ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷାର ସୂଚୀ

ନୂଆଦିଲ୍ଲୀ,୨।୨- ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବୋର୍ଡ ପରୀକ୍ଷାର ସୂଚୀ। ଆସନ୍ତା ମେ’୪ରୁ ଜୁନ୍‌ ୧୧ ତାରିଖ ପର୍ଯ୍ୟନ୍ତ ଉଭୟ ଶ୍ରେଣୀର ବୋର୍ଡ ପରୀକ୍ଷା ହେବ। ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ କରି ସୂଚନା ଦେଇଛନ୍ତି।

ଦଶମରେ ଗୋଟିଏ ସିଫ୍ଟରେ ସକାଳ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବାକୁ ଥିବାବେଳେ ଦୁଇଟି ସିଫ୍ଟରେ (ସକାଳ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ) ହେବ ଦ୍ୱାଦଶ ପରୀକ୍ଷା। ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପଢ଼ିବାକୁ ୧୫ ମିନିଟ ଦିଆଯିବ। ପରିକ୍ଷାର୍ଥୀଙ୍କୁ ପରୀକ୍ଷା ହଲରେ ମାସ୍କ ପିନ୍ଧିବା ସହିତ ଓ ସାମାଜିକ ଦୂରତା ପାଳନ କରାଯିବ ବୋଲି କୁହାଯାଇଛି।

Share