ରେଳ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ: ପୁଳାପୁଳା ଟଙ୍କାକୁ ,ମାଳମାଳ ସୁନା ଜବତ

ଭୁବନେଶ୍ୱର, ୧୭।୧(ବ୍ୟୁରୋ): ଅବସରପ୍ରାପ୍ତ ରେଳବାଇ ମୁଖ୍ୟ ବାଣିଜ୍ୟକ ପରିଚାଳକ ପ୍ରମୋଦ ଜେନାଙ୍କ ଘରେ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ତାଙ୍କ ଘରେ ଏହି ଚଢ଼ଉ ହୋଇଛି। ଚଢ଼ାଉ ସମୟରେ ତାଙ୍କ ଘରୁ ୧ କୋଟି ୫୭ ଲକ୍ଷ ଟଙ୍କା ଜବତ ହୋଇଛି। ଏହାସହ ୁ ୧୭ କିଲୋ ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି। ମିଳିଥିବା ଗହଣାର ଆନୁମାନିକ ମୂଲ୍ୟ ୮.୫ କୋଟି।
ତେବେ ବ୍ୟାଙ୍କରେ ତାଙ୍କ ନାମରେ ୨ କୋଟି ୫୦ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ ଥିବା ଜଣାପଡ଼ିଛି। ପ୍ରମୋଦଙ୍କ ପରିବାର ଲୋକଙ୍କ ନାଁରେ ଥିବା ବିପୁଳ ପରିମାଣର ସମ୍ପତ୍ତିକୁ ମଧ୍ୟ ସିବିଆଇ ଜବତ କରିଛି।