Categories: ଜାତୀୟ

ଦେଶମୁଖଙ୍କ ନାଁରେ ମାମଲା ରୁଜୁକଲା ସିବିଆଇ

ନୂଆଦିଲ୍ଲୀ, ୨୫ା୪: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖାଯିବା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଶନିବାର ମାମଲା ରୁଜୁ କରିଛି। ମାସିକ ବଟି ଶହେ କୋଟି ଟଙ୍କା ଆଦାୟ ପାଇଁ ଦେଶମୁଖ ନିଲମ୍ବିତ ପୋଲିସ ଅଧିକାରୀ ସଚି ଓ୍ବାଜେଙ୍କ ସମେତ ମୁମ୍ବାଇ ପୋଲିସକୁ ଟାର୍ଗେଟ ଦେଇଥିବା ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଅଭିଯୋଗ ଆଣିଥିଲେ। ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିବା ସହ ଦେଶମୁଖଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲା। ଦୁର୍ନୀତି ନିବାରଣ ଅଧିନିୟମ ଅନୁଯାୟୀ ଦେଶମୁଖ ଏବଂ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଆନୁଷ୍ଠାନିକ ଭାବେ ଯାଞ୍ଚ ଆରମ୍ଭ କରିବାକୁ ଯଥେଷ୍ଟ ପ୍ରମାଣ ମିଳିଥିବା ସିବିଆଇ କହିଛି। ମାମଲା ହେବା ପରେ ମୁମ୍ବାଇରେ ଥିବା ଦେଶମୁଖଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରାଯାଇଛି।

Share