Categories: ଜାତୀୟ

ଦେଶର ୧୦୫ ସ୍ଥାନରେ ସିବିଆଇ ଚଢ଼ାଉ..

ନୂଆଦିଲ୍ଲୀ,୪।୧୦ : ସିବିଆଇ ସାରା ଦେଶରେ ବଡ ପଦକ୍ଷେପ ନେଇଛି। ସିବିଆଇ ଦ୍ୱାରା ଦେଶର ୧୦୫ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସାଇବର ଠକେଇ ବିଷୟରେ ହୋଇଛି। ସୂଚନାନୁସାରେ, ୮୭ ଟି ସ୍ଥାନରେ ସିବିଆଇ ଟିମ ଥିବାବେଳେ ରାଜ୍ୟ ପୋଲିସର ସମନ୍ବୟ ରକ୍ଷା କରି ୧୮ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଦିଲ୍ଲୀର ୫ଟି ସ୍ଥାନରେ ଚଢ଼ାଉ ଚାଲିଛି। ଏହା ବ୍ୟତୀତ ରାଜସ୍ଥାନର ଆଣ୍ଡାମାନ, ପଞ୍ଜାବ, ଚଣ୍ଡିଗଡ଼ରେ ଚଢ଼ାଛ କରାଯାଉଛି।

ସିବିଆଇ ରାଜସ୍ଥାନର ରାଜସାମନ୍ଦରୁ ଏକ କଲ ସେଣ୍ଟରର ପର୍ଦ୍ଦାଫାଶ କରିଛି। ଏଥିସହ ଦେଢ଼ କିଲୋଗ୍ରାମ ସୁନା ଦେଢ଼ କୋଟି ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ସାଇବର ଅପରାଧରେ ସମ୍ପୃକ୍ତ ପୁଣେ ଏବଂ ଅହମଦାବାଦରେ ଦୁଇଟି କଲ ସେଣ୍ଟରରେ ମଧ୍ୟ ଚଢ଼ାଉ କରାଯାଇଛି।

Share