଝୁଲାଇ ରଖାଗଲା ଓ କୋମଳମତି ଛାତ୍ରୀଛାତ୍ରଙ୍କୁ ଏତେ ଦିନ ପର୍ଯ୍ୟନ୍ତ ମାନସିକ ଦୁଶ୍ଚିନ୍ତାରେ ଛଟପଟ କରାଗଲା। ଏଥିରେ ପରୀକ୍ଷାର୍ଥୀ ମାନଙ୍କ କଣ ଭୁଲ? ବର୍ତ୍ତମାନ ଏହି ସବୁ ପ୍ରଶ୍ନ CBSE କର୍ତ୍ତୃପକ୍ଷ ସ୍ପଷ୍ଟ କରିବା ଦରକାର। ବିଳମ୍ବରେ ନିରାଶା ଜନକ ପରୀକ୍ଷାଫଳ ପ୍ରକାଶ କରିବାରେ ଏକ ବଡ଼ ଷଡଯନ୍ତ୍ର ଅଛି ଏବଂ ବହୁତ ପ୍ରଭାବଶାଳୀ ବ୍ୟକ୍ତି /ବ୍ୟବସାୟୀଙ୍କ ହାତ ଅଛି। ଯଦ୍ୱାରା ଆଜି ଶହ ଶହ ଛାତ୍ରୀଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। ଏଥି ପାଇଁ ସମ୍ପୃକ୍ତ ବ୍ୟକ୍ତି ବିଶେଷ, ଅଧିକାରୀ ଓ ରାଜନେତାଙ୍କୁ ଇତିହାସ କେବେ କ୍ଷମା ଦେବ ନାହିଁ। ଅଞ୍ଚଳବାସୀ ମଧ୍ୟ ଉପଯୁକ୍ତ ଜବାବ ଦେବେ ବୋଲି ଶତପଥୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri