ନୂଆଦିଲ୍ଲୀ, ୧୫।୩ : ସିବିଏସ୍ଇ ଟର୍ମ-୧ ଦଶମ ପରୀକ୍ଷାରେ ଓଡ଼ିଆ ପେପରକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଛି। ବୋର୍ଡ କର୍ତ୍ତୃପକ୍ଷ ଓଡ଼ିଆ ପେପରର ପ୍ରଶ୍ନପତ୍ର ଏବଂ ଉତ୍ତର ଯାଞ୍ଚ୍ କରିଛନ୍ତି। ଏହାପରେ ପ୍ରକାଶିତ ଫଳରେ ଆବଶ୍ୟକ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କିଛି ଓଡ଼ିଆ ପ୍ରଶ୍ନର ଉତ୍ତର ଆନସର କି’ ରେ ଭୁଲ୍ ଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଥିଲେ। ପରେ ଗଠିତ ହୋଇଥିବା କମିଟି ଏହାର ଯାଞ୍ଚ୍ କରିଥିଲେ। ଏହା ଦ୍ୱାରା ସିବିଏସ୍ଇ ଦଶମ ଟର୍ମ-୧ ଓଡ଼ିଆ ପେପରରେ ୨୮ ହଜାର ୩୧୦ ଛାତ୍ରୀଛାତ୍ରଙ୍କୁ ସୁଫଳ ମିଳିବ।


