Categories: ଜାତୀୟ

ବାତିଲ ହେବ ନାହିଁ ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷା: ଜୁନ୍‌ ୧ରେ ତାରିଖ ଘୋଷଣା

ନୂଆଦିଲ୍ଲୀ,୨୩।୫: କରୋନା ଯୋଗୁ ସ୍ଥଗିତ ଥିବା ସିବିଏସ୍‌ସି-ଆଇସିଏସ୍‌ଇ ବୋର୍ଡ ପରୀକ୍ଷା ଉପରେ ନିଷ୍ପତ୍ତି ନେବାକୁ ରବିବାର କେନ୍ଦ୍ର ମନ୍ତ୍ରୀମାନଙ୍କର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ରମେଶ ପୋଖରିଆଲ ନିଶଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ଯୋଗଦେଇଥିଲେ। ସିବିଏସଇ ବୋର୍ଡ ପରୀକ୍ଷାର ତାରିଖ ଆସନ୍ତ ଜୁନ୍‌ ୧ରେ ଘୋଷଣା କରାଯିବ। ବୈଠକ ଶେଷରେ ପରୀକ୍ଷା ବାତିଲ ହେବ ନାହିଁ ବୋଲି ସୂଚନା ମିଳିଛି। ଜୁଲାଇରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଗତ ବର୍ଷ ମଧ୍ୟ ଜୁଲାଇ ମାସରେ କରୋନା ପ୍ରୋଟୋକଲ ସହିତ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କେଉଁ ଫର୍ମାଟରେ ପରୀକ୍ଷା ଅନୁଷ୍ଠିତ ହେବ, କେବେ ଏବଂ କିପରି କରାଯିବ ସେନେଇ ଶିକ୍ଷା ମନ୍ତ୍ରୀ ନିଶଙ୍କ ଜୁନ୍‌ ୧ରେ ସୂଚନା ଦେବେ।

Share