Categories: ଜାତୀୟ

ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ ପୂର୍ବରୁ ସିବିଆଇକୁ ନେବାକୁ ପଡିବ ରାଜ୍ୟ ସରକାରଙ୍କ ଅନୁମତି

ମୁମ୍ବାଇ,୨୨ ।୧୦: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର କୌଣସି ମାମଲାର ଯାଞ୍ଚ ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇକୁ ଦେଇଥିବା ସହମତିକୁ ପ୍ରତ୍ୟାହର କରି ନେଇଛନ୍ତି । ତେଣୁ ଏହାପରେ ରାଜ୍ୟର ଯେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମହାରାଷ୍ଟ୍ର ରାଜ୍ୟ ସଭା ଏମ୍‌ପି ସଞ୍ଚୟ ରାଉତ ଯଥାର୍ଥ ବୋଲି କହିଛନ୍ତି । ସେ କହିଛନ୍ତି ଜାତୀୟ ମାମଲା ପ୍ରସଙ୍ଗରେ ସିବିଆଇର ତଦନ୍ତ କରିବାର ଅଧିକାର ରହିଛି । ରାଜ୍ୟର ମାମଲାକୁ ପ୍ରଥମରୁ ହିଁ ଆମ ପୋଲିସ ଦ୍ୱାରା ଯାଞ୍ଚ କରାଯାଉଛି । ତେଣୁ ଏଥିରେ ହସ୍ତକ୍ଷେପ ଯୋଗୁ ସରକାରଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡିଛି । ଏହାସହ ସିବିଆଇ ଛୋଟ ଛୋଟ ମାମଲାରେ ମଧ୍ୟ ପ୍ରବେଶ କରିବା ଦେଖାଗଲା । ସିବିଆଇର ନିଜର ଏକ ଅସ୍ତିତ୍ୱ ରହିଛି । ତେଣୁ ମହାରାଷ୍ଟ୍ରରେ ଯଦି କୌଣସି ଜାତୀୟ କାରଣ ଥାଏ ତେବେ ସେଥିରେ ସିବିଆଇ ତା’ର ଅନୁସନ୍ଧାନ କରିବାର ଅଧିକାର ରହିଛି । ଅନ୍ୟପଟେ ମହାରାଷ୍ଟ୍ର ଓ ମୁମ୍ବାଇ ପୋଲିସର ଏକ ଅଧିକାର ରହିଛି ଯାହାକୁ ସମ୍ବିଧାନ ଦେଇଛି ବୋଲି ରାଉତ କହିଛନ୍ତି ।

Share