Categories: ଜାତୀୟ

ସିସୋଡିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ସିବିଆଇ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ମଦ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୋମବାର ରୋଜ ଏଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ତେବେ ଏହି ମାମଲାରେ ଗିରଫ କରିଥିବା ସିବିଆଇ କୋର୍ଟରେ ସିସୋଡିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି।

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଗିରଫଦାରୀ ବିରୋଧରେ ସୋମବାର ଏଏପି କର୍ମୀମାନେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ତେବେ ରବିବାର ପ୍ରାୟ ଆଠ ଘଣ୍ଟା ପଚରାଉଚରା ପରେ ଗିରଫ ହୋଇଥିବା ସିସୋଡିଆଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି।

Share