ମୁମ୍ବାଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲା ସିବିଆଇ ଟିମ୍‌

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟାରେ ସିବିଆଇ ଟିମ୍‌ ମୁମ୍ବାଇରେ ପହଞ୍ଚିଥିଲା। ଶୁକ୍ରବାର ସକାଳେ ସିବିଆଇର ୧୬ଜଣିଆ ଏସ୍‌ଆଇଟି ଟିମ୍‌ ଏହି ମାମଲାର ତଦନ୍ତ ପାଇଁ ବାନ୍ଦ୍ରା ସ୍ଥିତ ଡିଏସ୍‌ପି ଅଭିଷେକ ତ୍ରିମୁଖେଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ପୋଟ୍ରୋକଲ୍‌ ଅନୁସାରେ ସୁଶାନ୍ତଙ୍କ ମାମଲାର ଯାଞ୍ଚକୁ ନେଇ ଆଲାଚନା କରିବାକୁ ପହଞ୍ଚିଛି ସିବିଆଇ ଟିମ୍‌। ଏହି ସମୟରେ ଡିଏସ୍‌ପି ପୂର୍ବରୁ ତଦନ୍ତ ହୋଇଥିବା ସମସ୍ତ ଡକ୍ୟୁମେଣ୍ଟକୁ ସିବିଆଇକୁ ହସ୍ତାନ୍ତର କରିବେ। ଏଥିରେ ଏପର୍ଯ୍ୟନ୍ତର ସମସ୍ତ ତଥ୍ୟ, ଫରେନ୍‌ସିକ୍‌ ରିପୋର୍ଟ, ରେକର୍ଡ ହୋଇଥିବା ବୟାନ ଆଦି ରହିଛି। ଏହାପରେ ସବିଆଇ ଅଭିତନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କୁ ସମନ ପଠାଇ ଜେରା କରିପାରେ। ଏଥିସହ ସୁଶାନ୍ତଙ୍କ ରୋଷେୟା ନୀରଜ, ୨ଜଣ ଡିଏସ୍‌ପି ଓ ବ୍ୟାଙ୍କ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିବ ସିବିଆଇ। ଆଗାମୀ ୨-୩ ମଧ୍ୟରେ ମୁମ୍ବାଇରେ ସିବିଆଇ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ କରିପାରେ ବୋଲି ସୂଚନା ରରହିଛି। ମୁମ୍ବାଇ ସ୍ଥିତ ଡିଆରଡିଓ ଗେଷ୍ଟ ହାଉସ୍‌ରେ ସିବିଆଇ ଟିମ୍‌ ଏମାନଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିବ।

Share